ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଗତ ଶୁକ୍ରବାର ୩୦ ଜଣିଆ ଦଳୀୟ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି କଂଗ୍ରେସ। ଏହି ତାଲିକାରେ ଦଳର ଅନେକ ବରିଷ୍ଠ ନେତା ସ୍ଥାନ ପାଇଥିବା ବେଳେ ଅନ୍ୟ କେତେକ ପୁରୁଖାନେତା ବାଦ ପଡିଛନ୍ତି। କଂଗ୍ରେସ ପକ୍ଷରୁ ପ୍ରକାଶିତ ହୋଇଥିବା ଦଳୀୟ ପ୍ରଚାରକ ତାଲିକାକୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି। 


COMMERCIAL BREAK
SCROLL TO CONTINUE READING

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ (Congress) ପକ୍ଷରୁ ଜାରି ହୋଇଥିବା ତାରକା ପ୍ରଚାରକ (Congress Star Campaigner) ତାଲିକା ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ  ଡ.ମନମୋହନ ସିଂହ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ସଚିନ ପାଇଲଟ, ନବଜୋତ ସିଂହ ସିଦ୍ଧୁ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଲୋକସଭାର ସଂସଦୀୟ ଦଳ ନେତା ତଥା ପଶ୍ଚିବଙ୍ଗର ବ୍ରହ୍ମପୁର ଲୋକସଭା ଆସନ ସାଂସଦ ଅଧିର ରଞ୍ଜନ ଚୌଧୁରୀ, ବିକେ ହରିପ୍ରସାଦ, ସଲମାନ ଖୁର୍ସିଦ, ରଣଦୀପ ସିଂହ ସୂର୍ଯ୍ୟେୱାଲା, ଜିତିନ ପ୍ରସାଦ, ଆରପିଏନ ସିଂହ, ଅବଦୁଲ୍ଲ ମାନ୍, ପ୍ରଦୀପ ଭଟ୍ଟଚାର୍ଯ୍ୟ, ଦୀପା ଦାସମୁନସି, ଏଏଚ ଖାନ ଚୌଧୁରୀ, ଅଭିଜିତ ମୁଖାର୍ଜୀ, ଦୀପେନ୍ଦ୍ର ହୁଡ୍ଡା, ଅଖିଳେଶ ପ୍ରସାଦ ସିଂହ, ରାମେଶ୍ୱର ଓରାଓଁ, ଆଲମଗିରି ଆଲମ, ଅଜରୁଦ୍ଦିନ, ଜୟବୀର ସେରଗିଲ, ପବନ ଖେଡା, ବିପି ସିଂହ ପ୍ରମୁଖ ସାମିଲ ଅଛନ୍ତି। 


Also Read: 'ମୁଁ ହିନ୍ଦୁସ୍ତାନୀ ମୁସଲିମ ଭାବେ ଗର୍ବିତ'


 


ହେଲେ ନିର୍ବାଚନ ପାଇଁ ଦଳ ପକ୍ଷରୁ ଜାରି ହୋଇଥିବା ତାରକା ପ୍ରଚାରକ ତାଲିକା G23 ଗୋଷ୍ଠୀର ନେତାଙ୍କ (G23 Group Leader) ନାଁ ସାମିଲ ନାହିଁ। କଂଗ୍ରେସର ଅଭିଜ୍ଞ ଏବଂ ବରିଷ୍ଠ ନେତା ଏହି ଗୋଷ୍ଠୀରେ ସାମିଲ ଅଛନ୍ତି। ସେମାନେ ହେଉଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ହରିୟାଣର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ମନୀଷ ତିୱାରୀ, ରାଜବବ୍ବର, କପିଲ ଶିବଲ, ଆନନ୍ଦ ଶର୍ମାଙ୍କ ଭଳି ପୁରୁଖା ନେତା ଦଳର ପ୍ରଚାରକ ତାଲିକାରୁ ବାଦ ପଡିଛନ୍ତି।    


Also Read: ସିଡ୍ୟବ୍ଲ୍ୟୁସି ବୈଠକ ବେଳେ ରାହୁଲଙ୍କ ଉପରେ ତାତିଲେ ଶିବଲ, ଦଳରେ ଥାଇ ଦେଲେ ଖୋଲା ଚ୍ୟାଲେଞ୍ଜ


 


ଦଳୀୟ ନେତୃବୃନ୍ଦଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଗତ ଫେବୃଆରୀ ମାସରେ ଜମ୍ମୁ ଠାରେ ଏକତ୍ରୀତ ହୋଇଥିଲେ G23 ଗୋଷ୍ଠୀର ନେତା। ଅନ୍ୟପଟେ ରାଜ୍ୟସଭାର ଶେଷ କାର୍ଯ୍ୟକାଳ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହରେ ପ୍ରଶଂସା କରିଥିଲେ ବିଦାୟୀ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ। ଯାହାକୁ ନେଇ ରାଜନୈତିକ ମହଲରେ ହୋଇଥିଲା ଅନେକ ଚର୍ଚ୍ଚା।


ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Elelction 2021) କଂଗ୍ରେସ, ବାମପନ୍ଥୀ (Leftist), ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ-ଆଇଏସଏଫ (Indian Secular Front-ISF) ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ଦଳ ଏଥର ରାଜ୍ୟର ମୋଟ ୨୯୪ ଆସନରୁ ୯୨ ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବ।