Karnataka Waqf Board: ରାଜଧାନୀ ବେଙ୍ଗାଲୁରୁସ୍ଥିତ ଏକ ମଇଦାନରେ ଗଣେଶ ପୂଜା କରିବାକୁ ଅନୁମତି ଦେଇଥିବା କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଟାରେ ପହଞ୍ଚିଛି ରାଜ୍ୟ ୱାକଫ ବୋର୍ଡ। ଏନେଇ କର୍ଣ୍ଣାଟକ ୱାକଫ ବୋର୍ଡ ପକ୍ଷରୁ  କୁହାଯାଇଛି ଯେ ଯେଉଁଠାରେ ଗଣେଶ ପୂଜା କରିବାକୁ ପ୍ରସ୍ତୁତି କରାଯାଉଛି ତାହା ହେଉଛି ୱାକଫ ବୋର୍ଡ ସମ୍ପତ୍ତି। ୧୯୬୪ ମସିହା ପର ଠାରୁ ସେଠାରେ ଇଦ୍ ପ୍ରାର୍ଥନା ଅନୁଷ୍ଠିତ ହେଉଛି। ସେଠାରେ ଗଣେଶ ପୂଜା କରିବା କାରଣରୁ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇପାରେ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟର ମୁ୍ଖ୍ୟ ବିଚାରପତି ୟୁୟୁ ଲଲିତ ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ଅଗଷ୍ଟ ୨୬ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ (Karnataka High Court) ଡିଭିଜନ ବେଞ୍ଚ ରାଜ୍ୟ ସରକାରଙ୍କୁ (Karnataka Govt) ଏହା କହିଥିଲେ ଯେ ଚାମରାଜପେଟସ୍ଥିତ ଇଦଗାହା ମଇଦାନ (Chamrajpet Idgah Maidan) ଠାରେ ଗଣେଶ ପୂଜା (Ganesh Festival At Idgah Maidan) କରିବା ପାଇଁ ଅନୁମତି ମାଗୁଥିବା ଲୋକଙ୍କ ଆବେଦନ ଉପରେ ନିୟମ ଅନୁଯାୟୀ ବିଚାର କରାଯାଉ। ଏହାପୂର୍ବରୁ ହାଇକୋର୍ଟ ସିଙ୍ଗଲ୍ ବେଞ୍ଚ ଜମି ସମ୍ପର୍କରେ ସ୍ଥିତିବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲା।


ଚାମରାଜପେଟସ୍ଥିତ ଇଡଗାହା ମଇଦାନ ଉପରେ ୱାକଫ ବୋର୍ଡ (Karnataka Waqf Board) ପକ୍ଷରୁ କରାଯାଉଥିବା ଦାବିକୁ ବିବାଦୀୟ ବୋଲି କହିଥିଲେ କର୍ଣ୍ଣାଟକ ସରକାର। ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପୂଜାପାଠ ଲାଗି ଅନୁମତି ଦେବା ଉପରେ ବିଚାର କରିବା ଲାଗି ରୋକା ଯାଇ ପାରିବ ନାହିଁ। ଏହା ପରେ କର୍ଣ୍ଣାଟକ ୱାକଫ ବୋର୍ଡ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ଶିବଲ (Senior Lawyer Kapil Sibal) ମୁଖ୍ୟ ବିଚାରପତି ୟୁ ୟୁ ଲଲିତ (Supreme Court Chief Justice UU Lalit) ଏବଂ ରବୀନ୍ଦ୍ର ଭଟଙ୍କ ଖଣ୍ଡପୀଠରେ ଏହି ମାମଲା ଦାଏର କରିଛନ୍ତି।


Also Read: Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ


ଏହି ମାମଲାରେ କର୍ଣ୍ଣାଟକ ୱାକଫ ବୋର୍ଡ ପକ୍ଷ ରଖି ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ ଯେ ବିଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ଚାମରାଜପେଟସ୍ଥିତ ଇଡଗାହା ମଇଦାନ ଠାରେ ଇଦ୍ ପ୍ରାର୍ଥନା କରାଯାଉଛି। ବର୍ତ୍ତମାନ ଯଦି ସେଠାରେ ପୂଜାପାଠ ଲାଗି ଅନୁମତି ଦିଆଯାଏ ତାହେଲେ ଏହା ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେବ। ଅଗଷ୍ଟ ୩୧ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ଏହା ପୂର୍ବରୁ ଏହି ମାମାଲାର ଶୁଣିବା କରିବା ଆବଶ୍ୟକ। ଏହା ଉପରେ କୋର୍ଟ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ଏହି ମାମଲା ଉପରେ ଶୁଣାଣି କରାଯିବ।


ପୂର୍ବରୁ ଏହି ମାମାଲାରେ କର୍ଣ୍ଣାଟକ ହାଇକୋର୍ଟ ବେଞ୍ଚ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ଯାହା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆଲୋକ ଆରାଡେ ଏବଂ ଜଷ୍ଟିସ୍ ଏସ ବିଶ୍ୱଜିତ୍ ଶେଟ୍ଟୀଙ୍କ ଏକ ଡିଭିଜନ୍ ବେଞ୍ଚ ଦ୍ୱାରା ଶୁଣାଣି ହୋଇଥିଲା। ଡିଭିଜନ୍ ବେଞ୍ଚ ମଧ୍ୟବର୍ତ୍ତୀ ଆଦେଶକୁ ପରିବର୍ତ୍ତନ କରି ଅନ୍ୟ ଏକ ଆଦେଶ ପାରିତ କରିଥିଲେ। ଏନେଇ ହାଇକୋର୍ଟ ବେଞ୍ଚ ପକ୍ଷରୁ କୁହାଯାଇଛି ଧାର୍ମିକ, ଭାଷା, ଆଞ୍ଚଳିକ ଏବଂ ଶ୍ରେଣୀ ଆଧାରରେ ଭାରତୀୟ ସମାଜରେ ବିବିଧତା ରହିଛି। ସମ୍ବିଧାନ ନିଜେ ସମାଜର ସମସ୍ତ ବିଭାଗ ମଧ୍ୟରେ ଭାଇଚାରାକୁ ପ୍ରୋତ୍ସାହିତ କରେ। ଧାର୍ମିକ ସହିଷ୍ଣୁତାର ନୀତି ହେଉଛି ଭାରତୀୟ ସଭ୍ୟତାର ଗୁଣ। ଏହି ମାମଲାର ସ୍ୱତନ୍ତ୍ର ତଥ୍ୟ ଉପରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସଂଶୋଧନ କରୁଛୁ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ସୀମିତ ସମୟ ପାଇଁ ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକଳାପ ପରିଚାଳନା ପାଇଁ ସମ୍ପୃକ୍ତ ଜମିର ବ୍ୟବହାର ପାଇଁ କରାଯାଉଥିବା ଆବେଦନ ଉପରେ ବିଚାର କରିବାକୁ ଆମେ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛୁ।