ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?
Advertisement
Article Detail0/zeeodisha/odisha853619

ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?

ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ପୁଦୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ପତ୍ତନ ହୋଇଛି।

ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା। ପ୍ରଥମେ ମଧ୍ୟପ୍ରଦେଶ ପରେ କର୍ଣ୍ଣାଟକ ଆଉ ଏବେ ହାତରୁ ଖସିଛି ପୁଡୁଚେରୀ। ଫେବୃଆରୀ ୨୨ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଥିବା ଘୋଷଣା କରିଛନ୍ତି ବାଚସ୍ପତି। 

ଉପରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଇସ୍ତଫାପତ୍ର ଦେବା ପରେ ଗୃହ ତ୍ୟାଗ କରିଥିଲେ ଉଭୟ କଂଗ୍ରେସ (Congress) ଡିଏମକେ (DMK) ବିଧାୟକ। ସେପଟେ ନିର୍ବାଚିତ ସଦସ୍ୟଙ୍କୁ ଭୋଟିଂ ଅଧିକାରରୁ ବାଚସ୍ପତି ବଞ୍ଚିତ କରିଥିବା ଅଭିଯୋଗ ଆଣିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ। 

Also Read: Puducherry Politics: ଆସନ୍ତାକାଲି ସାବ୍ୟସ୍ତ କରିବାକୁ ହେବ ବହୁମତ, ନହେଲେ...

ପୁଡୁଚେରୀ ବିଧାନସଭାର ମୋଟ ଆସନ ୩୩ ମଧ୍ୟରୁ ୩୦ ନିର୍ବାଚିତ ଏବଂ ୩ ଜଣ ହେଉଛନ୍ତି ମନୋନୀତ ସଦସ୍ୟ। ୫ କଂଗ୍ରେସ, ଜଣେ ଡିଏମେକ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକଙ୍କ ଇସ୍ତଫା ଦେଇସାରିଛନ୍ତି। ଏହି ୭ ବିଧାୟକଙ୍କୁ ବାଦ ଦେବା ପରେ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୬ ରହିଥିଲା। ବହୁମତ ସାବ୍ୟସ୍ତ କରିବା ଆବଶ୍ୟକୀୟ ସଂଖ୍ୟା ୧୪ ଛୁଇଁବାରେ ସରକାର ବିଫଳ ହୋଇଥିବା ବିଧାନସଭା ବାଚସ୍ପତି ଘୋଷଣା କରିଥିଲେ। 

Also Read: 2021 Election: ନିର୍ବାଚନ ବିଗୁଲ ବଜାଇଲେ PM Modi

ସେପଟେ ବିନା ମତଦାନରେ ବାଚସ୍ପତିଙ୍କ ଘୋଷଣାକୁ ଗଣତନ୍ତ୍ରର ହତ୍ୟା କହି ସମାଲୋଚନା କରିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ, କର୍ଣ୍ଣାଟକ ପରେ ଏବେ ପୁଡୁଚେରୀରେ କ୍ଷମତାରେ ଥିବା କଂଗ୍ରେସ ସରକାରର ପତନ ହୋଇଛି। ଏବେ ଦେଶର ମାତ୍ର ୩ଟି ରାଜ୍ୟରେ କଂଗ୍ରେସ ପୂର୍ଣ୍ଣ କ୍ଷମତାରେ ଥିବାବେଳେ ୨ଟି ରାଜ୍ୟରେ ସରକାରର ଅଂଶୀଦାର ବନିଛି କଂଗ୍ରେସ। ହାତରୁ ପୁଡୁଚେରୀ ଖସିବା ପରେ ଏବେ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ମେଣ୍ଟ ସହଯୋଗୀ ଦଳ ହୋଇ ରହିଛି।  

Alspo Read: Metro Man in BJP: ପେବୃଆରୀ ୨୧ ତାରିଖରେ ନେବେ ସଦସ୍ୟତା

ଗତ ଫେବ୍ରୁଆରୀ ୧୮ ତାରିଖରେ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ପଦରୁ କେନ୍ଦ୍ର ସରକାର ହଟାଇ ଦେବା ପରେ ରାଜ୍ୟରେ କଂଗ୍ରେସ ସରକାର ପତନ ଏବଂ ଆଗାମୀ କିଛି ମାସ ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଏଠାରେ ମଧ୍ୟ ଜମ୍ମୁ କାଶ୍ମୀର ଫର୍ମୁଲା ଆପଣାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ କିଛି ମାସ ପରେ ପୁଡୁଚେରୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ,କେରଳ ଆଦି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ସବୁ ଦଳ ପକ୍ଷରୁ କ୍ଷମତା ଅକ୍ତିଆର କରିବା ପାଇଁ ଜାରି ରହିଛି ଜୋରଦାର ସଂଘର୍ଷ । କିଛି ଦିନ ପୂର୍ବରୁ ଆକସ୍ମିକ ଭାବରେ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ପଦରୁ ହଟିବା ପରେ ଏବେ ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।