Lok Sabha Election 2024: ନିର୍ବାଚନ ପ୍ରତିଶୃତି ପାଇଁ ଚର୍ଚ୍ଚାରେ ପ୍ରାର୍ଥୀ; ମତାଦାତଙ୍କ ପାଇଁ ତରଳିଗଲା ହୃଦୟ
Advertisement
Article Detail0/zeeodisha/odisha2184316

Lok Sabha Election 2024: ନିର୍ବାଚନ ପ୍ରତିଶୃତି ପାଇଁ ଚର୍ଚ୍ଚାରେ ପ୍ରାର୍ଥୀ; ମତାଦାତଙ୍କ ପାଇଁ ତରଳିଗଲା ହୃଦୟ

Lok Sabha Nirvachan 2024: ୨୦୨୪ ଲୋକସଭା ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ମତଦାତାଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

Lok Sabha Election 2024: ନିର୍ବାଚନ ପ୍ରତିଶୃତି ପାଇଁ ଚର୍ଚ୍ଚାରେ ପ୍ରାର୍ଥୀ; ମତାଦାତଙ୍କ ପାଇଁ ତରଳିଗଲା ହୃଦୟ

ABMP Candidate Vanita Raut: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ସମଗ୍ର ଦେଶରେ ରାଜନୀତି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜନୈତିକ ଦଳ ଏବଂ ପ୍ରାର୍ଥୀ ଜିତିବା ପାଇଁ ବିଭିନ୍ନ କଳବଳ କୌଶଳ ଅବଲମ୍ବନ କରୁଛନ୍ତି। ଜନସମର୍ଥନ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଇସ୍ତାହାର ଘୋଷଣା କରୁଛନ୍ତି। ଏପରିକି ଲୋକଙ୍କ ଦାବି ଉପରେ ସେମାନଙ୍କ ସେମାନଙ୍କ ନିର୍ବାଚନ ପ୍ରତିଶୃତି ପ୍ରସ୍ତୁତ କରୁଛନ୍ତି ପ୍ରାର୍ଥୀ। ଯେଉଁଥିରେ ବିଦ୍ୟୁତ୍, ରାସ୍ତା ଘାଟ ଏବଂ ଜଳ ଯୋଗାଣ ଅନ୍ତର୍ଭୁକ୍ତ ରହିଛି।

ହେଲେ ଏବେ ଶସ୍ତା ମଦ ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଛି। ଆଉ ଏହି ପ୍ରତିଶୃତି ଦେଇଛନ୍ତି ଜଣେ ମହିଳା ନେତା। ଯିଏ କହିଛନ୍ତି ଯେ ସେ ଯଦି ନିର୍ବାଚନରେ ​​ଜିତନ୍ତି ତାହେଲେ ସେ ଗରିବ ମତଦାତାଙ୍କ ପାଇଁ ସବସିଡି ଯୁକ୍ତ ମଦ ବ୍ୟବସ୍ଥା କରିବେ।

ଇଣ୍ଡିଆ ଟୁଡ଼େ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସବସିଡି ଯୁକ୍ତ ମଦ (Subsidized Liquor) ଯୋଗାଇ ଦେବାକୁ ପ୍ରତିଶୃତି ଦେହେଇଥିବା ପ୍ରାର୍ଥୀ ହେଉଛନ୍ତି ବନିତା ରାଉତ। ଯିଏ ମହାରାଷ୍ଟ୍ର (Maharashtra) ଚନ୍ଦ୍ରପୁର ଜିଲ୍ଲାର (Chandrapur District) ଚିମୁର ଗ୍ରାମର (Chimur Village) ବାସିନ୍ଦା। ୨୦୨୪ ଲୋକସଭା ନିର୍ବାଚନରେ ବନିତା ରାଉତ (ABMP Candidate Vanita Raut) ଅଖିଳ ଭାରତୀୟ ମାନବତା ପାର୍ଟି (Akhil Bhaarateey Maanavata Party) ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

ନିର୍ବାଚନ ପ୍ରତିଶୃତିକୁ ଯଥାର୍ଥ ଦର୍ଶାଇଲେ ବନିତା ରାଉତ 
ନିଜ ଦେଇଥିବା ନିର୍ବାଚନୀ ପ୍ରତିଶୃତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ବନିତା ରାଉତ। ଏନେଇ ସେ କହିଛନ୍ତି ଯେ ଅତ୍ୟଧିକ ଗରିବ ଲୋକ କଠିନ ପରିଶ୍ରମ କରିଥାନ୍ତି ଏବଂ ସେମାନେ କେବଳ ମଦ୍ୟପାନ କରିବା ପରେ ସାନ୍ତ୍ୱନା ପାଇଥାନ୍ତି। ହେଲେ ସେମାନେ ଗୁଣାତ୍ମକ ହ୍ୱିସ୍କି କିମ୍ବା ବିୟର କିଣିପାରିବେ ନାହିଁ। ସେମାନେ କେବଳ ଦେଶୀ ମଦ୍ୟ ପାନ କରିଥାନ୍ତି। ସେମାନେ କେତେ ପରିମାଣରେ ମଦ୍ୟ ପାନ କରିଥାନ୍ତି ତାହାର କୌଣସି ସୀମା ନାହିଁ। ଯେଉଁଥିପାଇଁ ସେମାନେ ଚେତାଶୂନ୍ୟ ହୋଇଯାନ୍ତି। ମୁଁ ଚାହେଁ ସେମାନେ ଆମଦାନୀ ହୋଇଥିବା ମଦ୍ୟ ପାନ କରନ୍ତୁ।

ନିର୍ବାଚନ ପ୍ରତିଶୃତି ପାଇଁ ଜବତ ହୋଇଥିବା ଅମାନତ 
ବନିତା ରାଉତ ଏହା ମଧ୍ୟ କହିଛନ୍ତି ଯେ ବୟସ୍କ ହେବା ପରେ ଲୋକଙ୍କୁ ମଦ୍ୟପାନ କରିବାକୁ ଲାଇସେନ୍ସ ଦିଆଯିବା ଆବଶ୍ୟକ। ମଦ-ବିୟର ଯୋଗାଇଦେବା ଭଳି ନିର୍ବାଚନ ପ୍ରତିଶୃତି ଦେଇଥିବା ବନିତା ରାଉତ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁନାହାଁନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ସେ ମହାରାଷ୍ଟ୍ରର ନାଗପୁର ଆସନରୁ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହିପରି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଚିମୁର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ମଧ୍ୟ ​​ସେ ସମାନ ପ୍ରତିଶୃତି ଦେଇଥିଲେ। ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଅମାନତ ଜବତ କରିଥିଲେ।