Maharashtra Political Crisis: ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ଲୋଭନୀୟ ଅଫର
Advertisement
Article Detail0/zeeodisha/odisha1230296

Maharashtra Political Crisis: ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ଲୋଭନୀୟ ଅଫର

Maharashtra Political Crisis:  ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ମନାଇବା ପାଇଁ ଅଣ୍ଟା ଭିଡିଛନ୍ତି ଉଭୟ ଶିବସେନା-ବିଜେପି।

Maharashtra Political Crisis: ବିଦ୍ରୋହୀ ଗୋଷ୍ଠୀଙ୍କୁ ମିଳିଲା ଲୋଭନୀୟ ଅଫର

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ମନାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ। ଏହିକ୍ରମରେ ଆସାମ ରାଜଧାନୀ ଗୌହାଟିସ୍ଥିତ ଏକ ହୋଟେଲ ଠାରେ ଅବସ୍ଥାନ କରୁଥିବା ମହାରାଷ୍ଟ୍ର ବିଧାୟକଙ୍କୁ ମୁମ୍ବାଇ ଫେରି ଆସିବା ପାଇଁ କୁହାଯାଇଛି। ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ମନାଇବା ପାଇଁ ଅଣ୍ଟା ଭିଡିଛନ୍ତି ଉଭୟ ଶିବସେନା-ବିଜେପି।

ଏନେଇ ପ୍ରତିକ୍ରିୟା ରଖି ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି ଗୌହାଟିରେ ରହି ବିଧାୟକ ସମ୍ବାଦ କରନ୍ତୁନାହିଁ। ସେମାନେ ମୁମ୍ବାଇ ଫେରି ଆସି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସିଧାସଳଖ କଥାବାର୍ତ୍ତା କରନ୍ତୁ। ଆମେ ମହାବିକାଶ ଅଘାଡି଼ ମେଣ୍ଟରୁ ବାହାରିବା ପଇଁ ଉପରେ ବିଚାର କରିବା ଲାଗି ପ୍ରସ୍ତୁତ। ହେଲେ ଏଥିପାଇଁ ମୁମ୍ବାଇ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବାକୁ ହେବ। ଶିବ ସେନା ନେତା ସଞ୍ଜୟ ରାଉତ ନିଜ ଦଳର ସରକାରକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଏପରିକି ମହାବିକାଶ ଅଘାଡି଼ ମେଣ୍ଟ ଭଙ୍ଗ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀ ସମ୍ନାରେ ପ୍ରସ୍ତାବ ରଖିଥିଲେ। ମାତ୍ର ଏହାକୁ ସହଜେ ଗ୍ରହଣ କରିପାରିନାହିଁ କଂଗ୍ରେସ। ଅନ୍ୟପଟେ ଏ ପ୍ରସଙ୍ଗରେ ଏନସିପି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭୀସ ମଧ୍ୟ ସରକାର ଗଠନ କରିବା ଲାଗି ବିଦ୍ରୋହୀ ଗୋଷ୍ଠୀକୁ ପ୍ରସ୍ତାବ ଦେଇ କହିଛନ୍ତି ସେମାନଙ୍କୁ ଉପଯୁକ୍ତ ମନ୍ତ୍ରଣାଳୟ ମିଳିବ। ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଏନଡିଏ ମେଣ୍ଟରେ ସାମିଲ କରିବା ପାଇଁ  ରାଜ୍ୟରେ ୧୩ ଏବଂ କେନ୍ଦ୍ରରେ ୨ ମନ୍ତ୍ରୀ ପଦ ବିଜେପି ପକ୍ଷରୁ ଦିଆଯାଇଛି। ଏହାକୁ  ସରକାର ଗଠନ କରିବା ଲାଗି ବିଜେପି ପ୍ରୟାସ ବୋଲି କୁହାଯାଉଛି।

ଅନ୍ୟପଟେ ଗୁରୁବାର ମହାବିକାଶ ଅଘାଡି଼ ମେଣ୍ଟରେ ସାମିଲ ହୋଇଥିବା ଉଭୟ କଂଗ୍ରେସ-ଏନସିପି ବିଧାୟକ ଦଳ ବୈଠକ ଡକାଯିବାର ରହିଛି। ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଲାଗି ଆଗାମୀ ଦଳୀୟ ରଣନୀତି କ'ଣ ହେବ ସେ ବାବଦରେ ବିଧାୟକ ଦଳ ବୈଠକରେ ଚର୍ଚ୍ଚା କରିବେ ଏହି ଦୁଇ ଦଳ। ଏନସିପି ବିଧାୟକ ଦଳ ବୈଠକରେ ନିଜେ ଦଳର ଅଧ୍ୟକ୍ଷ ଶରଦ ପାୱାର ଉପସ୍ଥିତ ରହିବେ। ଏବେ ସବୁ ଦଳର ସତର୍କ ନଜର  ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଉପରେ ରହିଛି।  

Also Read: Maharashtra Political Crisis: ବିଦ୍ରୋହ ପରେ ବିଭାଜନ ମୁହାଁ ଶିବ ସେନା