ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଉଦ୍ଧବଙ୍କ ମୁଣ୍ଡରେ ଚିନ୍ତା...
Advertisement
Article Detail0/zeeodisha/odisha711091

ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଉଦ୍ଧବଙ୍କ ମୁଣ୍ଡରେ ଚିନ୍ତା...

ରାଜନୈତିକ ହଲଚଲ: ରାଜସ୍ଥାନରେ ବିବାଦ, ମହାରାଷ୍ଟ୍ରରେ ହଇଚଇ

ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଉଦ୍ଧବଙ୍କ ମୁଣ୍ଡରେ ଚିନ୍ତା...

ମୁମ୍ବାଇ: ରାଜସ୍ଥାନ ରାଜନୈତିକ ପାଣିପାଗ ପ୍ରତି ମୁହୁର୍ତ୍ତରେ ବଦଳିବାରେ ଲାଗିଛି। ସଚିନ ପାଇଲଟଙ୍କ ଖୋଲାଖୋଲି ବିବାଦ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନରେ ଛନକା। ସରକାର ବଞ୍ଚାଇବାକୁ ବହୁମତ ମଧ୍ୟ ସାବ୍ୟସ୍ତ କରିଛନ୍ତି। କିନ୍ତୁ ଫ୍ଲୋର ଟେଷ୍ଟ ପାଇଁ ସଚିନ ପାଇଲଟ ଦାବି କରିବା ଆରମ୍ଭ କରିଛନ୍ତି। ସେପଟେ ସଚିନକୁ ମନାଇବାକୁ ପାର୍ଟିର ହାଇ କମାଣ୍ଡମାନେ ଆଲୋଚନା ମଧ୍ୟ କରୁଛନ୍ତି। ତେବେ ସେ ଯାହାବି ହେଉ କଂଗ୍ରେସର ଅନ୍ତଃକନ୍ଦଳ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। 

ଏହା ପୂର୍ବରୁ ମଧ୍ୟପ୍ରଦେଶରେ ମଧ୍ୟ ସମାନ ଢଙ୍ଗରେ ଗୃହଭେଦୀ ବିଭିଷଣ ଭଳି ବିବାଦ ମୁଣ୍ଡ ଟେକିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ କମଳନାଥଙ୍କ ସରକାର ଭାଙ୍ଗି ଯାଇଥିଲା। କୋରୋନା ସଂକଟ ସମୟରେ ତାଙ୍କ କମଳନାଥଙ୍କ ସରକାର ଭାଙ୍ଗିବା ସହିତ ବିଜେପି ହାତକୁ ଯାଇଥିଲା ଶାସନଗାଦି। ତେବେ ୫ ମାସ ମଧ୍ୟରେ କଂଗ୍ରେସ ଶାସନାଧୀନ ଦୁଇ ଦୁଇଟି ରାଜ୍ୟରେ ଏଭଳି ରାଜନୈତିକ ବିଭେଦ ଦେଖାଦେଇଛି। 

ଯ଼ାହାର ସିଧାସଳଖ ପ୍ରଭାବ ମହାରାଷ୍ଟ୍ର ସରକାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଚାଲିଥିବା ମହାଅଘାଡ଼ି ସରକାରରେ ହଲଚଲ ଆରମ୍ଭ ହୋଇ ଗଲାଣି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏବେଠାରୁ ନିଜ ଚୌକି ଚିନ୍ତା ପଡ଼ିଗଲାଣି। ସୋମବାର ବିଳମ୍ବିତ ରାତିରେ ସୋମବାର କଂଗ୍ରେସର ବରିଷ୍ଠ ନେତା ଶରଦ ପାଓ୍ୱାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଜଣାପଡ଼ିଛି। 

ତେବେ ଏହା ପୂର୍ବରୁ ଏହି ସାକ୍ଷାତ ପୂର୍ବରୁ କଂଗ୍ରେସ ରାଜ୍ୟ ସଭାପତି ତଥା ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ ମଧ୍ୟ ସିଏମ ଠାକୁରଙ୍କୁ ଭେଟିଥିଲେ। ତେବେ ଶୁଣିବାକୁ ମିଳୁଛି ଯେ ବ୍ୟୁରୋକ୍ରାଟଙ୍କ ବଦଳିକୁ ନେଇ ଶିବସେନା ଓ ଏନସିପି ମଧ୍ୟରେ ମତଭେଦ ଏବେ ମୁଣ୍ଡ ଟେକୁଛି। ଗୃହ ବିଭାଗ ଏବେ ଏନସିପି ନିକଟରେ ରହିଛି। ଏହି ଦାୟିତ୍ୱ ଏନସିପିର ଅନୀଲ ଦେଶମୁଖ ରହିଛନ୍ତି। 

ଫଳରେ ଅନୀଲ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ବଦଳିକୁ ନେଇ ସମସ୍ତ ନିଷ୍ପତି ନେଇଥାନ୍ତି। କିନ୍ତୁ ଅନୀଲ ନେଉଥିବା ନିଷ୍ପତ୍ତି ଶିବସେନା ନିକଟରେ ପହଞ୍ଚି ପାରୁନାହିଁ। ଯାହାକୁ ନେଇ ଅସନ୍ତୋଷ ଜାହିର କରୁଛି ଶିବସେନା। ଶିବସେନା କହୁଛି ଯେ, ରାଜ୍ୟର ସମସ୍ତ ଅଧିକାରୀଙ୍କ ବଦଳି ସମ୍ପର୍କିତ ସୂଚନା ଶିବସେନା ନିକଟରେ ମଧ୍ୟ ରହୁ। 

ଏହା ପୂର୍ବରୁ ସାମନା ସମ୍ପାଦକ ସଞ୍ଜୟ ରାଉତ ମଧ୍ୟ ଏନେଇ ସୂଚନା ଦେଇ ସାରିଛନ୍ତି। ସେ କହିଥିଲେ କି, କଂଗ୍ରେସ ଓ ଶିବସେନା ମଧ୍ୟ ଅଧିକ ଆଲୋଚନା କରାଯିବାର ଆବଶ୍ୟକ ରହିଛି। ବର୍ତ୍ତମାନ ସ୍ଥିତିରେ ଆଲୋଚନା ମଧ୍ୟରେ ହିଁ ଏହାକୁ ଦୁର କରାଯାଇପାରିବ ବୋଲି ସେ କହିଥିଲେ।