ପାଟନା: ମାର୍ଚ୍ଚ ୨୦ ତାରିଖ ରବିବାର ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହେବ ଶରଦ ଯାଦବଙ୍କ ନେତୃତ୍ୱାଧିନ ଲୋକତାନ୍ତ୍ରିକ ଜନତା ଦଳ। ଗତ ୨୦୧୮ ମେ ମାସରେ ଜନତା ଦଳ ୟୁନାଇଟେଡ ଠାରୁ ପୃଥକ ହୋଇ ଲୋକତାନ୍ତ୍ରିକ ଜନତା ଦଳ ନାମରେ ଏକ ନୂଆ ଦଳ ଗଢିଥିଲେ ଶରଦ ଯାଦବ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ୱାରା ଛିନ୍ନ ବିଛିନ୍ନ ହୋଇପଡିଥିବା ଜନତା ପରିବାରକୁ (Janata Parivar) ପୁନର୍ବାର ଏକାଠି କରାଯାଇପାରିବ। ଏହା ଅନୁମାନ କରାଯାଉଛି ଲୋକତାନ୍ତ୍ରିକ ଜନତା ଦଳ ରାଷ୍ଟ୍ରୀୟ ଜନତା ଦଳରେ (Rashtriya Janata Dal) ବିଲୟ ହେବା ପରେ ଆରଜେଡି (RJD) ଶରଦ ଯାଦବଙ୍କୁ (Sharad Yadav) ରାଜ୍ୟସଭା ପଠାଇପାରେ।


Also Read: Bihar Politics: ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହେବ ଲୋକତାନ୍ତ୍ରିକ ଜନତା ଦଳ 


ତାଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ଶରଦ ଯାଦବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଜୁଲାଇରେ ବିହାରରେ ରାଜ୍ୟସଭାର ୫ ଆସନ ଖାଲି ହେବ। ଏହା ମଧ୍ୟରୁ ୨ ବିଜେପି ଏବଂ ଗୋଟିଏ ଏହାର ସହଯୋଗୀ ଜନତା ଦଳ ୟୁନାଇଟେଡ ଖାତାକୁ ଯିବ। ବାକି ୨ ସିଟ୍ ଆରଜେଡି଼ ଖାତାକୁ ଆସିବ। ଶରଦ ଯାଦବଙ୍କ ରାଜ୍ୟସଭାର କାର୍ଯ୍ୟକାଳ ୨୦୨୨  ଜୁଲାଇରେ ଶେଷ ହେଉଛି।


Also Read: Bihar Politics: ମହାଗଠବନ୍ଧନରେ ଫାଟ, ଉପନିର୍ବାଚନରେ ଫାଇଦା ଉଠାଇପାରେ NDA


ଗତ ବର୍ଷ ଅଗଷ୍ଟ ମାସରେ ଲୋକତାନ୍ତ୍ରିକ ଜନତା ଦଳ (Loktantrik Janata Dal) ଏଲଜେଡି଼ (LJD) ପ୍ରତିଷ୍ଠାତା ଶରଦ ଯାଦବଙ୍କୁ (Sharad Yadav) ଭେଟିଥିଲେ ଆରଜେଡି ସଭାପତି ଲାଲୁ ଯାଦବ (RJD President Lalu Yadav)। ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଥିଲା ଅନେକ ଚର୍ଚ୍ଚା। ଏନେଇ ପ୍ରତିକ୍ରିୟା ରଖି ଲାଲୁ ଯାଦବ କହିଥିଲେ ଯେ ଶରଦ ଯାଦବଙ୍କ ଅସୁସ୍ଥତା ଏବଂ ତାଙ୍କର ସାଂସଦ ପଦ ନ ରହିବା କାରଣରୁ ବର୍ତ୍ତମାନ ସଂସଦ ଶୂନ୍ୟ ହୋଇଯାଇଛି।


Also Read: ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ


ଜନତା ଦଳ ୟୁନାଇଟେଡ (Janata Dal United) ଠାରୁ ଅଲଗା ହୋଇ ଗଠିତ ହୋଇଥିବା ଲୋକତାନ୍ତ୍ରିକ ଜନତା ଦଳ ବିହାର ରାଜନୀତିରେ ସେପରି କୌଣସି ପ୍ରଭାବ ପକାଇ ପାରିନଥିଲା। ଆରଜେଡି-ଏଲଜେଡି ବିଲୟକୁ ଉଭୟ ଶରଦ ଯାଦବ ଏବଂ ଲାଲୁ ଯାଦବଙ୍କ ରାଜନୈତିକ ଜୀବନର ଏକ ବିରତି ବୋଲି କୁହାଯାଉଛି।