Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା
Advertisement
Article Detail0/zeeodisha/odisha856142

Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ହୋଲି ପରେ ମତଦାନ ଅନୁଷ୍ଠିତ ହୋଇପାରେ। 

Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ, ପୁଦୁଚେରୀ, ତାମିଲନାଡୁ ଆଦି ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଲାଗି ଫେବୃଆରୀ ୨୬ ତାରିଖ ଶୁକ୍ରବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। 

ତାମିଲନାଡୁ (Tamilnadu), କେରଳ (Kerala), ପୁଦୁଚେରୀ (Puducherry) ଆଦି ରାଜ୍ୟରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଆସାମରେ (Assam) ୨୭ ମାର୍ଚ୍ଚ, ୧ ଏପ୍ରିଲ, ୬ ଏପ୍ରିଲରେ ମୋଟ ୩ ପର୍ଯ୍ୟାୟରେ  ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଅନ୍ୟପଟେ ପଶ୍ଚିମବଙ୍ଗରେ (West Bengal)  ୨୭ ମାର୍ଚ୍ଚ ପ୍ରଥମ, ୧ ଏପ୍ରିଲ ଦ୍ୱିତୀୟ, ୬ ଏପ୍ରିଲ ତୃତୀୟ, ୧୦ ଏପ୍ରିଲ ଚତୁର୍ଥ, ୧୭ ଏପ୍ରିଲ ପଞ୍ଚମ, ୨୨ ଏପ୍ରିଲ ଷଷ୍ଠ, ୨୬ ଏପ୍ରିଲ ସପ୍ତମ, ୨୯ ଏପ୍ରିଲ ଅଷ୍ଟମ ଆଦି ୮ଟି ପର୍ଯ୍ୟାୟରେ ଭୋଟଦାନ ହେବ। ଏହି ୪ ରାଜ୍ୟ ସହ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ଫଳାଫଳ ମେ  ୨ ତାରିଖ ରବିବାର ପ୍ରକାଶ ପାଇବ। 

Also Read: West Bengal Election 2021: ଖୁବ ଶୀଘ୍ର ହେବ ତାରିଖ ଘୋଷଣା

ଦେଶରୁ କୋରୋନା ସଂକଟ ସମ୍ପୂର୍ଣ୍ଣ ଟଳିନଥିବା ବେଳେ ପ୍ରଥମ ଥର ଲାଗି ଏକ ସମୟରେ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ହେବାକୁ ଯାଉଛି ବିଧାନସଭା ନିର୍ବାଚନ। କୋଭିଡ୧୯ ସଂକ୍ରମଣ ଜନିତ ମାମଲାକୁ ଦୃଷ୍ଟିରେ ରଖି ଏହି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବଢାଯିବ। କୋରୋନା ମାମଲାକୁ ଦୃଷ୍ଟିରେ ରଖି ଗତବର୍ଷ ଅକ୍ଚୋବର-ନଭେମ୍ବର ମାସରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନ ସମୟରେ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ବଢାଇଥିଲେ ନିର୍ବାଚନ ଆୟୋଗ। ଯାହାର ମୂଳ ଲକ୍ଷ୍ୟ ଥିଲା ସାମାଜିକ ଦୂରତା ରକ୍ଷା କରିବା।      

ଉପରୋକ୍ତ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ହୋଲି ପରେ ମତଦାନ ଅନୁଷ୍ଠିତ ହୋଇପାରେ। ଆସନ୍ତା ମେ ପ୍ରଥମ ସପ୍ତାହରେ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରେ। ପଶ୍ଚିମବଙ୍ଗରେ ୭-୮, ଆସାମରେ ୨-୩, କେରଳରେ ୨-୩, ପୁଦୁଚେରୀରେ ୧, ତାମିଲନାଡୁରେ ୨-୩ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇପାରେ।      

ବର୍ତ୍ତମାନ ପଶ୍ଚିମବଙ୍ଗରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ମେ ୩୦ ତାରିଖରେ ଶେଷ ହେଉଛି। ସେହିପରି ତାମିଲନାଡୁ, କେରଳ, ପୁଦୁଚେରୀ, ଆସାମ, ଆଦି ରାଜ୍ୟରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକାଳ ମେ-ଜୁନ ମାସରେ ଶେଷ ହେଉଛି। ସିବିଏସ୍ଇ ପରୀକ୍ଷାକୁ ନଜରରେ ରଖି ନିର୍ବାଚନ ତାରିଖ ସ୍ଥିର କରାଯାଇଛି। 

Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF

ଉଭୟ ପଶ୍ଚିମବଙ୍ଗ-ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ୨ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ଗତ ୨୦୧୬ ବିଧାନସଭା ନିର୍ବାଚନରେ ​​ତାମିଲନାଡୁର ୬୬,୦୦୭ ମତଦାନ କେନ୍ଦ୍ରଥିଲା ହେଲେ ୨୦୨୧ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୮୮,୯୩୬କୁ ବୃଦ୍ଧି କରାଯାଇଛି। ସେହିପରି ​​ଆସାମରେ ୨୪,୮୯୦ ମତଦାନ କେନ୍ଦ୍ର ରହିଥିଲା ହେଲେ ଏଥର ଏହି ସଂଖ୍ୟା ୩୩, ୫୩୦ ହୋଇଛି।

ଅନ୍ୟପଟେ ପଶ୍ଚିମବଙ୍ଗରେ ୭୭, ୪୧୩ ମତଦାନ କେନ୍ଦ୍ର ଥିଲା ହେଲେ ଏଥର ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ୧ ଲକ୍ଷ ୧ ହଜାର ୯୧୬ ହୋଇଛି। କେରଳରେ ୨୧,୪୯୮ ଭୋଟଗ୍ରହଣ କେନ୍ଦ୍ର ଥିଲା ଯାହା ଏଥର ୪୦ ହଜାର ୭୭୧ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଅନ ଲାଇନ ମାଧ୍ୟମରେ ଅମାନତ ରାଶି (Security Deposit) ଜମା କରିବେ। 

ନିର୍ବାଚନ ସମୟରେ ସୁରକ୍ଷା ଦାୟିତ୍ୱରେ ରହିବେ ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ବାହିନୀ। ନିର୍ବାଚନ ପ୍ରକ୍ରିୟାର ୱେବ କାଷ୍ଟିଂ ସବୁ ମତଦାନ କେନ୍ଦ୍ରରେ କରାଯିବ। ସିସିଟିଭିର ତତ୍ତ୍ୱାବଧାନରେ ମତଦାନ ଶେଷ ହେବ। ଦ୍ୱାର ଦ୍ୱାର ବୁଲି (Door to Door Camapagain) କରାଯାଉଥିବା ପ୍ରଚାର ସମୟରେ ୫ ଲୋକ କିମ୍ବା ଗାଡି ଏକାଠି ରହିବେ। 

ନାମଙ୍କନ ଦାଖଲ ସମୟରେ ୨ ଜଣ ଉପସ୍ଥିତ ରହିପାରିବେ। ଅନଲାଇନ୍ ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିବ। କୋରୋନା ମୁକାବିଲା ଲାଗି ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମତଦାନ ସମୟକୁ ଘଣ୍ଟାଏ ଅଧିକ କରାଯିବ। ନିର୍ବାଚନରେ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯିବ।   

Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୪ ରାଜ୍ୟ ତଥା ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୨୪ ଆସନ ଲାଗି ୮ କୋଟି ମତଦାତା ମତଦାନ କରିବେ। ପୁଦୁଚେରୀରେ ଜଣେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୨୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ  ଏହି ୪ ରାଜ୍ୟ ଏବଂ ଏକମାତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଆଚାର ସଂହିତା (Code of Conduct) ଲାଗୁ ହୋଇଯାଇଛି। 

ପଶ୍ଚିମବଙ୍ଗର ୨୯୪, ତାମିଲନାଡୁର ୨୩୪, କେରଳର ୧୪୦, ଆସାମର ୧୨୬, ପୁଦୁଚେରୀର ୩୦ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। କେରଳରେ ୧, ପୁଦୁଚେରୀରେ ୩ ବିଧାୟକ ସ୍ଥାନୀୟ ବିଧାନସଭାକୁ ମନୋନୀତ ହୋଇଥାନ୍ତି।