Mainpuri Bypoll 2022: ୨୦୨୪ ପୂର୍ବରୁ ଶେଷ ସମାଜବାଦୀ ଗଡ଼ ଦଖଲ କରିବାରେ ସଫଳ ହେବ ବିଜେପି?
Advertisement
Article Detail0/zeeodisha/odisha1471645

Mainpuri Bypoll 2022: ୨୦୨୪ ପୂର୍ବରୁ ଶେଷ ସମାଜବାଦୀ ଗଡ଼ ଦଖଲ କରିବାରେ ସଫଳ ହେବ ବିଜେପି?

Uttar Pradesh Politics: ଆଗମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ଉପନିର୍ବାଚନ ଉତ୍ତର ପ୍ରଦେଶ ରାଜନୀତିରେ ବେଶ ଗୁରୁତ୍ୱ ବହନ କରୁଛି। ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା ମୈନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନରେ ବିଜୟ ବାନା ଉଡ଼ାଇବାକୁ ଅଣ୍ଟାଭିଡ଼ିଛି ବିଜେପି। କାରଣ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ମିଳିଥିବା ​ବିଜୟକୁ ନେଇ ଉତ୍ସାହିତ ହୋଇଉଠିଛି ​ଶାସକ ଦଳ।

Mainpuri Bypoll 2022: ୨୦୨୪ ପୂର୍ବରୁ ଶେଷ ସମାଜବାଦୀ ଗଡ଼ ଦଖଲ କରିବାରେ ସଫଳ ହେବ ବିଜେପି?

Mainpuri By Election 2022: ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ମତଦାନ।  ମୈନପୁରୀ ଲୋକସଭା ସହିତ ରାଜ୍ୟର ରାମପୁର ଏବଂ ଖତୌଲି ବିଧାନସଭା ଆସନରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ଲାଗି ସୋମବାର ଜାରି ରହିଛି ଭୋଟ ଗ୍ରହଣ।

ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଏହି ଉପନିର୍ବାଚନରେ ବିଜୟବାନା ଉଡ଼ାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ରାଜ୍ୟରେ କ୍ଷମତାସୀନ ବିଜେପି। ଏନେଇ ଶାସକ ଦଳ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ବିରୋଧରେ ପ୍ରସ୍ତୁତ କରିଛି ଜବରଦସ୍ତ ରଣନୀତି। ରାଜ୍ୟ ରାଜନୀତିରେ ବିରୋଧୀ ଦଳକୁ କମଜୋର କରିବା ଅଭିଯାନରେ ଲାଗି ପଡିଛି ଶାସକ।  

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ଖାଲି ପଡ଼ିଛି ମୁଲାୟମ ସିଂହ ଯାଦବ। ଅନ୍ୟପଟେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଅଯୋଗ୍ୟ ଘୋଷିତ ହେବା ପରେ ଖାଲିପଡ଼ିଛି ରାମପୁର ବିଧାନସଭା ଆସନ। ଅନ୍ୟପଟେ ବିଜେପି ବିଧାୟକ ବିକ୍ରମ ସୈନି ମଧ୍ୟ ଅଯୋଗ୍ୟ ଘୋଷିତ ହେବା ପରେ ଖାଲି ହୋଇଯାଇଛି ଖତୌଲି ବିଧାନସଭା ଆସନ।

ଆଗମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ଉପନିର୍ବାଚନ ଉତ୍ତର ପ୍ରଦେଶ ରାଜନୀତିରେ ବେଶ ଗୁରୁତ୍ୱ ବହନ କରୁଛି। ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା ମୈନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନରେ ବିଜୟ ବାନା ଉଡ଼ାଇବାକୁ ଅଣ୍ଟାଭିଡ଼ିଛି ବିଜେପି। କାରଣ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ମିଳିଥିବା ​ବିଜୟକୁ ନେଇ ଉତ୍ସାହିତ ହୋଇଉଠିଛି ​ଶାସକ ଦଳ। ଅନ୍ୟପଟେ ଏହି ଉପନିର୍ବାଚନରେ ସମାଜବାଦୀ ନିଜର ପାରମ୍ପରିକ ଗଡରେ ପରାସ୍ତ ହୋଇଛି। ଉଭୟ ଆଜମଗଡ ଏବଂ ରାମପୁର ଲୋକସଭା ଆସନ ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଗଡ଼ ଭାବେ ଜଣାଶୁଣା।

ଦଳର ଗଡ଼ ଭାବେ ଜଣାଶୁଣା ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ମିଳିଥିବା ପରାଜୟକୁ ଭୁଲି ପାରିନାହିଁ ସମାଜବାଦୀ ପାର୍ଟି। ଏହାକୁ ନଜରରେ ରଖି ଦଳ ମୈନପୁରୀ ଲୋକସଭା ଏବଂ ରାମପୁର ବିଧାନସଭା ଆସନକୁ ଦଖଲ କରିବାକୁ ଚାହୁଁଛି। ନିଜେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିଜେ ମୈନ୍ପୁରୀ ଆସନରେ ଦଳୀୟ ପ୍ରଚାର ମଙ୍ଗ ଧରିଥିଲେ। ଏହା ସହିତ ସେ ତାଙ୍କ ଅସନ୍ତୁଷ୍ଟ ଚାଚା ଶିବପାଲ ଯାଦବଙ୍କୁ ମନାଇବାରେ ସଫଳ ହୋଇଛନ୍ତି। ମୈନପୁରୀ ଉପନିର୍ବାଚନ ​​ଅଖିଳେଶ ଯାଦବଙ୍କ ମୁଲାୟମ ସିଂହ ଯାଦବଙ୍କୁ ଘେରି ରହିଛି। ଯାହାଫଳରେ ଏକ ଭାବପ୍ରବଣ ବାର୍ତ୍ତା ଜନସାଧାରଣଙ୍କ ନିକଟକୁ ଯିବ।

ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ନେତାଜୀ ଭାବେ ଜଣାଶୁଣା। ନେତାଜୀଙ୍କ ଅନୁପସ୍ଥିତିରେ ଦଳ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନ ଲଢୁଛି। ଅନ୍ୟପଟେ ଏହି ନିର୍ବାଚନରେ ବିଜେପି ନିଜର ସମସ୍ତ ଶକ୍ତି ଲଗାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବ୍ୟତୀତ ଦଳର ପୁରୁଖା ନେତା ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।  ମୁଖ୍ୟମନ୍ତ୍ରୀ ଯୋଗୀ ଏଠାରେ ଦୁଇଟି ରାଲି କରିଛନ୍ତି। ଅନ୍ୟପଟେ ଉତ୍ତର ପ୍ରଦେଶ ବିଜେପି ସଭାପତି ଭୁପେନ୍ଦ୍ର ସିଂହ ଚୌଧୁରୀ ଏଠାରେ ଡର୍ଜନରୁ ଅଧିକ ମନ୍ତ୍ରୀଙ୍କ ସହ କ୍ୟାମ୍ପ କରିଛନ୍ତି। ଯେତେବେଳେ ସମଗ୍ର ସମାଜବାଦୀ ପରିବାର ସେମାନଙ୍କ ନିଜର ଗଡ଼ ବଞ୍ଚାଇବା ପାଇଁ ଏକାଠି ପ୍ରଚାର କରୁଛି।

ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ଅଭେଦ୍ୟ ଗଡ଼ ଥିବା ରାମପୁର ବିଧାନସଭା ଆସନକୁ ଦଖଲ କରିବା ପାଇଁ ବିଜେପି ଏହାର ଏକ ଦୃଢ ରଣନୀତି ପ୍ରସ୍ତୁତ କରିଛି। ବିଜେପି ପୂର୍ବରୁ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଜିତି ସାରିଛି। ଏହି ବିଜୟକୁ ନେଇ ଉତ୍ସାହିତ ହୋଇ ଉଠିଥିବା ବିଜେପି ରାମପୁର ବିଧାନସଭା ଦଖଲ କରିବାକୁ ଆତ୍ମବିଶ୍ୱାସୀ ରହିଛି। ଏହା ସହିତ ଖାତୌଲି ବିଧାନସଭା ଆସନକୁ ବିଜେପି ପୁନର୍ବାର ଦଖଲ କରିବାକୁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛି।