Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ସୋମବାର ସକାଳ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ଦଳର ସମର୍ଥନ ରହିଛି। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।


COMMERCIAL BREAK
SCROLL TO CONTINUE READING

୨୦୨୨ ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, YSR କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଜେଡିଏସ, ଟିଡିପି, ଶିରୋମଣି ଅକାଳୀ ଦଳ, ଶିବସେନା, ଜେଏମଏମ ଆଦି ଦଳର ସମର୍ଥନ ରହିଛି। ବର୍ତ୍ତମାନ ଏନଡିଏ ପ୍ରାର୍ଥୀଙ୍କୁ ପ୍ରାୟ ଦୁଇ-ତୃତୀୟାଂଶ ସମର୍ଥନ ମିଳିବା ନେଇ ଆଶା କରାଯାଉଛି। ତାଙ୍କୁ ପ୍ରାୟ ୬୧ ପ୍ରତିଶତ ଭୋଟ ମିଳିପାରେ। ନାମାଙ୍କନ ଦାଖଲ କରିବା ବେଳେ ତାଙ୍କ ପାଖରେ ପ୍ରାୟ ୫୦ ପ୍ରତିଶତ ଭୋଟ ରହିଥିଲା।  


​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଖରେ ମୋଟ ୧୦ ଲକ୍ଷ ୮୬ ହଜାର ୪୩୧ ଭୋଟ ମଧ୍ୟରୁ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟର ଭୋଟ ରହିଛି। ଏହି ଭୋଟ ମଧ୍ୟରୁ ୩.୦୮ ଲକ୍ଷ ଭୋଟ ଶାସକ ବିଜେପି ଏବଂ ଏହାର ସହଯୋଗୀ ଦଳ ପାଖରେ ରହିଛି। ବିଜେଡ଼ି ପାଖରେ ପ୍ରାୟ ୩୨ ହଜାର ଭୋଟ ରହିଛି। ଦଳ ପାଖରେ ପ୍ରାୟ ୨.୯ ପ୍ରତିଶତ ଭୋଟ ରହିଛି। ମୋଟ ୧୪୭ ଆସନ ବିଶିଷ୍ଟ ଓଡିଶା ବିଧାନସଭାରେ ଶାସକ ବିଜେଡିର ୧୧୪ ବିଧାୟକ ଏବଂ ସଂସଦରେ ୨୧ ଜଣ ସାଂସଦ ଅଛନ୍ତି।


ଅନ୍ୟପଟେ AIADMK ଦଳର ୧୭ ହଜାର ୨୦୦, YSR କଂଗ୍ରେସ ପାର୍ଟିର ୪୪ ହଜାର, ତେଲୁଗୁ ଦେଶମ ପାର୍ଟିର ୬୫୦୦, ଶିବସେନାର ୨୫ ହଜାର, ଜେଡିଏସର ୫୬୦୦ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି। ଗତ ଜୁନ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିବା ପରେ ଉପର ବିଜେପି ସାଂସଂଦଙ୍କ ସଂଖ୍ୟା ୯୨ ରହିଛି। ଲୋକସଭାରେ ଦଳର ୩୦୩ ଜଣ ସାଂସଦ ଅଛନ୍ତି। ଚଳିତ ବର୍ଷ ଦେଶର ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଆଦି ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ​​ବିଜେପିର ବିପୁଳ ବିଜୟ ଦଳ ଆହୁରି ମଜବୁତ ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ​​ଉତ୍ତର ପ୍ରଦେଶର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ଦେଶର ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଅଧିକ। ଏହି ରାଜ୍ୟରେ ବିଜେପି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିଛି।


ଏନଡିଏ ମେଣ୍ଟରେ ବିଜେପି ବିଧାୟକ ତଥା ଏହାର ସହଯୋଗୀଙ୍କ ସଂଖ୍ୟା ୨୦୧୭ ରାଷ୍ଟ୍ରପତି ନିର୍ବାଚନ ସମୟରେ କମ ରହିଥିଲା। ହେଲେ ବର୍ତ୍ତମାନ ବିଜେପି ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାହେଲେ ସେ ଦେଶର ରାଷ୍ଟ୍ରମୁଖ୍ୟ ପଦବୀ ଗ୍ରହଣ କରିବାରେ ସ୍ୱାଧୀନତା ପରେ ଜନ୍ମିତ ପ୍ରଥମ ରାଜନେତା ହେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚକ ମଣ୍ଡଳରେ (Electoral College) ବିଜେପି ପାଖରେ ପ୍ରାୟ ଅଧା ଭୋଟ୍ ମୂଲ୍ୟ ରହିଛି। ଯେଉଁଥିରେ ଦଳୀୟ ବିଧାୟକଙ୍କ ମତ ରହିଛି। ସହଯୋଗୀ ଜେଡିଏସ, ରାଷ୍ଟ୍ରୀୟ ଲୋକ ଜନକ୍ଷେତ୍ର ପାର୍ଟି, ଅପନା ଦଳ ଏବଂ ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ କେତେକ ଦଳର ଭୋଟ୍ ଯୋଡିବା ପରେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ ସଂଖ୍ୟାରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିରୋଧି ୟୁପିଏ ସାଂସଦଙ୍କ ଭୋଟ୍ ୧.୫ ଲକ୍ଷରୁ ଅଧିକ ଏବଂ ରାଜ୍ୟରୁ ଏହାର ବିଧାୟକଙ୍କ ଭୋଟ୍ ସଂଖ୍ୟା ମଧ୍ୟ ସମାନ ହେବ।


Also Read: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହେଲା ମତଦାନ


Also Read: Presidential Election 2022: ମତଦାନ ଲାଗି କାହିଁକି ବ୍ୟବହୃତ ହୁଏ ନାହିଁ ଇଭିଏମ?


Also Read: President Election 2022: ମତଦାନ ଲାଗି କାହିଁକି ବ୍ୟବହାର ହୁଏ ଭିନ୍ନ ଭିନ୍ନ ମତପତ୍ର?