Presidential Election 2022: ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହେଲା ମତଦାନ
Advertisement
Article Detail0/zeeodisha/odisha1263275

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହେଲା ମତଦାନ

Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ସୋମବାର ସକାଳ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହେଲା ମତଦାନ

Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ସୋମବାର ସକାଳ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ​ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି। କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ଦଳର ସମର୍ଥନ ରହିଛି। ଅନ୍ୟପକ୍ଷରେ ବିରୋଧି ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ ଜନ ପ୍ରତିନିଧିଙ୍କୁ ବିବେକ ସ୍ୱରରେ ଭୋଟ୍ ଦେବାକୁ ନିବେଦନ କରିଥିଲେ। ହେଲେ ସଂଖ୍ୟା ଦୃଷ୍ଟିରୁ ତାଙ୍କ ବିଜୟ କଷ୍ଟସାଧ୍ୟ ବୋଲି ମନେହେଉଛି। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।

ସଂସଦରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସୋମବାର ସକାଳ ଦଶଟାରୁ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୋଟ ଦେଇଥିଲେ। ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ୮୩ ପ୍ରତିଶତ ମତଦାନ ହୋଇଥିଲା। ଯେଉଁଥିରେ ୬୧୬ ସାଂସଦ ଏବଂ ୯ ଜଣ ବିଧାୟକ ଭୋଟ ଦେଇଥିଲେ। 

ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂ ଯାଦବ ହ୍ୱିଲ ଚେୟାର ଯୋଗେ ଆସି ସଂସଦରେ ପହଞ୍ଚିଥିଲେ। ଭୋଟ୍ ଦେବାବେଳେ ମୁଲାୟମ ସିଂହ ଝୁଣ୍ଟି ପଡ଼ିଥିଲେ। ତାଙ୍କୁ ଭୋଟ୍ ଦେବାର ଆଉ ଏକ ସୁଯୋଗ ଦିଆଯାଇଥିଲା। ଅନ୍ୟପଟେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକ ମଧ୍ୟ ପ୍ରଥମ ପ୍ରୟାସରେ ସଠିକ୍ ଭୋଟ୍ ଦେଇପାରିନଥିଲେ। ନିୟମ ଅନୁଯାୟୀ ତାଙ୍କୁ ଭୋଟ ଦେବା ଲାଗି ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା। ମନମୋହନ ସିଂହ ମଧ୍ୟ ଏକ ହ୍ୱିଲ ଚେୟାରରେ ଥିଲେ। ନିର୍ବାଚନ ଦାୟତ୍ୱରେ ରହିଥିବା ଅଧିକାରୀ ତାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିଥିଲେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶର ସାଂସଦ ଏବଂ ବିଧାୟକ ମତଦାନ କରିଥିଲେ। ସଂସଦ ବ୍ୟତୀତ ବିଧାନସଭାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଆସନ୍ତା ୨୧ ଜୁଲାଇରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ୨୫ ଜୁଲାଇରେ ନେବେ ଶପଥ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ବିଜେପି, ଜେଡିୟୁ, ବିଜେଡି, YSRCP, ବିଏସପି, ଏଆଇଏଡିଏମକେ, ଟିଡିପି, ଶିରୋମଣଇ ଅକାଳୀ ଦଳ, ଶିବସେନା, ଜେଏମଏମ ଭଳି ଦଳ ଭୋଟ୍ ଦେଇଛନ୍ତି। ଅନ୍ୟପଟେ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଏନସିପି, ଏସପି, ଟିଆରଏସ, ଟିଏମସି, ଡିଏମକେ, ବାମଦଳର ସମର୍ଥନ ମିଳିଛି। ଅନେକ ଦଳର ନେତା ମଧ୍ୟ କ୍ରସ ଭୋଟିଂ କରିଥିବାର ଖବର ଆସିଛି।

ଦିଲ୍ଲୀ ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେଉଥିବା ମତଦାନ ସନ୍ଧ୍ୟା ପାଞ୍ଚଟା ପୂର୍ବରୁ ଶେଷ ହୋଇଥିଲା। ମୋଟ ୭୦  ସଦସ୍ୟ ବିଶିଷ୍ଟ ବିଧାନସଭାର ୬୮ ଜଣ ବିଧାୟକ ସଦସ୍ୟ ଭୋଟ୍ ଦେଇଛନ୍ତି। ମୁସ୍ତାଫାବାଦ ବିଧାୟକ ହାଜି ୟୁନୁସ୍ ହଜ୍ ତୀର୍ଥଯାତ୍ରାରେ ଅଛନ୍ତି ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଅଛନ୍ତି। ଯେଉଁଥିପାଇଁ ଉଭୟେ ଭୋଟ୍ ଦେଇପାରିନଥିଲେ। ସେହିଭଳି ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ୮୮ ଜଣ ବିଧାୟକ ମତ ଦେଇଛନ୍ତି। କୁଲଦୀପ ବିଷ୍ଣୋୟୀ ଦିଲ୍ଲୀରେ ଭୋଟ୍ ଦେଇଥିବାବେଳେ ଜେଜେପି ବିଧାୟିକା ନୈନା ସିଂହ ଚୌତାଲା ବିଦେଶରେ ଥିବାରୁ ଭୋଟ୍ ଦେଇପାରି ନାହାଁନ୍ତି। ହିମାଚଳ ପ୍ରଦେଶ ବିଧାନସଭାରେ ଶାସକ ଏବଂ ବିରୋଧି ବିଧାୟକ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିଥିଲେ। ହିମାଚଳ ପ୍ରଦେଶ ବିଧାନସଭାରେ ୬୯ ଜଣ ମତଦାତା ମତଦାନ କରିଥିଲେ। ସେମାନ ହେଉଛନ୍ତି ରାଜ୍ୟର ସମସ୍ତ ୬୮ ବିଧାୟକ ଏବଂ ଜଣେ କଂଗ୍ରେସ ଲୋକସଭା ସାଂସଦ ପ୍ରତିଭା ସିଂହ।