Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା
Advertisement

Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା


ଆସନ୍ତାକାଲି  ନନ୍ଦିଗ୍ରାମ ବିଧାନସଭା ଆସନ ଲାଗି ଆସନ୍ତକାଲି ହେବାକୁ ଯାଉଛି ଭୋଟଗ୍ରହଣ

Nandigram Seat: ମତଦାନ ପାଇଁ ପ୍ରସ୍ତୁତି ଶେଷ; ଆସନ୍ତାକାଲି ମୁକାବିଲା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏପ୍ରିଲ ୧ ତାରିଖ ତଥା ଗୁରୁବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ମାର୍ଚ୍ଚ ୨୭ ତାରିଖ ଶନିବାର ୩୦ ଆସନ ଲାଗି ଶେଷ ହୋଇସାରିଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ୭୯.୭୯ ପ୍ରତିଶତ ମତଦାନ ହୋଇଛି।        

ଦ୍ୱିତୀୟ ପର୍ଯ୍ୟାୟରେ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନ (Nandigram Asseembly Constituecy) ଲାଗି ହେବ ଭୋଟ ଗ୍ରହଣ। ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବା ଲାଗି ନନ୍ଦିଗ୍ରାମକୁ ଯୋଡୁଥିବା ସମସ୍ତ ରାସ୍ତାରେ ଚେକ୍ ପଏଣ୍ଟ (Check Point) ନିର୍ମାଣ କରାଯାଇଛି। ଏଠାରେ ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା ବଳକୁ ନିୟୋଜିତ କରାଯାଇଛି। ଯାହା ଫଳରେ ମତଦାନ ଦିନ ହେବାକୁ ଥିବା ସାମ୍ଭାବ୍ୟ ଅଘଟଣା କିମ୍ବା ହିଂସାକାଣ୍ଡକୁ ଏଡାଯାଇ ପାରିବ। 
 
ଆସନ୍ତାକାଲି ହେବାକୁ ଯାଉଥିବା ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ହଳଦିଆ ଏବଂ ତାମଲୁକ ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ନନ୍ଦିଗ୍ରାମ ବିଧାନସଭା ଆସନ ହଳଦିଆ ସବଡିଭିଜନ ଅଧିନରେ ଆସିଥାଏ।ନିର୍ବାଚନ ସମୟରେ ନନ୍ଦିଗ୍ରାମ ଅଞ୍ଚଳକୁ ଯିବା ଆସିବା କରୁଥିବା ଲୋକ, ଯାନବାହନକୁ ଚେକ୍ ପଏଣ୍ଟ ଠାରେ ଯାଞ୍ଚ କରାଯିବ।

Also Read: Mamata Banerjee: ଆହତ ହେବାର ୧୯ ଦିନ ପରେ ହେଲେ ସୁସ୍ଥ, ଛିଡା ହୋଇ ଗାଇଲେ ରାଷ୍ଟ୍ରଗାନ

ଯେଉଁ ଲୋକ ନିଜ ଗାଡିରେ ଏହି ଅଞ୍ଚଳକୁ ଯିବା ଆସିବା କରିବେ ସେମାନେ ବାଧ୍ୟତାମୂଳକ ଭାବେ ନିଜର ପରିଚୟ ପତ୍ର ଦେଖାଇବା। ଏପରିକି ସେମାନଙ୍କର ସାମାନ ମଧ୍ୟ ଯାଞ୍ଚ କରାଯିବ। ଯାହା ଦ୍ୱାରା ଏହି ନିର୍ବାଚନମଣ୍ଡଳୀ ବାହାରର ଲୋକ ଏଠାକୁ ଆସି ପାରିବେ ନାହିଁ। ଚେକ ପଏଣ୍ଟ ଠାରେ ଭିଡିଓ ଗ୍ରାଫି କରାଯିବ। ଏହା ସହିତ ଏଠାକୁ ଯିବା ଆସିବା କରିବା ପାଇଁ ଚାହୁଁଥିବା ଗାଡି ଚାଳକଙ୍କ ନାମ, ଫୋନ ନମ୍ବର, ଗାଡି ନମ୍ବର, ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯିବ।    

 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଏଥର ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ମତଦାନ। ମାର୍ଚ୍ଚ ୨୭ ତାରିଖ ଶନିବାର ପ୍ରଥମ ପର୍ଯ୍ୟାୟ ମତଦାନରେ ୩୦ ଆସନ ଲାଗି ହୋଇସାରିଛି ଭୋଟଗ୍ରହଣ। ଆସନ୍ତାକାଲି ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ସାମାନ ସଂଖ୍ୟକ ୩୦ ସିଟ୍ ଲାଗି ହେବ ମତଦାନ। ସେହିପରି ୬ ଏପ୍ରିଲରେ ତୃୀତୀୟ ପର୍ଯ୍ୟାୟରେ ୩୧, ୧୦ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଏପ୍ରିଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଏପ୍ରିଲ ଷଷ୍ଠ ପର୍ଯ୍ୟାୟରେ ୪୩, ୨୬ ଏପ୍ରିଲ ସପ୍ତମ ପର୍ଯ୍ୟାୟରେ ୩୬, ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। 

Also Read: West Bengal Election 2021: କିଏ ହେବେ BJP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

ନନ୍ଦିଗ୍ରାମ ଆସନରେ ଏଥର ମୁହାମୁହିଁ ହେବେ ମମତା ବାନାର୍ଜୀ ଏବଂ ତାଙ୍କର ପୂର୍ବତନ ସହଯୋଗୀ ଶଭେନ୍ଦୁ ଅଧିକାରୀ। ରାଜ୍ୟର ଏହି ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଟିଏମସି ସୁପ୍ରିମୋ। ଅନ୍ୟପଟେ ତାଙ୍କ ବିପକ୍ଷରେ ତାଙ୍କର ପୂର୍ବତନ ସହକର୍ମୀ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏହି ନିର୍ବାଚନମଣ୍ଡଳୀରେ ବିଜୟବାନ ଉଡାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟିଏମସି-ବିଜେପି।   

ଧାର୍ମିକ ତୁଷ୍ଟିକରଣ (Religious Appeasement) ଏବଂ ଧ୍ରୁବୀକରଣ (Polarization) ଆଦି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏ ପ୍ରସଙ୍ଗରେ ଶାସକ ଟିଏମସିକୁ ଟାର୍ଗେଟ କରିଛି ବିରୋଧି ବିଜେପି। ବିଭିନ୍ନ ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ଉଭୟ ଟିଏମସି-ବିଜେପି ବିଧାୟକ ପ୍ରାର୍ଥୀ ବିଭିନ୍ନ ଧାର୍ମିକସ୍ଥଳ ପରିଦର୍ଶନ କରିବା ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।    
 
ନନ୍ଦିଗ୍ରାମ ବିଧାନସଭା ଆସନରେ ୭୦ ପ୍ରତିଶତ ହିନ୍ଦୁ ଏବଂ ୩୦ ପ୍ରତିଶତ ମୁସଲିମ ମତଦାତା ରହିଛନ୍ତି।  ଏହି ନିର୍ବାଚନମଣ୍ଡଳୀରେ ମୋଟ ମତଦାତାଙ୍କ ସଂଖ୍ୟା ୨ ଲକ୍ଷ ୧୩ ହଜାର। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୧ ହଜାର ହିନ୍ଦୁ ଏବଂ ୬୨ ହଜାର ମୁସଲମାନ ମତଦାତା ରହିଛନ୍ତି। 

Also Read: 'ମୋ ସହ ବିଶ୍ୱାସଘାତକତା କରିଛନ୍ତି ଅଧିକାରୀ ପରିବାର'

 

କୌଣସି ପରିସ୍ଥିତିରେ ନନ୍ଦିଗ୍ରାମ ଆସନରେ ଜାତିଆଣ ରାଜନୀତି ପ୍ରଭାବ ଯେପରି ନପଡେ ସେ ନେଇ ସଂଗ୍ରାସ ଜାରି ରଖିଛନ୍ତି ମମତା ବାନାର୍ଜୀ। ଯଦି ସମ୍ପ୍ରଦାୟ ଆଧାରରେ ଭୋଟ ବିଭାଜିତ ହୋଇଯାଏ ତାହେଲେ ସଂଖ୍ୟା ଗରିଷ୍ଠ ୭୦ ପ୍ରତିଶତ ହିନ୍ଦୁ ମତଦାତାଙ୍କ ଭୋଟ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ଯାଇପାରେ। ସଂଖ୍ୟା ଗଣିତକୁ ନେଇ ରାଜନୀତିର ଅଙ୍କ କଷୁଥିବା ଟିଏମସି ସୁପ୍ରିମୋ ମନ୍ଦିର ଦର୍ଶନ, ପୂଜାପାଠ କରି ହିନ୍ଦୁ ଭୋଟ ହାତେଇବା ପାଇଁ ଯୋଜନା କରିଛନ୍ତି। 

Also Read: 'ଟିଏମସି ପୁଣି କ୍ଷମତାସୀନ ହେଲେ ପଶ୍ଚିମବଙ୍ଗ ପାଲଟିଯିବ ମିନି ପାକିସ୍ତାନ'

 

ନନ୍ଦିଗ୍ରାମ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଉଭୟ ବିଜେପି-ଟିଏମସି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ହେଲେ କାହାକୁ ଏଠାକାର ଜନତା ସମର୍ଥନ ଜଣାଉଛନ୍ତି ତାହା ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ସ୍ପଷ୍ଟ ହୋଇଯିବ।