Bihar Politics: ମହାଗଠବନ୍ଧନରେ ଫାଟ, ଉପନିର୍ବାଚନରେ ଫାଇଦା ଉଠାଇପାରେ NDA
Advertisement
Article Detail0/zeeodisha/odisha1016116

Bihar Politics: ମହାଗଠବନ୍ଧନରେ ଫାଟ, ଉପନିର୍ବାଚନରେ ଫାଇଦା ଉଠାଇପାରେ NDA

ନିକଟରେ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରି ଲାଲୁ ଯାଦବ କହିଥିଲେ ରାଜ୍ୟର ଯେଉଁ ୨ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେହି ସିଟ୍ କ'ଣ ଅମାନତ ହରାଇବା ପାଇଁ କଂଗ୍ରେସକୁ ଦେଇଥାନ୍ତୁ।

Bihar Politics: ମହାଗଠବନ୍ଧନରେ ଫାଟ, ଉପନିର୍ବାଚନରେ ଫାଇଦା ଉଠାଇପାରେ NDA

ପାଟନା: ବିହାରରେ ଆରଜେଡି-କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ ଭାଙ୍ଗିବା ନେଇ ଆଲୋଚନା ହେଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆରଜେଡି ସୁପ୍ରିମୋଙ୍କ ଲାଲୁ ପ୍ରସାଦ ଯାଦବଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର  କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ସୋନିଆ ଗାନ୍ଧୀ ଲାଲୁ ଯାଦବଙ୍କୁ ଫୋନ କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ।

ବିହାର ୨ ବିଧାନସଭା ତାରାପୁର ଏବଂ କୁଶେଶ୍ୱରସ୍ଥାନ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ଭୋଟଗ୍ରହଣ। ଏହି ନିର୍ବାଚନକୁ ନେଇ ଉଭୟ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଥିବା ବେଳେ ଏଭଳି ସମୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ (RJD Supremo Lalu Prasad Yadav) ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ (Congress President Sonia Gandhi) ମଧ୍ୟରେ କଥାବାର୍ତ୍ତା  ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।

ମଙ୍ଗଳବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷା ଆରଜେଡି ସୁପ୍ରିମୋଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହି କଥାବାର୍ତ୍ତା ଉପରେ ପ୍ରତିକ୍ରିୟା ରଖି ଲାଲୁ ଯାଦବ କହିଛନ୍ତି, 'ମୁଁ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଛି। ସେ ମୋତେ ମୋ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରିଥିଲେ। ମୁଁ କହିଲି ମୁଁ ସୁସ୍ଥ ଅଛି। ଆପଣଙ୍କ ଦଳ ଜାତୀୟ ଦଳ। ଏକ ଦୃଢ ବିକଳ୍ପ ଗଠନ କରିବା ପାଇଁ ସମସ୍ତ ସମାନ ଚିନ୍ତାଧାରା ଏବଂ ଦଳକୁ ଏକାଠି କରି ଏକ ବୈଠକ ଡକାଯାଉ।

Also Read: ଉପନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି: ମୈଦାନରେ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ

ନିକଟରେ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରି ଲାଲୁ ଯାଦବ କହିଥିଲେ ରାଜ୍ୟର ଯେଉଁ ୨ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେହି ସିଟ୍ କ'ଣ ଅମାନତ ହରାଇବା ପାଇଁ କଂଗ୍ରେସକୁ ଦେଇଥାନ୍ତୁ। ଦିଲ୍ଲୀରୁ ପାଟନା ଆସିବା ସମୟରେ ବିହାର କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସଙ୍କୁ କଟାକ୍ଷ କରିଥିଲେ। ଯାହାକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ସେବେଠାରୁ ଆରଜେଡି-କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ ମହାଗଠବନ୍ଧନରେ ରହିଥିବା ବିବାଦ ସାମ୍ନାକୁ ଆସିଥିଲା। ଆରଜେଡି ସପ୍ରିମୋ ତାଙ୍କର ଏହି ବିବୃତ୍ତି ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଥିଲା।

ଏହା ସତ୍ତ୍ୱେ ସହଯୋଗକୁ ଖୁସି କରି ଲାଲୁ ଯାଦବ କହିଛନ୍ତି ଆଜି ମଧ୍ୟ ସେ କଂଗ୍ରେସକୁ ଜାତୀୟ ସ୍ତରରେ ଏକ ବିକଳ୍ପ ଭାବେ ବିବେଚନା କରୁଛନ୍ତି। ଦେଶ ଏହା ଆବଶ୍ୟକ କରୁଛି। କଂଗ୍ରେସ ସହ ହୋଇଥିବା ବିବାଦ ପାଇଁ ସେ କିଛି ନେତାଙ୍କୁ ଦାୟୀ କରିଛନ୍ତି। ସହଯୋଗୀ ଦଳକୁ ସେ ଯେତିକି ସାହାଯ୍ୟ ସହଯୋଗ କରିଛନ୍ତି ତାହା କେହି କରିନାହାଁନ୍ତି ବୋଲି ସେ କହିଛନ୍ତି। 

ଯଦିଓ କଂଗ୍ରେସ ଉଦ୍ଦେଶ୍ୟରେ ଏହି ବୟାନ ରଖି ମେଣ୍ଟ ସହଯୋଗକୁ ଆଗକୁ ବଢାଇବା ପାଇଁ ହେଲେ ମହାଗଠବନ୍ଧନରେ ରହିଥିବା ଫାଟ ସାମ୍ନାକୁ ଆସିସାରିଛି। ରାଜ୍ୟ ଯେଉଁ ୨ ବିଧାନସଭାରେ ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଠାରେ ଶାସକ ଏନଡିଏ ମେଣ୍ଟ ପକ୍ଷରୁ ଜେଡିୟୁ ପ୍ରାର୍ଥୀ ଲଢୁଥିବା ବେଳେ ବିରୋଧି ମେଣ୍ଟରୁ ଉଭୟ ଆରଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ପୃଥକ ପୃଥକ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  

Also Read: ଦିଲ୍ଲୀରେ ଲାଲୁଙ୍କୁ ବନ୍ଧକ କରିଛି କିଏ?

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ  ତାରାପୁର ଏବଂ କୁଶେଶ୍ୱରସ୍ଥାନ ଆସନରେ ଜେଡିୟୁ ପ୍ରାର୍ଥୀ ବାଜିମାତ କରିଥିଲେ। ପୁନଃର୍ବାର ଏହି ଆସନ ଦଖଲ କରିବା ପାଇଁ ଚାହୁଁଛି ଦଳ। ଅନ୍ୟପଟେ ଜେଡିୟୁ ହାତରୁ ଏହି ଆସନ ଛଡ଼ାଇ ନେବା ପାଇଁ ଉଭୟ ଆରଜେଡି-କଂଗ୍ରେସ ପୃଥକ ପୃଥକ ଭାବେ ନିର୍ବାଚନ ଲଢୁଛନ୍ତି।