Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ
Advertisement

Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ


Veer Savarkar vs Tipu Sultan:  ଶିବମୋଗା ଏବଂ ଭଦ୍ରାବତୀ ଠାରେ ୧୪୪  ଧାରା ଲାଗୁ କରାଯାଇଛି। କୌଣସି ଭିଡ଼ କିମ୍ବା ଲୋକଙ୍କୁ ଏଠାରେ ଏକାଠି ହେବାକୁ ଅନୁମତି ଦିଆଯାଉ ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ଲଗାଯାଇଛି।

Shivamogga: ଛକରେ ମୂର୍ତ୍ତି ଲଗାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ

Veer Savarkar vs Tipu Sultan: ଦେଶର ୭୬ ତମ ସ୍ୱାଧିନତା ଦିବସ ଅବସରରେ କର୍ଣ୍ଣାଟକର ଶିବମୋଗା ସହରରେ ସୃଷ୍ଟି ହୋଇଛି ବିବାଦ। ହିନ୍ଦୁବାଦୀ ସଙ୍ଗଠନ ପକ୍ଷରୁ ସହରର ଅମୀର ଅହମ୍ମଦ ସର୍କଲ ଠାରେ ବୀର ସାବରକରଙ୍କ ଫଟୋ ଲଗାଇଥିଲେ। ଏହାର କିଛି ସମୟ ପରେ ଟିପୁ ସୁଲତାନ ସେନା ନାମକ ଏକ ଅନ୍ୟ ଏକ ସଙ୍ଗଠନର ପତାକା ଧରି କିଛି ମୁସଲିମ ଯୁବକ ସେଠାରେ ପହଞ୍ଚି ସାବରକରଙ୍କ ଫଟୋ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ପ୍ରସଙ୍ଗରେ ହିନ୍ଦୁ-ମୁସଲିମ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ବାବଦରେ ଖବର ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ପ୍ରଥମେ ଘଟଣାସ୍ଥଳରୁ ପୋଲିସ ମୁସଲିମ ଯୁବକଙ୍କୁ ସେଠାରୁ ଘଉଡାଇବା ସହିତ ଛକରେ ଲଗାଯାଇଥିବା ସାବରକରଙ୍କ ଫଟୋ ହଟାଇ ଦେଇଥିଲା। ଏହି କାରଣରୁ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତା ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ।

ଶିବମୋଗା ସହରର (Shivamogga City) ଅମୀର ଅହମ୍ମଦ ସର୍କଲ ଠାରେ ବୀର ସାବରକରଙ୍କ (Veer Savarkar) ଫଟୋ ଲଗାଇବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ତୁରନ୍ତ ପ୍ରଭାବ ସହିତ ସେଠାରେ ୧୪୪ ଧାରା ଜାରିକରିଛି। ଏହି ଅଞ୍ଚଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଆମୀର ଅହମ୍ମଦ ସର୍କଲ ଠାରେ ଫଟୋ ଲଗାଇବାକୁ ନେଇ ମୁହାଁମୁହିଁ ହୋଇଥିଲେ ହିନ୍ଦୁ-ମୁସଲିମ ଯୁବକ (Hindu Muslim Clash)। ସେଠାରେ ସେମାନଙ୍କୁ ଘଉଡ଼ାଇବା ପୋଲିସ ଲାଠି ଚାର୍ଜ କରିଥିଲା। ଗୋଟିଏ ଗୋଷ୍ଠୀ ସେଠାରେ ବିରୋଧ ପ୍ରଦର୍ଶନ କରିବା ବେଳେ ସେମାନଙ୍କୁ ସେଠାରୁ ହଟାଯାଉଛି। ଶିବମୋଗା ଏବଂ ଭଦ୍ରାବତୀ ଠାରେ ୧୪୪  ଧାରା ଲାଗୁ କରାଯାଇଛି। କୌଣସି ଭିଡ଼ କିମ୍ବା ଲୋକଙ୍କୁ ଏଠାରେ ଏକାଠି ହେବାକୁ ଅନୁମତି ଦିଆଯାଉ ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ଲଗାଯାଇଛି।

ଅନ୍ୟପଟେ ପ୍ରେମ ସିଂହ ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଶିବମୋଗା ଠାରେ ଛୁରୀମାଡ଼ କରାଯାଇଛି। ଏହି ଘଟଣା ସହରର ଗାନ୍ଧୀ ବଜାର ଅଞ୍ଚଳରେ ଘଟିଛି। ପୋଲିସ କହିବା ଅନୁସାରେ କିଛି ଅଜ୍ଞାତ ଆକ୍ରମଣକାରୀ ଏହି କାଣ୍ଡ ଭିଆଇଛନ୍ତି। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଛୁରୀମାଡ଼ ଘଟଣା ସାବରକାରଙ୍କ ଫଟୋ ବିବାଦକୁ ନେଇ ହୋଇଛି ନା ଏହି ଆକ୍ରମଣ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଗାନ୍ଧୀ ବଜାର ଏବଂ ଅମୀର ଅହମ୍ମଦ ସର୍କଲ ମଧ୍ୟରେ ଦୂରତା ହେଉଛି ୩-୪ କିଲୋମିଟର। ପୋଲିସ ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଘଟଣା ତଦନ୍ତ କରାଯାଉଥିବା ପୋଲିସ କହିଛି।

Also Read: Independence Day: ବିଜେପି ବିଜ୍ଞାପନରୁ ବାଦ ପଡ଼ିଲେ ନେହେରୁ, ତାତିଉଠିଲା କଂଗ୍ରେସ

 

ରାଜ୍ୟରେ ଘଟିଥିବା ଏହି ଘଟଣାକୁ ନଜରରେ ରଖି କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର (Karnataka Home Minister Araga Jnanendra) ଶିବମୋଗା (Shivamogga District) ଜିଲ୍ଲା ଠାରେ ପହଞ୍ଚି ପାରିନ୍ତି। ଏନେଇ  ସେ କହିଛନ୍ତି ଯେ ଶିବମୋଗା ଠାରେ ଛୁରୀମାଡ଼ ଘଟଣା ଘଟିଛି। ହେଲେ ଏହା ସାବରକରଙ୍କ ଫଟୋ ଲଗାଇବାକୁ ନେଇ  ସୃଷ୍ଟି ହୋଇଥିବା ବିବାଦ ଜଡିତ ନା ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସାବରକରଙ୍କ ପଠୋ ଛକରୁ ହଟାଯିବା ନେଇ ହିନ୍ଦୁ ସଙ୍ଗଠନ ଜୋରଦାର ବିରୋଧ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି।