୧୫ ବର୍ଷରେ ସପ୍ତମ ପାଳି, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ରାଜନୈତିକ ଜୀବନ ଯାତ୍ରା
Advertisement
Article Detail0/zeeodisha/odisha787222

୧୫ ବର୍ଷରେ ସପ୍ତମ ପାଳି, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ରାଜନୈତିକ ଜୀବନ ଯାତ୍ରା

ପ୍ରାୟ ୪ ଦଶକ ଅର୍ଥାତ ୪୦ ବର୍ଷ ଧରି ବିହାର ରାଜନୀତିରେ ସକ୍ରିୟ ରହିଛନ୍ତି ନୀତିଶ କୁମାର। ବିଗତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି। 

୧୫ ବର୍ଷରେ ସପ୍ତମ ପାଳି, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ରାଜନୈତିକ ଜୀବନ ଯାତ୍ରା

ପାଟନା: କ୍ରମାଗତ ଭାବେ ୨୦୧୫-୨୦୨୦ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ଲାଗି ଶପଥ ଗ୍ରହଣ କରିଛନ୍ତି ଜେଡିୟୁ ସୁପ୍ରିମୋ (JDU Supremo)ନୀତିଶ କୁମାର (Nitish Kumar)। ନିର୍ମଳ ଭାବମୂର୍ତ୍ତୀ କାରଣରୁ ବିହାର ରାଜନୀତିରେ ଏକ ନୂତନ ରେକର୍ଡ କରିଛନ୍ତି ଜେଡିୟୁ ମୁଖିଆ ନୀତିଶ। ଚଳିତ ବିହାର ବିଧାନସଭା ନିର୍ବାଚନରେ (Bihar Assembly Poll 2020) କମ ଆସନ ପାଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଗାଦି ହାତେଇବାରେ ସଫଳ ହୋଇଛନ୍ତି ସେ।   

ପ୍ରାୟ ୪ ଦଶକ ଅର୍ଥାତ ୪୦ ବର୍ଷ ଧରି ବିହାର ରାଜନୀତିରେ ସକ୍ରିୟ ରହିଛନ୍ତି ନୀତିଶ କୁମାର। ବିଗତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି। ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଉଜ୍ୱଳ ତାରକା ଭାବେ ଚମକୁଛନ୍ତି ସେ। ଏପରିକି ୧୫ ବର୍ଷ ଧରି ଶାସନ ଗାଦିରେ ରହିବା ସହ ରାଜନୈତିକ କ୍ଷେତ୍ରରେ ନିଜ ସ୍ଥିତିକୁ ସୁଦୃଢ କରି ବିରୋଧି ପକ୍ଷଙ୍କୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଜେଡିୟୁ ସୁପ୍ରିମୋ। 

ସମାଜବାଦୀ ନେତା (Socialist Leader)ଭାବେ ଜଣାଶୁଣା ଏହି ନେତା ଜଣଙ୍କ ଜନମାନସରେ ନିଜର ଭାବମୂର୍ତ୍ତୀ ଏବଂ ବ୍ୟକ୍ତିତ୍ୱ କାରଣରୁ ନିଜର ଲୋକପ୍ରିୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି। ସରଳ ସ୍ୱଭାବ, ଶାନ୍ତ ବ୍ୟକ୍ତିତ୍ୱ, ଓଜସ୍ୱୀନୀ ବକ୍ତା, କାମରେ ବିଶ୍ୱାସ ରଖୁଥିବା ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ନୀତିଶ କୁମାରଙ୍କ ରାଜନୈତିକ ଅଭିଜ୍ଞତା ସହ ପରିପକ୍ୱତା ବାବଦରେ ଅବଗତ ଅଛନ୍ତି ତାଙ୍କର ସମର୍ଥକଙ୍କ ସହ ବିରୋଧି।  

fallback

୧୯୫୧ ମସିହା ମାର୍ଚ୍ଚ ୧ ତାରିଖରେ ବିହାରର ବଖତିୟାପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୀତିଶ କୁମାର। ଅଧ୍ୟୟନ କରିବା କ୍ଷେତ୍ରରେ ବହୁତ ଆଗରେ ଥିଲେବିହାର କଲେଜ ଅଫ ଇଞ୍ଜିନିୟରିଂ ଯାହା ବର୍ତ୍ତମାନ ପାଟନା ଏନଆଇଟି ନାମରେ ପରିଚିତ ସେଠାରୁ ବି.ଟେକ ଡିଗ୍ରୀହାସଲ କରିଥିଲେ। ପାଠପଢା ସରିବା ପରେ କିଛି ସମୟ ଧରି ଚାକିରୀ କରିଥିଲେ ନୀତିଶ। ଏହା ପରେ ରାଜନୀତିରେ ପାଦ ଥାପିଥିଲେ। 

ରାଜନୈତିକ ଜୀବନ ଆରମ୍ଭ କରିବା ବେଳେ ନୀତିଶ କୁମାର ଲୋକନାୟକ ଜୟପ୍ରକାଶ ନାରାୟଣ (Lok Nayak Jay Prakash Narayan),ଭାରତୀୟ ସମାଜବାଦର ଜନକ (Father of Indian Socialism)ଡ. ରାମ ମନୋହର ଲୋହିଆ (Dr.Ram Manohar Lohiya)ଆଦି ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ସେ।

କେନ୍ଦ୍ରରେ କ୍ଷମତାସୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ୧୯୭୫-୧୯୭୭ ମସିହା ପର୍ଯ୍ୟନ୍ତ ଦେଶବ୍ୟାପୀ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ଏହାର ପ୍ରତିବାଦରେ ଯେତେବେଳେ ଲୋକନାୟକଙ୍କ ନେତୃତ୍ୱରେ ଦେଶବ୍ୟାପୀ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ସେତେବେଳେ ନୀତୀଶ କୁମାର ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ପରେ ସେତେବେଳର ଜନତା ପାର୍ଟିରେ (Janata Party) ଯୋଗ ଦେଇଥିଲେ ଏବଂ ୧୯୭୭ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ହର୍ଣ୍ଣାଟ ଆସନରୁ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।

fallback

ଏହି ପରାଜୟ ପରେ ନୀତୀଶ କୁମାର ପୁଣିଥରେ ସମତା ପାର୍ଟି (Samata Party)ଟିକେଟରେ ୧୯୮୫ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ହର୍ଣ୍ଣାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏଠାରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା। ସେ ଆଗକୁ ବଢି ଚାଲିଥିଲେ ଏବଂ ଆଉ ପଛକୁ ଚାହିଁ ନଥିଲେ।  ରାଜନୀତିରେ ଅନେକ ଉତ୍ଥାନ ପତ୍ତନ ସତ୍ତ୍ୱେ ଆଗକୁ ଆଗକୁ ମାଡି ଚାଲିଥିଲେ। କେନ୍ଦ୍ରରୁ ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ସବୁଠି ନିଜର ସ୍ଥିତି ମଜବୁତ କରିବାରେ ସଫଳ ହୋଇଥିଲେ।

୧୯୮୯ ମସିହାରେ ନୀତୀଶ କୁମାର ବାଢ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦରେ ପହଞ୍ଚିଥିଲେ। ୧୯୯୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର କୃଷିରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ସେବେଠାରୁ ନୀତୀଶ ବିହାରର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ କୃଷି, ରେଳବାଇ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ତାଙ୍କର ଏନଡିଏ ମେଣ୍ଟ ସହ  ଯୋଗାଯୋଗ ଜାରି ରହିଥିଲା।

fallback

୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ସମତା ପାର୍ଟି-ବିଜେପି ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ ତତ୍କାଳୀନ ରାଜ୍ୟପାଳ ସୁନ୍ଦର ସିଂ ଭଣ୍ଡାରୀ ନୀତୀଶ କୁମାରଙ୍କୁ ସରକାର ଗଠନ କରିବାକୁ ଜଣାଇଥିଲେ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିନପାରି ୭ ଦିନରେ ଇସ୍ତଫା ପ୍ରଦାନ କରିଥିଲେ। ମଧ୍ୟରେ। ଏହା ପରେ ବିହାରରେ ଆରଜେଡି-କଂଗ୍ରେସ ସରକାର ଗଠନ କରାଯାଇଥିଲା।

କୌତୁହଳର ବିଷୟ ହେଉଛି ନୀତୀଶ କୁମାର ମାତ୍ର ୧୨  ବର୍ଷ ମଧ୍ୟରେ ୫ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ୨୦୦୫ରେ ଲାଲୁ-ରାବ୍ରିଙ୍କ ୧୫ ବର୍ଷର ପୁରୁଣା ଦୁର୍ଗକୁ ଭାଙ୍ଗି ରାଜ୍ୟରେ ନୀତିଶଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠିତ ହୋଇଥିଲା।

fallback

ଏହା ପରେ ୨୦୦୫ ନଭେମ୍ବର ୨୪- ୨୪ ନଭେମ୍ବର ୨୦୧୦ ଦ୍ୱିତୀୟ ଥର, ୨୬ ନଭେମ୍ବର ୨୦୧୦-୧୭ ମଇ ୨୦୧୪ ତୃତୀୟ ଥର, ୨୨ ଫେବୃଆରୀ ୨୦୧୫- ୧୯ ନଭେମ୍ବର ୨୦୧୫ ଚତୁର୍ଥ ଥର, ୨୦ ନଭେମ୍ବର ୨୦୧୫- ୨୬ ଜୁଲାଇ ୨୦୧୭, ୨୭ ଜୁଲାଇ ୨୦୧୭-୧୩ ନଭେମ୍ବର ୨୦୨୦ ଷଷ୍ଠ ଥର, ଚଳିତ ବର୍ଷ ନଭେମ୍ବର ୧୬ ତାରିଖରେ ସପ୍ତମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।  

fallback

ନୀତୀଶ କୁମାର ଏପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬  ଥର ଶପଥ ଗ୍ରହଣ କରିଛନ୍ତି ଏବଂ ୩ ଥର ଇସ୍ତଫା ଦେଇଛନ୍ତି। ରାଜନୀତିରେ ଲୋକେ ନୀତୀଶ କୁମାରଙ୍କୁ 'ସୁଶାସନ ବାବୁ' ନାମରେ ଜାଣିଛନ୍ତି। ଯେଉଁ ବିହାରକୁ ପଛୁଆ ରାଜ୍ୟ ଭାବେ ଗଣା ଯାଉଥିଲା ଯେଉଁଠି ସଡ଼କ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିଲା ସେଠାରେ ବିକାଶର ପରିଭାଷା ପ୍ରସ୍ତୁତ କରିବାର ଶ୍ରେୟ ନୀତୀଶ କୁମାରଙ୍କ ନିକଟକୁ ଯାଇଥାଏ। ଯାହାକୁ ତାଙ୍କର ବିରୋଧି ମଧ୍ୟ ସ୍ୱୀକାର କରନ୍ତି। 

୧୯୯୯ ମସିହା ଅଗଷ୍ଟ ମାସରେ ବିହାରର କିଶାନଗଞ୍ଜ ଜିଲ୍ଲାର ଗୟାସାଲ ଠାରେ ହୋଇଥିବା ରେଳ ଦୁର୍ଘଟଣା ଘଟିଥିଲା। ଏହି ଘଟଣାକୁ ଅନେକ ପ୍ରକାରର ପ୍ରଶ୍ନ ଉଠିବାକୁ ଲାଗିଲା। ଏପରି ଅଘଟଣ ପରେ ନୀତୀଶ କୁମାର ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏନେଇ କୁହାଯାଏ ନୀତିଶ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ଦ୍ୱିତୀୟ ରେଳମନ୍ତ୍ରୀ ଯିଏକି ନୈତିକତା କାରଣରୁ ଇସ୍ତଫା ଦେଇଛନ୍ତି।

fallback

ବିରୋଧିଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଏ ନୀତୀଶ କୁମାର ପରାଜୟକୁ ଭୟରେ ପ୍ରତ୍ୟେକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ସେ ୨୦୦୬ରୁ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇ ଆସୁଛନ୍ତି। ବର୍ତ୍ତମାନ ତାଙ୍କର କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ରହିଛି। ଏଥର ମଧ୍ୟ ନୀତୀଶ କୁମାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ଏଥର ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ସେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି। ହେଲେ ବିରୋଧିଙ୍କ ପକ୍ଷରୁ ହେଉଥିବା ଅଭିଯୋଗ ଉପରେ ସେ କୌଣସି ଉତ୍ତର ରଖନ୍ତିନାହିଁ।  ଏ ପ୍ରସଙ୍ଗରେ ତାଙ୍କର କହିବା କଥା ଗୋଟିଏ ନିର୍ଦ୍ଧିଷ୍ଟ କ୍ଷେତ୍ର ଉପରେ ଧ୍ୟାନ ଦେବା ପରିବର୍ତ୍ତେ ସାମଗ୍ରିକ ସଫଳତା ଉପରେ ଧ୍ୟାନ ଦେବା ଆବଶ୍ୟକ।