ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ
Advertisement

ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ

ନୀତିଶ କୁମାର କାହାର ନୁହଁନ୍ତି। ମୁଁ ତାଙ୍କ ନାମ ପଲଟୁରାମ ରଖିଛି। ସେ ରାଜଧାନୀ ପାଟନାରେ ବୁଲି ବୁଲି କହୁଛନ୍ତି ଯେ ଲାଲୁ ଯାଦବ ତାଙ୍କ ଜୀବନ ନେଇଯିବେ। 

ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ

ପାଟନା: ବିହାରର ଦୁଇ ବିଧାନସଭା ଆସନର ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ସରଗରମ ହୋଇଉଠିଛି ବିହାର ରାଜନୀତି। ଏହି ନିର୍ବାଚନକୁ ନେଇ ରାଜନୈତିକ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ରାଜନୀତିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିହାରର ବର୍ତ୍ତମାନର  ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଅନ୍ୟ ଜଣେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ।  

ରାଜ୍ୟର ଦୁଇ ବିଧାନସଭା ତାରାପୁର ଏବଂ କୁଶେଶ୍ୱରସ୍ଥାନ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ଭୋଟଗ୍ରହଣ। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ନେତା।

Also Read: ଦିଲ୍ଲୀରେ ଲାଲୁଙ୍କୁ ବନ୍ଧକ କରିଛି କିଏ?

ଏହି କ୍ରମରେ ବୁଧବାର ତାରାପୁର ଠାରେ ଏକ ରାଲି କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal) ଆରଜେଡି ଅଧ୍ୟକ୍ଷ (RJD Supremo) ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ (Lalu Prasad Yadav)। ଜେଲରୁ ବାହାରିବା ପରେ ପ୍ରଥମ ଥର ଲାଗି ଏକ ଜନସଭାକୁ ସମ୍ବୋଧିତ କରି ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ (Bihar CM Nitish Kumar) ଟାର୍ଗେଟ କରିଛନ୍ତି। ପ୍ରାୟ ୬ ବର୍ଷ ପରେ ଅସୁସ୍ଥ ଥାଇ ମଧ୍ୟ ସେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିବା ସହ ରାଜନୈତିକ ଦୃଷ୍ଟିକୋଣରୁ ଏହା ଅନେକ ଗୁରୁତ୍ୱ ବହନ କରୁଛି। 

Also Read: କଷ୍ଟ ଜଣାଇଲେ Bihar ସରକାରଙ୍କ Minister; କହିଲେ ଗଠବନ୍ଧନ ସରକାରରେ କାମ କରିବା ବହୁତ Challenging

ଏନେଇ ସେ କହିଛନ୍ତି ନୀତିଶ କୁମାର କାହାର ନୁହଁନ୍ତି। ମୁଁ ତାଙ୍କ ନାମ ପଲଟୁରାମ ରଖିଛି। ସେ ରାଜଧାନୀ ପାଟନାରେ ବୁଲି ବୁଲି କହୁଛନ୍ତି ଯେ ଲାଲୁ ଯାଦବ ତାଙ୍କ ଜୀବନ ନେଇଯିବେ। ସେ ହେଉଛନ୍ତି ଦେଶର ସବୁଠାରୁ ଅହଂକାରୀ ବ୍ୟକ୍ତି। ସେ ପ୍ରଧାନମନ୍ତ୍ରୀ ପଦ ଉପରେ ନଜର ରଖିଥିଲେ। ତାଙ୍କ ଦଳର ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିଲେ। ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଏହି ଘଟଣା ବାବଦରେ ଭଲଭାବେ ଜାଣିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଭାଙ୍ଗିଯିବା ପରେ ସେ ବିଜେପି ହାତ ଧରି ବିହାରରେ ସରକାର ଗଠନ କରିଛନ୍ତି। ଏହା ପୂର୍ବରୁ ଆରଜେଡି ଅଧ୍ୟକ୍ଷ ଏକ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ସେ ନୀତୀଶ କୁମାରଙ୍କ ବିସର୍ଜନ ପାଇଁ ଦିଲ୍ଲୀରୁ ପାଟନା ଆସିଛନ୍ତି।

Also Read: କେଶ ମଜବୁତ ଓ ଲମ୍ବା ହେବାର ଟିପ୍ସ ଦେଲେ RJD ବିଧାୟକ Tej Pratap

ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଏପରି ବୟାନ ଶୁଣିବା ପରେ ମଜାଳିଆ ଢଙ୍ଗରେ ଏହାର ଜବାବ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯଦି ଲାଲୁ ଯାଦବ ଚାହାଁନ୍ତି ତାହେଲେ ସେ ତାଙ୍କୁ ଗୁଳି ମାରିପାରିବେ। ସେ ଏହା ବ୍ୟତୀତ ଆଉ କିଛି କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏପରି ଜବାବ ରଖିବା ପଛରେ ରାଜନୈତିକ କାରଣ ମଧ୍ୟ ରହିଛି। ରାଜ୍ୟରେ ଲାଲୁ ଯାଦବଙ୍କ ନେତୃତ୍ୱାଧିନ ସରକାରର ଶାସନ ଚାଲିଥିବା ସମୟରେ ହେଉଥିବା ଗୁଣ୍ଡାରାଜ ସମ୍ପର୍କରେ ରାଜ୍ୟବାସୀଙ୍କୁ ମନେ ପକାଇ ଦେବା ପାଇଁ ଚେଷ୍ଟା କରୁଥାଇପାରନ୍ତି।