ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ।
Trending Photos
ପାଟନା: କ୍ରମାଗତ ଭାବେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କ୍ୟାବିନେଟ (Bihar Cabinet)ଗଠନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar)। ଏହା ସହିତ ତାଙ୍କ ସହିତ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ସେ। ସରକାର ଗଠନ କରିବା ପରେ କ୍ୟାବିନେଟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ।
ଜେଡିୟୁ (JDU)ପକ୍ଷରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜୟ ଚୌଧୁରୀଙ୍କୁ ଗ୍ରାମ୍ୟ ଉନ୍ନୟନ, ଅଶୋକ ଚୌଧୁରୀଙ୍କୁ ଗୃହ ନିର୍ମାଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ସମାଜ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରଦାନ କରାଯାଇଛି। ମେବାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି।
ବିଜେପି (BJP) କୋଟାରୁ ମନ୍ତ୍ରୀ ହୋଇଥିବା ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଏବଂ ସଡକ ନିର୍ମାଣ ବିଭାଗ ମିଳିଛି। ସବୁଠାରୁ ଅଧିକ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ଅଶୋକ ଚୌଧୁରୀଙ୍କୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମିଳିଥିବା ସମସ୍ତ ବିଭାଗ ୨ ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ଏବଂ ରେଣୁ ଦେବୀଙ୍କୁ ହସ୍ତାନ୍ତର କରାଯାଇଛି। ମହିଳା କଲ୍ୟାଣ ବିଭାଗ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ମିଳିଛି।
କାହାକୁ ମିଳିଲା କେଉଁ ବିଭାଗ