Maharastra Political Crisis: ବିଦ୍ରୋହୀଙ୍କୁ ସିଏମ୍ ଉଦ୍ଧବଙ୍କ ଚେକମେଟ୍, ଖେଳିଲେ ନ୍ୟାୟିକ ଚାଲ୍
Advertisement

Maharastra Political Crisis: ବିଦ୍ରୋହୀଙ୍କୁ ସିଏମ୍ ଉଦ୍ଧବଙ୍କ ଚେକମେଟ୍, ଖେଳିଲେ ନ୍ୟାୟିକ ଚାଲ୍

୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଠାରେ ଅନେକ ରାୟ ଅଛି ... ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୃହ ବାହାରେ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟ ମଧ୍ୟ ଅଯୋଗ୍ୟତା ଅଟେ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛିବା ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀଙ୍କୁ ଉଦ୍ଧବ ସରକାର ଏକ ଶକ୍ତ ଝଟକା ଦେଇଛନ୍ତି। ବିଦ୍ରୋହୀଙ୍କୁ ବାଟକୁ ଆଣିବା ପାଇଁ ସେ ଏବେ ନ୍ୟାୟିକ ଚାଲ ଖେଳିଛନ୍ତି। ରବିବାର ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଓ ବରିଷ୍ଠ ଓକିଲ ଦେବଦତ୍ତ କାମାଟ ପ୍ରେସମିଟ କରିଛନ୍ତି। ବିଦ୍ରୋହୀଙ୍କୁ କିଭଳି ଅଯୋଗ୍ୟ ଘୋଷଣା କରାଯିବ ସେନେଇ ଶିବସେନା ନେତା ପ୍ରେସମିଟରେ କହିଛନ୍ତି। 

ବିଦ୍ରୋହୀଙ୍କ ଶକ୍ତି ବୃଦ୍ଧି ମଧ୍ୟରେ ଶିବସେନାର ଠାକରେ (Uddhav Thackeray) ଦଳ ଚତୁରତାର ସହ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି। ଏହାରି ଭିତରେ ରବିବାର ଉଦ୍ଧବଙ୍କ ନବମ ମନ୍ତ୍ରୀ ମଧ୍ୟ ବିଦ୍ରୋହୀ ଶିବିରରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଆଇନଗତ କୌଶଳ ସାହାଯ୍ୟରେ କହିବାକୁ ଚେଷ୍ଟା କରିଛନ୍ତି ଯେ ଯଦିଓ ବିଦ୍ରୋହୀ ଦଳରେ ଶିବସେନାର ୫୫ରୁ ୪୦ଜଣ ବିଧାୟକ ଅଛନ୍ତି, ତଥାପି ଏଥିରେ କିଛି ଗୁରୁତ୍ୱ ନାହିଁ। ରବିବାର ଶିବସେନା ପକ୍ଷରୁ ମୁମ୍ବାଇରେ ଏକ୍ ପ୍ରେସମିଟ୍ ଆୟୋଜନ କରାଯାଇଥିଲା। ସେଠାରେ ବରିଷ୍ଠ ଓକିଲ ଦେବଦତ୍ତ କାମାଟଙ୍କ ସହ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଉପସ୍ଥିତ ଥିଲେ। 

Also Read: Maharashtra Political Crisis: ସୁପ୍ରିମକୋର୍ଟରେ ପହଞ୍ଚିଲେ ସିନ୍ଦେ

ବରିଷ୍ଠ ଓକିଲ କାମାଟ କହିଛନ୍ତି, 'ଏହି ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ଯେ, ସେମାନେ ଅଯୋଗ୍ୟତାର ସମ୍ମୁଖୀନ ହେବେ ନାହିଁ କାରଣ ସେମାନଙ୍କର କେବଳ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅଛି। ଯଦି ଆପଣ କୌଣସି ସାମ୍ବିଧାନିକ ବିଶେଷଜ୍ଞଙ୍କୁ ପଚାରିଲେ ଆପଣ ଜାଣିବେ ଯେ, ଏହି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଫର୍ମୁଲା ଭୁଲ ଅଟେ। ଯେତେବେଳେ ସେମାନେ ଅନ୍ୟ କୌଣସି ଦଳ ସହିତ ମିଶିଗଲେ ଏହି ତର୍କ ପ୍ରଯୁଜ୍ୟ ହେବ।'

ସେ କହିଛନ୍ତି, '୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଠାରେ ଅନେକ ରାୟ ଅଛି ... ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୃହ ବାହାରେ ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟ ମଧ୍ୟ ଅଯୋଗ୍ୟତା ଅଟେ।' ସେ ଜେଡିୟୁ ନେତା ଶରଦ ଯାଦବଙ୍କ ଅଯୋଗ୍ୟତାର ଉଦାହରଣ ଦେଇଛନ୍ତି। ନୀତୀଶ କୁମାରଙ୍କ ପ୍ରତିଦ୍ୱନ୍ଦ୍ୱୀ ଲାଲୁ ପ୍ରସାଦ ଯାଦବଙ୍କ ରାଲିରେ ଯୋଗ ଦେଇଥିବାରୁ ଶରଦ ଯାଦବଙ୍କ ଅଯୋଗ୍ୟ ଘୋଷଣା କରାଯାଇଥିବା କାମାଟ କରିଛନ୍ତି।

Also Read: ହସ୍ପିଟାଲରୁ ଫେରିବା ପରେ ଆକ୍ସନ ମୁଡ଼କୁ ଆସିଲେ ମହାରାଷ୍ଟ୍ର ରାଜ୍ୟପାଳ, ନେଲେ ଏହି ପଦେକ୍ଷପ

'ଅନ୍ୟ ଏକ ରାଜ୍ୟକୁ ଯିବା, ବିଜେପି ଶାସିତ ରାଜ୍ୟରେ ବିଜେପି ନେତାଙ୍କୁ ଭେଟିବା, ସରକାରକୁ ହଟାଇବାକୁ ଚେଷ୍ଟା କରିବା, ସରକାରଙ୍କ ବିରୁଦ୍ଧରେ ଚିଠି ଲେଖିବା, ଏସବୁ ଖୋଲାଖୋଲି ଉଲ୍ଲଂଘନ... ବାଚସ୍ପତିଙ୍କୁ ଦିଆଯାଇଥିବା ଯାଚିକାରେ ଏହିସବୁ ଉଲ୍ଲେଖ ରହିଛି' ବୋଲି ବରିଷ୍ଠ ଓକିଲ କହିଛନ୍ତି। ସେ ପୁଣି କହିଛନ୍ତି, 'ସେମାନେ କହିଛନ୍ତି, 'ଉପ ବାଚସ୍ପତିଙ୍କର କୌଣସି ଅଧିକାର ନାହିଁ, ଏହା ସମ୍ପୂର୍ଣ୍ଣ ଭୁଲ୍। ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତିଙ୍କର ସମ୍ପୂର୍ଣ୍ଣ କ୍ଷମତା ଅଛି। ଆମେ ସମସ୍ତ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚେଷ୍ଟା କରୁଛୁ।'

ଅନ୍ୟପଟେ, ଶିବସେନାର ଏକନାଥ ଶିନ୍ଦେ (Eknath Shinde) ଗ୍ରୁପ ରବିବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବିଧାନସଭାର ଉପ ବାଚସ୍ପତିଙ୍କୁ ବିଧାୟକଙ୍କ ବିରୋଧରେ ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ରହିଛି। ଏଥି ସହିତ ଅଜୟ ଚୌଧୁରୀଙ୍କୁ ବିଧାନସଭା ଦଳର ନେତା କରିବାକୁ ନେଇ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେ ବି ପାରଦୀୱାଲାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବ। ସୁନୀଲ ପ୍ରଭାସଙ୍କୁ ମୁଖ୍ୟ ୱିପ୍ ଭାବେ ନିଯୁକ୍ତି ଦେବା ପାଇଁ ମଧ୍ୟ ଏହି ଆବେଦନରେ ଚ୍ୟାଲେଞ୍ଜ ଦିଆଯାଇଛି।