କଥା ଶୁଣୁନାହାଁନ୍ତି ଅଫିସର, କେମିତି କରିବି ଲୋକଙ୍କ ସେବା: ବିହାର ମନ୍ତ୍ରୀ
ମନ୍ତ୍ରୀ ମଦନ ସାହାନୀ କହିଛନ୍ତି ସରକାରୀ ଅଧିକାରୀଙ୍କ ଏକଛତ୍ରବାଦ ଏବେ ସେ ଗ୍ରହଣ କରି ପାରୁନାହାଁନ୍ତି।
ନୂଆଦିଲ୍ଲୀ: ବିଭିନ୍ନ ସମସ୍ୟାର ସମଧାନ ପାଇଁ ସରକାରୀ ଅଥବା ପ୍ରଶାସନିକ କଳକୁ ଅବଗତ କରାଇଥାନ୍ତି ଜନସାଧରଣ। ଲୋକଙ୍କ ଉନ୍ନତି, ବିକାଶ ପାଇଁ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି ସରକାର ଆଉ ପ୍ରଶାସନ। ଭଭୟଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହୋଇଥାଏ ସଫଳ ରୂପାୟନ।
ହେଲେ ରାଜ୍ୟର ବିକାଶ ଲାଗି ବିହାର ସରକାରଙ୍କ ପକ୍ଷରୁ କରାଯାଉଥିବା ପ୍ରୟାସ କେତେଦୂର ସଫଳ ହେଉଛି ତାହାର ଗୁମର ଖୋଲିଛନ୍ତି ଖୋଦ ମନ୍ତ୍ରୀ। ରାଜ୍ୟ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ ବିହାର ସରକାରଙ୍କ (Bihar Government) ସମାଜ କଲ୍ୟାଣ ମନ୍ତ୍ରୀ (Social Welfare Minister) ମଦନ ସାହାନୀ (Madan Sahni)।
Also Read: ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନୀତିଶ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ରାଜ୍ୟ ପ୍ରଶାସନକୁ ନେଇ ନାରାଜ ହୋଇଉଠିଛନ୍ତି ବିହାର ସମାଜ କଲ୍ୟାଣ ମନ୍ତ୍ରୀ। ଏପରିକି ନିଜ ପଦରୁ ଇସ୍ତଫା ଦେବାକୁ ମଧ୍ୟ କହିଛନ୍ତି ସେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କ ବିରୁଦ୍ଧରେ ମନମାନି କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ମଦନ ସାହାନୀ।
ଗାଡି ଘର ନେଇ ମୁଁ କ'ଣ କରିବି। ଯେବେ ମୁଁ ଲୋକଙ୍କ ସେବା କରିପାରୁନାହିଁ। ଯେତେବେଳେ ବିଭାଗୀୟ ଅଧିକାରୀ ମୋ କଥା ଶୁଣୁନାହାଁନ୍ତି ମୁଁ ସେତେବେଳେ କିପରି ଭାବେ ଜନସାଧାରଣ ସେବା କରିବାକୁ ସକ୍ଷମ ହେବି। ଯଦି ମୁଁ ଲୋକଙ୍କ ଲାଗି କିଛି କାମ କରିପାରିବି ନାହିଁ, ତାହେଲେ ମୁଁ ମନ୍ତ୍ରୀ ପଦରେ ରହିବାର କୌଣସି ଲାଭ ନାହିଁ। ରାଜ୍ୟର କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କ କଥା ଶୁଣାଯାଉ ନାହିଁ। ଦୁର୍ନୀତି ଏବଂ ଅମଲାତନ୍ତ୍ର ଚରମସୀମାରେ ପହଞ୍ଚିଛି। ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ମୁଁ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିବି।
Also Read: ୧୫ ବର୍ଷରେ ସପ୍ତମ ପାଳି, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ରାଜନୈତିକ ଜୀବନ ଯାତ୍ରା
ରାଜଧାନୀ ପାଟନାସ୍ଥିତ ନିଜ ସରକାରୀ ବାସଭବନ ଠାରେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ମଦନ ସାହାନୀ କହିଛନ୍ତି ସରକାରୀ ଅଧିକାରୀଙ୍କ ଏକଛତ୍ରବାଦ ଏବେ ସେ ଗ୍ରହଣ କରି ପାରୁନାହାଁନ୍ତି। ଏହି କାରଣରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ପଦରେ ରହି ଆମେ ଯେତେବେଳେ ଆମେ କୌଣସି କାର୍ଯ୍ୟ କରିପାରିବୁ ନାହିଁ, କିମ୍ବା ଗରିବ ଲୋକଙ୍କ ଉନ୍ନତି ପାଇଁ କୌଣସି ଭଲ କାମ କରିପାରିବୁ ନାହିଁ କିମ୍ବା କୌଣସି ସଂସ୍କାରମୂଳକ କାର୍ଯ୍ୟ ମଧ୍ୟ କରିପାରିବୁ ନାହିଁ ତାହେଲେ କେବଳ ସୁବିଧା ଉପଭୋଗ କରିବା ପାଇଁ କ'ଣ ମନ୍ତ୍ରୀ ପଦରେ ରହିବୁ। ଏହା ଆମ ପାଇଁ ଠିକ୍ ନୁହେଁ।