West Bengal Election: ଧମକ ଦେଇ ଡରିଗଲେ ଦିଦି
Advertisement
Article Detail0/zeeodisha/odisha876112

West Bengal Election: ଧମକ ଦେଇ ଡରିଗଲେ ଦିଦି

ନନ୍ଦିଗ୍ରାମ ମତଦାତାଙ୍କୁ ଧମକଚମକ ଦେଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ବାହାର ରାଜ୍ୟରୁ ଏଠାକୁ ଗୁଣ୍ଡା ଅଣାଯାଇଛି।

West Bengal Election: ଧମକ ଦେଇ ଡରିଗଲେ ଦିଦି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧ ତାରିଖରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଲାଗି ପ୍ରଚାର ସରିଯିବା ପରେ ଏବେ ସବୁ ଦଳର ନଜର ମତଦାନ ଉପରେ ରହିଛି। କାରଣ ଆସନ୍ତାକାଲି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା।       

ଏଥରର ନିର୍ବାଚନରେ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଭାବେ ଉଭା ହୋଇଛି ନନ୍ଦିଗ୍ରାମ। ଆସନ୍ତାକାଲି ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭୋଟ ଦେବେ ଏହି ନିର୍ବାଚନମଣ୍ଡଳୀର  ଭୋଟର। ହେଲେ ଏଠାରେ ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ଏକ ଅଭିଯୋଗ ଆଣିଛନ୍ତି ଏହି ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)।   

Also Read: Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା

ନିର୍ବାଚନ ପ୍ରଚାର କରିବା ସମୟରେ ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ଟିଏମସି ସୁପ୍ରିମୋ କହିଛନ୍ତି ନନ୍ଦିଗ୍ରାମ ମତଦାତାଙ୍କୁ ଧମକଚମକ ଦେଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ବାହାର ରାଜ୍ୟରୁ ଏଠାକୁ ଗୁଣ୍ଡା ଅଣାଯାଇଛି। ପୂର୍ବ ମେଦୀନପୁର ଜିଲ୍ଲାରେ (East Medinipur) ଅବସ୍ଥିତ ବିଭିନ୍ନ ବିଧାନସଭା ଆସନ ଅଧିନସ୍ଥ ଗ୍ରାମର ଲୋକ ଲୋକଙ୍କୁ ସେମାନଙ୍କ ଗାଁରୁ ବାହାର କରି ଦିଆଯାଉଛି। ମତଦାତାଙ୍କ ମନରେ ଭୟ ସୃଷ୍ଟି କରିବା ଲାଗି ବାହାର ରାଜ୍ୟର ଗୁଣ୍ଡା ନନ୍ଦିଗ୍ରାମ ଠାରେ ପହଞ୍ଚି ସାରିଛନ୍ତି। ବଳରାମପୁର ସମେତ ନିକଟସ୍ଥ ଅନ୍ୟ ଗ୍ରାମର ଲୋକଙ୍କୁ ନିଜ ଗାଁରୁ ବାହାର କରାଯାଉଛି। ମତାଦାତାଙ୍କୁ ଧମକ ଚମକ ମଧ୍ୟ ଦିଆଯାଉଛି। 

ଏ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ  ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖୁଛୁ। ହାରିଯିବା ଭୟରେ ଟିଏମସି ସୁପ୍ରିମୋ ଏପରି ବୟାନବାଜି କରୁଛନ୍ତି ବୋଲି କହିଛି ପ୍ରତିଦ୍ୱନ୍ଦ୍ୱୀ ବିଜେପି। ଏଥର ନନ୍ଦିଗ୍ରାମ ଆସନରେ ଏଥର ମୁହାମୁହିଁ ହେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ତାଙ୍କର ପୂର୍ବତନ ସହଯୋଗୀ ଶଭେନ୍ଦୁ ଅଧିକାରୀ।

Also Read: Mamata Banerjee: ଆହତ ହେବାର ୧୯ ଦିନ ପରେ ହେଲେ ସୁସ୍ଥ, ଛିଡା ହୋଇ ଗାଇଲେ ରାଷ୍ଟ୍ରଗାନ

 

ଅଭିଯୋଗ ଆଣିବା ପୂର୍ବରୁ ପ୍ରତିପକ୍ଷଙ୍କୁ ଧମକ ଦେବା ଉଦ୍ଦେଶ୍ୟରେ ରଖିଥିବା ବୟାନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଟିଏମସି ସୁପ୍ରିମୋ। ଗତ ସୋମବାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଥିଲେ ମମତା ବାନର୍ଜୀ।      

ଏହି ଜନସଭାକୁ ସମ୍ବୋଧିତ କରିବା ଅବସରରେ ଟିଏମସି ସୁପ୍ରିମୋ କହିଥିଲେ ନିର୍ବାଚନ ସରିବା ପରେ ରାଜ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳକୁ ଫେରାଇନେବେ କେନ୍ଦ୍ର ସରକାର। ଯଦି ଆମ ଦଳ ସରକାର ଗଠନ କରେ ତାହେଲେ ଆମେ ସେମାନଙ୍କୁ ଦେଖିନେବୁ। ସେତେବେଳେ ବିଜେପି ନେତା କର୍ମୀ କହିବେ ଆହୁରି କିଛି ସମୟ ପାଇଁ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ରଖାଯାଉ। କାରଣ ଆମେ ବଞ୍ଚି ରହିପାରିବୁ। 

Also Read: West Bengal Election 2021: କିଏ ହେବେ BJP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

 

ପ୍ରତ୍ୟେକ ଖବର ମୁଁ ରଖୁଛି। କେନ୍ଦ୍ରୀୟ ସୁରକ୍ଷା ବଳ ରାଜ୍ୟରୁ ହଟିଯିବା ପରେ ମଧ୍ୟ ଆମେ ଏଠାରେ ରହିବୁ। ସେତେବେଳେ ସେମାନେ ହାତ ଯୋଡି କହିବେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ଆହୁରି କିଛି ଦିନ ରଖାଯାଉ। ମୋ ପାଖରେ ଅନେକ ବିଶ୍ୱାସଘାତକ, ଗଦ୍ଦାର ଲୋକ କାମ କରୁଥିଲେ।

Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

 

ଟିଏମସି ଛାଡି ତାଙ୍କର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି ସେ ଯେଉଁ ଅମିତ ଶାହଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି ସେ ହିଁ ତାଙ୍କୁ ବହୁତ ବଡ ଝଟକା ଦେବେ। ନନ୍ଦିଗ୍ରାମରେ କୌଣସି ଗୁଣ୍ଡାଗର୍ଦ୍ଦି ଚାଲିପାରିବ ନାହିଁ। କୋଣ୍ଟାଇ, ହଳଦିଆ, କୋଲଘାଟକୁ ଛାଡି କୋଲକାତାର ମୋର ୪୦ ଘର ରହିଛି। ଆଉ ସେମାନେ ମୋତେ ବାହାର ଲୋକ ବୋଲି କହୁଛି।   

Also Read: 'ମୋ ସହ ବିଶ୍ୱାସଘାତକତା କରିଛନ୍ତି ଅଧିକାରୀ ପରିବାର'

ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ରଖି ଟିଏମସି ସପ୍ରିମୋ କହିଛନ୍ତି ଏଠାରେ ମୋର କ୍ୟାଡରଙ୍କୁ ଧମକଚମକ ଦିଆଯାଉଛି। ଯେତେବେଳେ ଏଠାକାର ବିଧାୟକ ସେତେବେଳେ ମୁଁ ଏଠାରୁ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲି। ଏଠାରୁ ନିର୍ବାଚନ ଲଢିବା ପଛରେ କାରଣ ହେଉଛି ନନ୍ଦିଗ୍ରାମ ଠାରେ ହୋଇଥିବା ଆନ୍ଦୋଳନକୁ ମୁଁ ପୁଣି ଥରେ ସମ୍ମାନ ଦେବାକୁ ଚାହୁଁଛି।