ମୁମ୍ବାଇ: ଭବିଷ୍ୟତର ମହରାଷ୍ଟ୍ରର ରାଜନୀତିରେ ଦଳ କେଉଁ ଭୂମିକାରେ ରହିବ ସେ ନେଇ ଏକ ବଡ ଘୋଷଣା କରିଛି ରାଜ୍ୟ ରାଜନୀତିରେ ସବୁଠାରୁ ଦଳ ଭାବେ ଜଣାଶୁଣା ବିଜେପି। ଗତ ୨୦୧୯ ବିଧାନସଭା ନିର୍ବାଚନ ପର ଠାରୁ ଶିବସେନା ସହ ରହିଥିବା ଗଠବନ୍ଧନ ସମ୍ପର୍କ ତୁଟିଯିବା ପରେ ବର୍ତ୍ତମାନ ଠାରୁ ଭବିଷ୍ୟତର ଦଳୀୟ ରଣନୀତି    


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ରାଜନୀତିରେ ଦଳର ଆଗାମୀ ରଣନୀତି କ'ଣ ରହିବ ସେ ନେଇ ଇସାରା ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଶିବସେନା ସହ ରହିଥିବା ମେଣ୍ଟ ସହଯୋଗ କାରଣରୁ ରାଜ୍ୟ ରାଜନୀତିରେ ଦଳ ଏକ ସହଯୋଗୀ ଭୂମିକାରେ ରହିବା ସହ ଦଳୀୟ ଆଧାରକୁ ବିସ୍ତାର କରି ପାରୁନଥିଲା। ହେଲେ ବର୍ତ୍ତମାନ ସମୟରୁ ଦଳୀୟ ସଙ୍ଗଠନ ସହ ଦଳର ଆଧାରକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସୁବର୍ଣ୍ଣ ସୁଯୋଗ ଦଳକୁ ମିଳିସାରିଛି। ଆଗାମୀ ୨୦୧୪ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ନିଜସ୍ୱ ସାଙ୍ଗଠନିକ ଶକ୍ତି ବଳରେ ସରକାର ଗଠନ କରିବାକୁ ପ୍ରୟାସ କରିବ।  


Also Read: Hindutva ପରେ Tipu Sultan ନାମକୁ ନେଇ ମୁହାଁମୁହିଁ BJP-ShivSena


ନିକଟରେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବସେନା ନେତ୍ରୀ ଆଶା ବୁଚାକେ ଦଳ ଛାଡି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ହାତ ଧରିଥିଲେ।


ଏହି ଅବସରରେ ଆୟୋଜିତ ହୋଇଥିବା ଏକ ଦଳୀୟ ସଭାରେ ଯୋଗ ଦେଇ ବିଜେପି ନେତା ଫଡନାଭୀସ କହିଥିଲେ ଦଳ ସହ ମେଣ୍ଟ ଭାଙ୍ଗି ଶିବସେନା, କଂଗ୍ରେସ-ଏନସିପି ପ୍ରଭୃତି ଦଳଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛି। ଏହି ୩ ଦଳଙ୍କୁ ନେଇ ଗଠିତ ମହାବିକାଶ ଅଘାଡି  ସରକାର ରାଜ୍ୟକୁ ଶାସନ କରୁଛି। ହେଲେ ଏହି ମେଣ୍ଟ ସରକାରରେ ସାମିଲ ଥିବା ଅଂଶୀଦାର ଦଳ ଏବେ ରାଜ୍ୟ ରାଜନୀତିରେ ଶ୍ୱାସରୁଦ୍ଧ ଅବସ୍ଥାରେ ରହିଛନ୍ତି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଅଧ୍ୟୟନ ଦଳ ନିଜସ୍ୱ ଆଧାର ବଳରେ ସରକାର ଗଠନ କରିବାକୁ ବଦ୍ଧ ପରିକର ହୋଇଛି।


ଗତ ୧୯୮୦ ଦଶକ ପର ଠାରୁ ଜାତୀୟ ତଥା ରାଜ୍ୟ ସ୍ତରରେ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ଗଠନ ହୋଇଥିଲା। ହେଲେ ଗତ ୨୦୧୪ ବର୍ଷରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଧାନସଭା ତଥା ଲୋକସଭା ନିର୍ବାଚନରେ ଉଭୟ ଦଳ ମେଣ୍ଟରୁ ଅଲଗା ହୋଇ ପୃଥକ ପୃଥକ ଭାବେ ନିର୍ବାଚନ ଲଢିଥିଲେ। କିଛି ସମୟ ପାଇଁ ପରସ୍ପର ଠାରୁ ଅଲଗା ରହିବା ପରେ ପୁଣି ଥରେ ମେଣ୍ଟ ଗଠନ କରିଥିଲେ ଉଭୟ ଦଳ।


Also Read: Maharashtra Politics: Shivsena ହାତ ଛାଡିବା ପରେ MNS ହାତ ଧରିବ କି BJP?


ଏହା ପରେ ଗତ ୨୦୧୯ ବର୍ଷରେ ଅନୁଷ୍ଠିତ ହୋଇଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଗଠବନ୍ଧନ କରି ନିର୍ବାଚନ ଲଢିବା ସହ ବାଜିମାତ କରିଥିଲା ବିଜେପି-ଶିବସେନା ମେଣ୍ଟ। ହେଲେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମେଣ୍ଟର କ୍ଷମତା ବିସ୍ତାରକୁ ନେଇ ବିବାଦ ଉପୁଜିବାରୁ ଭାଙ୍ଗିଯାଇଥିଲା ଉଭୟ ଦଳ ମଧ୍ୟରେ ରହିଥିବା ଗଠବନ୍ଧନ। ଏହା ପରେ ଶିବସେନା, କଂଗ୍ରେସ-ଏନସିପି ପ୍ରଭୃତି ଦଳଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା।