Gujarat Election 2022: ଚର୍ଚ୍ଚାରେ କଂଗ୍ରେସ ବିଧାୟକଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1463090

Gujarat Election 2022: ଚର୍ଚ୍ଚାରେ କଂଗ୍ରେସ ବିଧାୟକଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Gujarat Congress MLA: ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ବିଧାୟକ ଅମ୍ବରିଶ ଡେର କରିଥିବା କାରନାମାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କଂଗ୍ରେସ ବିଧାୟକ ନାଳରେ ପହଁରି ଭିକ୍ଟର ବନ୍ଦର ଠାରୁ ରାଜୁଲା ତଟ ଆଡକୁ ଯାଉଛନ୍ତି। ଏହା କରିବା ପଛରେ ବିଧାୟକଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେତୁ ନିର୍ମାଣ ପାଇଁ ଗୁଜୁରାଟ ସରକାର ବାରମ୍ବାର ତାଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

Gujarat Election 2022: ଚର୍ଚ୍ଚାରେ କଂଗ୍ରେସ ବିଧାୟକଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Congress MLA Ambarish Der: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ କଳ ବଳ କୌଶଳ ଲଗାଇ ଦେଇଛନ୍ତି ସମସ୍ତ ରାଜନୈତିକ ଦଳ। ଆସନ୍ତା ୧ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି  ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ହେଲେ ବର୍ତ୍ତମାନ ରାଜ୍ୟର ଆମରୋଲି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ମାକୁ ଆସିଛି। ଯେଉଁଠି ସ୍ଥାନୀୟ କଂଗ୍ରେସ ବିଧାୟକ ନିଜ ଦାବି ପୂରଣ ପାଇଁ ନାଳରେ ପହଁରି ରାସ୍ତା ପାର ହୋଇଛନ୍ତି। କଂଗ୍ରେସ ବିଧାୟକ ଅମ୍ବରିଶ ଡେର ତାଙ୍କ ନିର୍ବାଚନମଣ୍ଡଳୀ ଅଧିନରେ ରାଜୁଲା ତଟରେ ଏକ ସେତୁ ନିର୍ମାଣ କରିବାକୁ ଗୁଜୁରାଟ ସରକାରଙ୍କ ପାଖରେ ଦାବି କରିଥିଲେ। ହେଲେ ବିଧାୟକଙ୍କ ଦାବି ଏ ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ। 

ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ (Gujarat Assembly Election 2022) କଂଗ୍ରେସ ବିଧାୟକ ଅମ୍ବରିଶ ଡେର (Congress MLA Ambarish Der) କରିଥିବା କାରନାମାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କଂଗ୍ରେସ ବିଧାୟକ ନାଳରେ ପହଁରି ଭିକ୍ଟର ବନ୍ଦର (Victor Port) ଠାରୁ ରାଜୁଲା ତଟ (Rajula Coast) ଆଡକୁ ଯାଉଛନ୍ତି। ଏହା କରିବା ପଛରେ ବିଧାୟକଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ସେତୁ ନିର୍ମାଣ ପାଇଁ ଗୁଜୁରାଟ ସରକାର ବାରମ୍ବାର ତାଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ (Gujarat Assembly Election 2017) ରଜୋଲା ଆସନରୁ (Rajula Assembly Constituency) କଂଗ୍ରେସ ବିଧାୟକ ​​ଅମ୍ବରିଶ ଡେର ୧୨ ହଜାର ୭୧୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ହୀରା ସୋଲାଙ୍କିଙ୍କୁ ପରାସ୍ତ କରିଥିଲେ। ଏହି ନିର୍ବାଚନରେ କଂଗ୍ରେସ ଅନ୍ୟ ୪ ସିଟ୍ ଆମରୋଲି, ସବରକୁଣ୍ଡଲା, ଲାଥୀ ଏବଂ ଧାରୀ ଆସନରେ ବିଜୟ ବାନା ଉଡ଼ାଇଥିଲା।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ରଜୋଲା ଆସନରେ ବିଜେପି ପୁଣି ଥରେ ହୀରା ସୋଲାଙ୍କିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ପଟେ ଆମ୍ ଆଦମୀ ପାର୍ଟି ଭାରତ ବାଲଦାନିୟାକୁ ଛିଡା଼ କରିଛି। ଯଦିଓ ୨୦୧୭ ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ହୀରା ସୋଲାଙ୍କି ରଜୋଲା ଆସନରେ ପରାସ୍ତ ହୋଇଥିଲେ। ହେଲେ ଏଥର ବିଜେପି ନିଜର ସ୍ଥିତି ମଜବୁତ କରି ଆମରୋଲି ନିର୍ବାଚନରେ ବିଜୟବାନା ଉଡ଼ାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। ସେମାନେ ଆହୁରି ମଧ୍ୟ ବିଶ୍ୱାସ କରନ୍ତି ଯେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ନିର୍ବାଚନ ଗତ ଥରର ନିର୍ବାଚନ ଠାରୁ ବହୁତ ଭିନ୍ନ।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଆଉ କିଛି ଦିନ ବାକି ଅଛି। ଡିସେମ୍ବର ୧ ଏବଂ ୧ ତାରିଖରେ ରାଜ୍ୟର ସମସ୍ତ ୧୮୨ ବିଧାନସଭା ଆସନ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତାଦନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮୯ ଆସନରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକି ୯୩ ଆସନରେ ହେବ ମତଦାନ। ସମସ୍ତ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ୮ ଡିସେମ୍ବରରେ ଅନୁଷ୍ଠିତ ହେବ।