Goa CM Pramod Sawant: ସତ୍ୟରେ ପରିଣତ ହୋଇଛି ଆଶଙ୍କା। ସଦ୍ୟ ଗୋଆ ରାଜନୀତିକୁ ନେଇ ଆସିଛି ଚକିତ କରିବା ଭଳି ଖବର। ଅନେକ ଦିନ ଧରି ଛକାପଞ୍ଝା ପରେ ଗୋଆ କଂଗ୍ରେସ ଶାଖାରେ ଦେଖିବାକୁ ମିଳିଛି। ସେପ୍ଟମ୍ବର ୧୪ ତାରିଖ ବୁଧବାର ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି ୮ କଂଗ୍ରେସ ବିଧାୟକ। ଗୋଆ ବିଜେପି ଅଧ୍ୟକ୍ଷ ସଦାନନ୍ଦ ଶେତ ତନୱଡେ ଦଳରେ ସାମିଲ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି।
  
ସେପ୍ଟମ୍ବର ୭ ବୁଧବାର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ ଯାତ୍ରା। ଯେଉଁ ଯାତ୍ରାକୁ ଏକ ସପ୍ତାହ ପୂରଣ ହୋଇଛି। ହେଲେ ବର୍ତ୍ତମାନ ଯାତ୍ରା ଜାରି ରହିଥିବା ବେଳେ କଂଗ୍ରେସ ପାଖରୁ ଦୂରେଇ ଯିବାରେ ଲାଗିଛନ୍ତି ଦଳୀୟ ନେତା।  ସଦ୍ୟ ଗୋଆ ରାଜନୀତିରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଯେଉଁଠି ୮ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି। ସେମାନେ ହେଉଛନ୍ତି... 


  • COMMERCIAL BREAK
    SCROLL TO CONTINUE READING

    ଦିଗମ୍ବର କାମାତ 

  • ମାଇକେଲ ଲୋବୋ 

  • ଦଲୀଲା ଲୋବୋ 

  • ରାଜେଶ ଫଲଦେଶାଇ 

  • କେଦାର ନାଇକ

  • ସଙ୍କଳ୍ପ ଅମୋନକର 

  • ଆଲେକ୍ସୋ ସିକେରା 

  • ରୁଡୋଲ୍ଫ ଫର୍ଣ୍ଣାଣ୍ଡିସ


ମୋଟ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ (Goa Assembly) ୧୧ କଂଗ୍ରେସ ଏବଂ ୨୦ ବିଜେପି ବିଧାୟକ ଥିଲେ। ବର୍ତ୍ତମାନ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି। ଯାହା ପରେ ଗୋଆ କଂଗ୍ରେସ ବଡ଼ ଧରଣର ବିପର୍ଯ୍ୟୟର ସାମ୍ନା କରିଛି। ବର୍ତ୍ତମାନ ଗୋଆ ବିଧାନସଭାରେ କେବଳ ମାତ୍ର ୩ ଜଣ କଂଗ୍ରେସ ବିଧାୟକ ରହିଛନ୍ତି। ପୂର୍ବରୁ ୨୦୧୯ ଜୁଲାଇରେ ୧୦ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ବିଜେପି ହାତ ଧରିଥିଲେ। ତତ୍କାଳୀନ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାୱେଲକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରାଇଥିଲେ ସେତେବେଳେର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। 


Also Read: Bharat Joda Yatra: କଂଗ୍ରେସକୁ ଲାଗିପାରେ ଝଟକା, ଇସ୍ତଫା ଦେଇପାରନ୍ତି ଏହି ରାଜ୍ୟର ଅନେକ ବିଧାୟକ


ସଦ୍ୟ ରାଜ୍ୟ ରାଜନୀତିରେ (Goa Politics) ହୋଇଥିବା ଘଟଣାକ୍ରମ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ (Goa Chief Minister Pramod Sawant)। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କଂଗ୍ରେସ ଛାଡ ଯାତ୍ରା (Congress Chodo Yatra) ଆରମ୍ଭ ହୋଇଛି। 


Also Read: Goa Congress Crisis: ଦଳ ଛାଡି଼ ବିଜେପି ହାତ ଧରିବେ ୯ କଂଗ୍ରେସ ବିଧାୟକ!


ଗତ ଜୁଲାଇ ମାସରେ ଦଳ ବିରୋଧି କାର୍ଯ୍ୟରେ ସାମିଲ ହେବା ଅଭିଯୋଗରେ କଂଗ୍ରେସ ଦଳୀୟ ବିଧାୟକ କଂଗ୍ରେସ ଦିଗମ୍ବର କାମାତ ଏବଂ ମାଇକେଲ ଲୋବୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେତେବେଳେ ଗୋଆ କଂଗ୍ରେସ ଏହାର ୫ ଜଣ ବିଧାୟକଙ୍କୁ ଚେନ୍ନାଇ ଅଭିମୁଖେ ସ୍ଥାନାନ୍ତର କରିଥିଲା। 


Also Read: President Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଣ୍ଟାଭିଡି଼ଲା କଂଗ୍ରେସ


ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନିର୍ବାଚିତ ନୂତନ ଚେହେରା ସହିତ କଂଗ୍ରେସର କିଛି ପୁରୁଣା ଚେହେରା ୧୦ ଜୁଲାଇରେ ଦଳ ବଦଳାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ଏହି ଉଦ୍ୟମ ଗଣେଶ ପୂଜା ବେଳେ ବିଫଳ ହୋଇଥିଲା। ଯଦିଓ ଗଣେଶ ଉତ୍ସବ ବେଳେ ଦ୍ୱିତୀୟ ଥର ଲାଗି ସେମାନେ ଦଳ ବଦଳାଇବାକୁ ଚେଷ୍ଟା କରିଥିଲେ ମାତ୍ର ୮ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିପାରି ନଥିଲେ। କାରଣ ଦଳ  ବଦଳ  ଲାଗି ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା।