Lok Sabha Seat in India: ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ ଅଧିକ-କମ ଭୋଟର
Advertisement

Lok Sabha Seat in India: ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ ଅଧିକ-କମ ଭୋଟର

lok sabha seat with least number of voters: କ'ଣ ଆପଣ ଜାଣିଛନ୍ତି ଦେଶର କେଉଁ ଲୋକସଭା ଆସନରେ ସବୁଠାରୁ ଅଧିକ ଏବଂ ସବୁଠୁ କମ ଭୋଟର ଅଛନ୍ତି।

Lok Sabha Seat in India: ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ ଅଧିକ-କମ ଭୋଟର

lok sabha seat with highest number of voters: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଛି ଅନୁଷ୍ଠିତ ହେଉଛି ଅଷ୍ଟାଦଶ ଲୋକସଭା ନିର୍ବାଚନ। ଏହି ନିର୍ବାଚନରେ ପ୍ରାୟ ୯୭ କୋଟି ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ତାରିଖରୁ ଆରମ୍ଭ ହେବ ଭୋଟ ଗ୍ରହଣ। ଯାହା ଜୁନ ୧ ତାରିଖରେ ଶେଷ ହେବ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ଫଳାଫଳ ଜୁନ ୪ ତାରିଖରେ ପ୍ରକାଶ ପାଇବ।  

ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ଏପରି କିଛି ସିଟ୍ ରହିଛି ଯାହା ବେଶ ସ୍ୱତନ୍ତ୍ର। କେଉଁଠି ସବୁଠୁ ଅଧିକ ଭୋଟର ରହିଥିବା ବେଳେ ଆଉ କେଉଁଠି ସବୁ କମ ଭୋଟର ଅଛନ୍ତି। ଏହି ଲୋକସଭା ଆସନର ମତଦାତାଙ୍କ ସଂଖ୍ୟା ମଧ୍ୟ ବେଶ ସ୍ୱତନ୍ତ୍ର। ଆପଣ ଜାଣି ଆଶ୍ଚର୍ଯ୍ୟ ଦେଶର ସମସ୍ତ ସଂସଦୀୟ କ୍ଷେତ୍ରରେ ସମାନ ସଂଖ୍ୟକ ଭୋଟର ନଥାନ୍ତି।  

ଏଥର ଲୋକସଭା ନିର୍ବାଚନରେ ସମଗ୍ର ଦେଶରେ ୯୭ କୋଟି ମତଦାତା ୫୪୩ ଜଣ ସାଂସଦଙ୍କୁ ନିର୍ବାଚିତ କରିବେ। ଜଣେ ସାଂସଦଙ୍କୁ ନିର୍ବାଚିତ କରିବା ୧୭.୯ ଲକ୍ଷ ଭୋଟର ମତଦାନ କରିବେ। ଅର୍ଥାତ ଦେଶର ଗୋଟିଏ ଲୋକସଭା ଆସନରେ ହାରାହାରି ଭାବରେ ୧୭.୯ ଲକ୍ଷ ଭୋଟର ଅଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ଦେଶର କେଉଁ ଲୋକସଭା ଆସନରେ ସବୁଠୁ ଅଧିକ ଭୋଟର ଅଛନ୍ତି? ଆଉ କେଉଁ ଆସନରେ ସବୁଠାରୁ କମ ଭୋଟର ଅଛନ୍ତି। 

ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ କମ ଭୋଟର

  • ଅରୁଣାଚଳ ପ୍ରଦେଶ: ୪.୪ ଲକ୍ଷ ଭୋଟର
  • ସିକ୍କିମ୍: ୪.୬ ଲକ୍ଷ ଭୋଟର
  • ଗୋଆ: ୫.୮ ଲକ୍ଷ ଭୋଟର
  • ମିଜୋରାମ: ୮.୬ ଲକ୍ଷ ଭୋଟର
  • ମଣିପୁର: ୧୦.୨ ଲକ୍ଷ ଭୋଟର

  
ଦେଶର ସେହି ଲୋକସଭା ଆସନ ଯେଉଁଠି ଅଛନ୍ତି ସବୁଠୁ ଅଧିକ ଭୋଟର

  • ରାଜସ୍ଥାନ: ୨୧.୩ ଲକ୍ଷ ଭୋଟର
  • ଦିଲ୍ଲୀ: ୨୧ ଲକ୍ଷ ଭୋଟର
  • ହରିୟାଣା: ୧୯.୮ ଲକ୍ଷ ଭୋଟର
  • ମଧ୍ୟ ପ୍ରଦେଶ: ୧୯.୫ ଲକ୍ଷ ଭୋଟର
  • ତେଲେଙ୍ଗାନା: ୧୯.୪ ଲକ୍ଷ ଭୋଟର