Eknath Shindes Camp: ଆସାମ ରାଜଧାନୀ ଗୌହାଟିରେ ଅବସ୍ଥାନ କରୁଥିବା ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକଙ୍କ ଗୋଷ୍ଠୀ ଏବେ ରାଜ୍ୟରେ ସରକାର ଗଠନ କରିବା ଲାଗି ଅଣ୍ଟା ଭିଡ଼ିଛି। ଏନେଇ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ପକ୍ଷରୁ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖାଯାଇଛି। ଯେଉଁଥିରୁ ଏହା ସ୍ପଷ୍ଟ ହୋଇଗଲାଣି ଯେ ବିଦ୍ରୋହୀ ଗୋଷ୍ଠୀ ଏକ ନୂତନ ପଦକ୍ଷେପ ନେବା ରାସ୍ତାରେ ଅଗ୍ରସର ହେଉଛି। ଯାହା ଦ୍ୱାରା ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ର ବିରୋଧି ଦଳ ନେତା ଦେବେନ୍ଦ୍ର ଫଡ଼ନାଭୀସ ଦିଲ୍ଲୀ ଯାତ୍ରା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରରେ ଏକନାଥ ସିନ୍ଦେଙ୍କ ସମର୍ଥକ ବିଧାୟକଙ୍କ ଦସ୍ତଖତ ରହିଛି। ସେମାନେ ସରକାର ଗଠନ ଲାଗି ଦାବି ଉପସ୍ଥାପନା କରିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କୁ ଏକ ପୃଥକ ଗୋଷ୍ଠୀର ମାନ୍ୟତା ମିଳିପାରେ। ହେଲେ ସରକାର ଗଠନ ଲାଗି ସେମାନଙ୍କୁ ବିଜେପି କିମ୍ବା ପୁରୁଣା ମହାବିକାଶ ଅଘାଡି ସରକାରର ସମର୍ଥନ ନେବାକୁ ହେବ।    


ରାଜ୍ୟରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଗୁରୁବାର ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ଲାଗିଛି ଆଉ ଏକ ଝଟକା। ଆହୁରି ୨ ବିଧାୟକ ଦଳ ଠାରୁ ଦୂରେଇ ଯାଇଛନ୍ତି। ଉଦ୍ଧବ ଠାକରେଙ୍କ ବାର୍ତ୍ତା ନେଇ ସୁରଟ ଯାଇଥିବା ବିଧାୟକ ରବି ଫାଟକ ଏବଂ ଅନ୍ୟ ଜଣେ ବିଧାୟ ଗୌହାଟି ଠାରେ ପହଞ୍ଚି ସାରିଛନ୍ତି। ସେମାନେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେଉଥିବା ନେଇ ବିଶ୍ୱାସ କରାଯାଉଛି।


ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ଘଟଣାକ୍ରମ ମଧ୍ୟରେ ରାଜ୍ୟରେ ନୂତନ ସରକାର କିଏ ଗଠନ କରିବ ତାହା ଅନେକାଂଶରେ ସ୍ଥିର କରିବ ବିଦ୍ରୋହୀ ବିଧାୟକଙ୍କ ଗୋଷ୍ଠୀ। ଅନ୍ୟପଟେ ଶିବ ସେନା ନେତା ସଞ୍ଜୟ ରାଉତ କହି ସାରିଛନ୍ତି  ଯଦି ଦଳର ସମସ୍ତ ବିଧାୟକ ଚାହୁଁଛନ୍ତି ମହାବିକାଶ ଅଘାଡି ମେଣ୍ଟରୁ ଦଳ ବାହାରି ଯାଉ ତାହେଲେ ଏହା ଉପରେ ବିଚାର କରାଯିବ। ଅନ୍ୟପଟେ ସରକାର ଗଠନ କରିବା ପ୍ରସଙ୍ଗରେ ବିଦ୍ରୋହୀ ବିଧାୟକ ଗୋଷ୍ଠୀଙ୍କୁ ପ୍ରସ୍ତାବ ଦେଇଛି ବିଜେପି। ଏନେଇ ବିଜେପି ସୂତ୍ରରୁ କୁହାଯାଇଛି ଯଦି ସିନ୍ଦେ ଗୋଷ୍ଠୀ ଏନଡିଏ ମେଣ୍ଟରେ ସାମିଲ ହୁଏ ତାହେଲେ ସେମାନଙ୍କୁ ରାଜ୍ୟରେ ୧୩ ଏବଂ କେନ୍ଦ୍ରରେ ୨ ମନ୍ତ୍ରୀ ପଦ ପ୍ରଦାନ କରାଯିବ। 


Also Read: Maharashtra Political Crisis: ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ଲୋଭନୀୟ ଅଫର