Lok Sabha Election 2024: ଦେଶରେ ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିପାରେ NDA, 'INDIA' ମେଣ୍ଟର ହାତ ହେବ 'ଖାଲି', ପଢ଼ନ୍ତୁ ଫାଇନାଲ୍ ସର୍ଭେ
Advertisement

Lok Sabha Election 2024: ଦେଶରେ ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିପାରେ NDA, 'INDIA' ମେଣ୍ଟର ହାତ ହେବ 'ଖାଲି', ପଢ଼ନ୍ତୁ ଫାଇନାଲ୍ ସର୍ଭେ

2024 Indian General Election: ୨୦୨୪ ଲୋକସଭା ନିର୍ବାଚନରେ କିଏ ମାରିବ ବାଜି ସେ ନେଇ ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଯାହାର ଫଳାଫଳ ଆସିସାରିଛି।

Lok Sabha Election 2024: ଦେଶରେ ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିପାରେ NDA, 'INDIA' ମେଣ୍ଟର ହାତ ହେବ 'ଖାଲି', ପଢ଼ନ୍ତୁ ଫାଇନାଲ୍ ସର୍ଭେ

ABP-CVoter Survey on 2024 Election: ୨୦୨୪ ଲୋକସଭା ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ସେ ନେଇ ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁସାରେ ବିଜେପି ନେତତ୍ୱାଧିନ ଏନଡ଼ିଏ ମେଣ୍ଟ ତୃତୀୟ ଥର ଲାଗି କ୍ଷମତାକୁ ଫେରିପାରେ। ସେହିପରି କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ପରାଜୟ ବରଣ କରିବ। 

ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତତ୍ୱାଧିନ ଏନଡ଼ିଏ ଏକ ବଡ଼ ବିଜୟ ହାସଲ କରିପାରେ। ଏହି ସର୍ଭେ ଫଳାଫଳା ଅନୁସାରେ ଏନଡିଏ ୩୭୩ ଆସନ ପାଇପାରେ। ସେହିପରି ଇଣ୍ଡିଆ ୧୫୫ ସିଟ୍ ହାତେଇପାରେ। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡିଶା ଭଳି ରାଜ୍ୟରେ ଏନଡିଏ ଅଗ୍ରଣୀ ରହିବାର କରିବାର ସମ୍ଭାବନା ରହିଛି। ଅନ୍ୟ ଦଳକୁ କେବଳ ୧୫ ଆସନ ମିଳିପାରେ। 

ଏନଡିଏ ମେଣ୍ଟକୁ ଚେକମେଟ ଦେବା ପାଇଁ ଗଠିତ ହୋଇଥିବା ଇଣ୍ଡିଆ ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ୨୭୨ ଠାରୁ ବହୁ ପଛରେ ରହିବ। ଯଦି ଭୋଟ୍ ପ୍ରତିଶତ କଥା କୁହାଯାଏ ତାହେଲେ ସର୍ଭେ ଫଳାଫଳ ଅନୁଯାୟୀ ଏନଡିଏ ୪୭ ଏବଂ ଇଣ୍ଡିଆ ୪୦ ପ୍ରତିଶତ ଭୋଟ୍ ପାଇପାରେ। ଅନ୍ୟ ଦଳକୁ ୧୩ ପ୍ରତିଶତ ଭୋଟ୍ ମିଳିବ। ଉତ୍ତର ଭାରତ ଖାସ୍ କରି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏନଡିଏ ଏବଂ ଦକ୍ଷିଣ ଭାରତରେ ଇଣ୍ଡିଆ ପଲ୍ଲା ଭାରୀ ରହିବ। ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ଦ୍ୱୟରେ ଏନଡିଏ-ଇଣ୍ଡିଆ ମଧ୍ୟରେ ଜବରଦସ୍ତ ମୁକାବିଲା ହେବ।

କିଏ ମାରିବ ଓଡ଼ିଶାରେ ବାଜି?
ମୋଟ ୨୧ ଲୋକସଭା ଆସନ ବିଶିଷ୍ଟ ଓଡ଼ିଶାରେ ବିଜେପି ୧୩, ବିଜେଡ଼ି ୭ ଏବଂ କଂଗ୍ରେସ ୧ ଆସନ ପାଇପାରେ। 

କେଉଁ ରାଜ୍ୟରେ କାହାକୁ ମିଳିବ କେତେ ଆସନ?
ମୋଟ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଏନଡିଏ ୭୩ ଏବଂ ଇଣ୍ଡିଆ (ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ) ୭ ସିଟ୍ ପାଇପାରେ। ଅନ୍ୟପଟେ ୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଏନଡିଏ (ବିଜେପି-ଶିବସେନା-ଏନସିପି) ମେଣ୍ଟ ୩୦ ଆସନ ପାଇପାରେ। ଅନ୍ୟପଟେ ଇଣ୍ଡିଆ (କଂଗ୍ରେସ-ଶିବିସେନା ଠାକରେ ଗୋଷ୍ଠୀ-ଏନସିପି ପାୱାର ଗୋଷ୍ଠୀ) ୧୮ ସିଟ୍ ପାଇପାରେ। ୨ ଆସନ ବିଶିଷ୍ଟ ଗୋଆରେ ଉଭୟ ଏନଡିଏ-ଇଣ୍ଡିଆ ସମାନ ସଂଖ୍ୟକ ୧-୧ ସିଟ୍ ଜିତିପାରନ୍ତି।

୪୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଟିଏମସି-ବିଜେପି ସମାନ ସଂଖ୍ୟକ ୨୦-୨୦ ଲେଖାଁଏ ଆସନ ଜିତିପାରନ୍ତି। ଅନ୍ୟପକ୍ଷରେ କଂଗ୍ରେସ ୨ ସିଟ୍ ଜିତିପାରେ। ୪୦ ଆସନ ବିଶିଷ୍ଟ ବିହାରରେ ଏନଡିଏ (ବିଜେପି-ଜେଡିୟୁ-ହାମ-ଆରଏଲଜେପି-ଆରଏଲଏମ) ୩୩ ସିଟ୍ ଜିତିପାରେ। ଅନ୍ୟପକ୍ଷରେ ଇଣ୍ଡିଆ (ଆରଜେଡି, କଂଗ୍ରେସ, ବାମ ଦଳ) ୭ ସିଟ୍ ପାଇପାରେ। ମୋଟ ୧୪ ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ଏନଡି଼ଏ ୧୩ ଏବଂ ଇଣ୍ଡିଆ ୧ ସିଟ୍ ଜିତିପାରେ।     

ଏବିପି ନ୍ୟୁଜ-ସି ଭୋଟର ସର୍ଭେ ଅନୁଯାୟୀ ତାମିଲନାଡୁର ସମସ୍ତ ୩୯ ଆସନରେ କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ବାଜି ମାରିପାରେ। ଏହି ରାଜ୍ୟରେ ଏଆଇଏଡିଏମକେ କିମ୍ବା ବିଜେପି ନେତତ୍ୱାଧିନ ଏନଡ଼ିଏ ମେଣ୍ଟ ଖାତା ଖୋଲି ନପାରେ। ସେହିପରି ୨୦ ଆସନ ବିଶିଷ୍ଟ କେରଳରେ ରାଜ୍ୟରେ କ୍ଷମତାସୀନ ବାମ ମେଣ୍ଟ ଖାତା ଖୋଲିନପାରେ। ଏପରିକି ବିଜେପି ମଧ୍ୟ ଗୋଟିଏ ହେଲେ ଆସନ ପାଇନପାରେ। ଅନ୍ୟପଟେ କଂଗ୍ରେସ ମେଣ୍ଟ ସମସ୍ତ ୨୦ ଆସନ ଜିତିପାରେ।

ମୋଟ ୨୮ ଆସନ ବିଶିଷ୍ଟ କର୍ଣ୍ଣାଟକରେ ଏନଡିଏ (ବିଜେପି-ଜେଡିଏସ ମେଣ୍ଟ) ୨୩ ସିଟ୍ ଜିତିପାରେ। ରାଜ୍ୟରେ କ୍ଷମତାସୀନ କଂଗ୍ରେସ ୫ ସିଟ୍ ପାଇପାରେ। ୨୫ ଆସନ ବିଶିଷ୍ଟ ଆନ୍ଧ୍ର ପ୍ରଦେଶରେ ଏନଡିଏ (ବିଜେପି-ଟିଡି଼ପି ଜେଏସପି ମେଣ୍ଟ) ୨୦ ଏବଂ ଶାସକ ୱାଏସଆର କଂଗ୍ରେସ ୫ ସିଟ୍ ପାଇପାରେ। ୧୭ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଶାସକ କଂଗ୍ରେସ ୧୦, ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ୫ ଏବଂ ଟିଆରଏସ-ଏଆଇଏମଆଇଏମ ଉଭୟ ଦଳ ୧-୧ ସିଟ୍ ପାଇପାରନ୍ତି।

ଏବିପି ନ୍ୟୁଜ-ସି ଭୋଟର ସର୍ଭେ ଅନୁଯାୟୀ ଶାସକ ବିଜେପି ହିମାଚଳ ପ୍ରଦେଶ (୪ ସିଟ୍), ଉତ୍ତରାଖଣ୍ଡ (୫ ସିଟ୍), ଗୁଜୁରାଟ (୨୬ ସିଟ୍), ରାଜସ୍ଥାନ (୨୫ ସିଟ୍) ଆଦି ରାଜ୍ୟର ସମସ୍ତ ଆସନ ଦଖଲ କରିପାରେ।  ୨୯ ଆସନ ବିଶିଷ୍ଟ ମଧ୍ୟ ପ୍ରଦଶରେ ଶାସକ ବିଜେପି ୨୮ ଏବଂ ବିରୋଧି କଂଗ୍ରେସ ୧ ସିଟ୍ ପାଇପାରେ। ୧୧ ଆସନ ବିଶିଷ୍ଟ ଛତିଶଗଡ଼ରେ ଶାସକ ବିଜେପି ୧୦ ଏବଂ ବିରୋଧି କଂଗ୍ରେସ ୧ ସିଟ୍ ପାଇପାରେ।  

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସମସ୍ତ ୭ ଆସନ ବିଜେପି ପୁଣି ଥରେ ଦଖଲ କରିପାରେ। ଏଠାରେ ବିରୋଧି ଇଣ୍ଡିଆ (କଂଗ୍ରେସ-ଆପ୍ ମେଣ୍ଟ) ଖାତା ଖୋଲିପାରିବ ନାହିଁ। ୧୩ ଆସନ ବିଶିଷ୍ଟ ପଞ୍ଜାବରେ ବିରୋଧି କଂଗ୍ରେସ ୭, ଶାସକ ଆପ୍ ୪ ଏବଂ ବିଜେପି ୨ ସିଟ୍  ଜିତିପାରେ। ଏଥର ପଞ୍ଜାବରେ ଅକାଳୀ ଦଳ ଖାତା ଖୋଲିପାରିବ ନାହିଁ। ହରିୟାଣାର ୧୦ ସିଟ୍ ମଧ୍ୟରୁ ଶାସକ ବିଜେପି ୯ ଏବଂ ବିରୋଧି ଇଣ୍ଡିଆ ୧ ସିଟ୍ ପାଇପାରେ। ଜାମୁ କାଶ୍ମୀରର ସମସ୍ତ ୫ ସିଟ୍ ମଧ୍ୟରୁ ବିଜେପି ୨ ଏବଂ ବାକି ଆସନ ଇଣ୍ଡିଆ  ଖାତାରେ ଆସିପାରେ। କଂଗ୍ରେସ ଲଦାଖ ସିଟ୍ ଜିତିପାରେ। 
ପୂର୍ବୋତ୍ତର ରାଜ୍ୟର ଆସାମର ୧୪ ସିଟ୍ ମଧ୍ୟରୁ ଶାସକ ଏନଡିଏ (ବିଜେପି-ଏଜିପି-ୟୁପିପିଏଲ ମେଣ୍ଟ) ୧୨ ଏବଂ  କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ୨ ସିଟ୍ ଜିତିପାରେ। ରାଜ୍ୟର ଅନ୍ୟତମ ମୁଖ୍ୟ ଦଳ ଏଆଇୟୁଡିଏଫ ଏଥର ଖାତା ଖୋଲି ନପାରେ। ଅନ୍ୟସମସ୍ତ ପୂର୍ବୋତ୍ତର ରାଜ୍ୟର ୧୧ ଆସନ ମଧ୍ୟରୁ ଏନଡିଏ ୮, ଇଣ୍ଡିଆ ୨ ଏବଂ ଅନ୍ୟ ଦଳ ୧ ଆସନ ଜିତିପାରନ୍ତି। 

ଯଦି କେନ୍ଦ୍ର ଶାସିତ ଅଞ୍ଚଳ କଥା କୁହାଯାଏ ତାହେଲେ ଏନଡିଏ  ଆଣ୍ଡାମାନ ନିକୋବର, ଚଣ୍ଡିଗଡ଼, ଦାଦ୍ରା ନଗର ହାଭେଳି, ଡାମନ ଡିଉ ଦଖଲ କରିପାରେ। ସେହିପରି ଇଣ୍ଡିଆ ଲାକ୍ଷାଦ୍ୱୀପ-ପୁଦୁଚେରୀ ହାତେଇପାରେ।