Modi Surname Case: ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ନାହିଁ ଗୁଜୁରାଟ ହାଇକୋର୍ଟ, ଜେଲ ଯିବେ କି ରାହୁଲ ଗାନ୍ଧୀ?
Advertisement
Article Detail0/zeeodisha/odisha1677766

Modi Surname Case: ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ନାହିଁ ଗୁଜୁରାଟ ହାଇକୋର୍ଟ, ଜେଲ ଯିବେ କି ରାହୁଲ ଗାନ୍ଧୀ?

Gujarat High Court: ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ପକ୍ଷରୁ ମିଳିଥିବା ଦଣ୍ଡାଦେଶ ଉପରେ ଗୁଜୁରାଟ ହାଇକୋର୍ଟ କୌଣସି ପ୍ରକାର ସ୍ଥଗିତାଦେଶ ଲଗାଇ ନାହାଁନ୍ତି। ଯାହାର ଅର୍ଥ ହେଉଛି ସେସନ୍ସ କୋର୍ଟ ପକ୍ଷରୁ ମିଳିଥିବା ୩୦ ଦିନିଆ ଆଶ୍ୱସ୍ତି ଅବଧୀ ଶେଷ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। 

Modi Surname Case: ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ ନାହିଁ ଗୁଜୁରାଟ ହାଇକୋର୍ଟ, ଜେଲ ଯିବେ କି ରାହୁଲ ଗାନ୍ଧୀ?

Rahul Gandhi Disqualification: ମୋଦି ଉପନାମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି ଗୁଜୁରାଟ ସୁରଟ ଜିଲ୍ଲା ଅଦାଲତ। ହେଲେ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟ ପାଖରୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ହାଇକୋର୍ଟ। ଏହି ଦଣ୍ଡାଦେଶ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦ୍ୱାରା ମୋଦି ଉପନାମ ସମ୍ବନ୍ଧୀୟ ମନ୍ତବ୍ୟ ଉପରେ ଦାଖଲ ହୋଇଥିବା ମାନହାନି ମାମଲାରେ ପ୍ରଦାନ କରାଯାଇଥିଲା। ଯେଉଁଥିପାଇଁ ତାଙ୍କୁ ସଂସଦର ସଦସ୍ୟତା ମଧ୍ୟ ହରାଇବାକୁ ପଡିଥିଲା। ରାହୁଲ ଗାନ୍ଧୀ ତାଙ୍କୁ ମିଳିଥିବା ଦଣ୍ଡାଦେଶ ବିରୋଧରେ ଗୁଜୁରାଟ ହାଇକୋର୍ଟ ଠାରେ ଏକ ଆବେଦନ କରିଥିଲେ। ଏହି ଆବେଦନ ଉପରେ କୋର୍ଟ କହିଛନ୍ତି ଏହି ମାମଲା ଉପର ଶୁଣାଣି ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଜୁନ୍ ୩୦ ତାରିଖରେ କରାଯିବ। ମଙ୍ଗଳବାର ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ନିଜର ଆବେଦନରେ ରାହୁଲ ଗାନ୍ଧୀ ଦର୍ଶାଇଥିଲେ ଯେ, ମୋଦି ଉପନାମ ମାମଲାରେ ସୁରଟ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଶୁଣାଯାଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ, ଏହା ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଯାଉ। 

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ପକ୍ଷରୁ ମିଳିଥିବା ଦଣ୍ଡାଦେଶ ଉପରେ ଗୁଜୁରାଟ ହାଇକୋର୍ଟ କୌଣସି ପ୍ରକାର ସ୍ଥଗିତାଦେଶ ଲଗାଇ ନାହାଁନ୍ତି। ଯାହାର ଅର୍ଥ ହେଉଛି ସେସନ୍ସ କୋର୍ଟ ପକ୍ଷରୁ ମିଳିଥିବା ୩୦ ଦିନିଆ ଆଶ୍ୱସ୍ତି ଅବଧୀ ଶେଷ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଜେଲ୍ ଯିବାକୁ ପଡ଼ିପାରେ। ଆସନ୍ତା ୨୦ ତାରିଖରେ ହାଇକୋର୍ଟ ପକ୍ଷରୁ ହେବାକୁ ରହିଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ସମୟ ଅବଧି ସମାପ୍ତ ହୋଇଯିବ। ଯାହାର ଅର୍ଥ ହେଉଛି ରାହୁଲ ଗାନ୍ଧୀଙ୍କୁ ମେ ୨୦ ତାରିଖ ପରେ ଗିରଫ କରାଯାଇପାରେ। ଏହା ବ୍ୟତୀତ ଯଦି ତାଙ୍କୁ ତାଙ୍କ ଆବେଦନ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟ ପାଖରୁ କୌଣସି ପ୍ରକାର ଆଶ୍ୱସ୍ତି ମିଳେ ନାହିଁ, ତାହେଲେ ତାଙ୍କର ସଂସଦର ସଦସ୍ୟତା ମଧ୍ୟ ସଂରକ୍ଷିତ ରହିବ ନାହିଁ। ଏହା ପରେ ଯଦି ନିର୍ବାଚନ ଆୟୋଗ ଚାହାଁନ୍ତି ତାହେଲେ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଥିବା ଲୋକସଭା ଆସନରେ ଉପ-ନିର୍ବାଚନ ଘୋଷଣା କରିପାରିବେ।

ଗତ ୨୦୧୮ ବର୍ଷରେ ଲୋକ ପ୍ରହରୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଏନେଇ କୁହାଯାଇଥିଲା ଯେ ଅଦାଲତରେ ଦଣ୍ଡାଦେଶ ଶୁଣାଯିବା ଦିନ ଠାରୁ ଅଯୋଗ୍ୟତା ଲାଗୁ ହେବ ନାହିଁ। ଏହି ନିଷ୍ପତ୍ତି କାରଣରୁ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କରାଯାଇଥିବା ହାଇକୋର୍ଟ ଠାରେ ବିଚାରଧିନ ରହିବା ପରେ ସେ ପୁନର୍ବାର ସାଂସଦ ପଦରେ ରହିପାରିବେ। ସିଆରପିସି ଧାରା ୩୮୯ ଅନୁଯାୟୀ ଦଣ୍ଡକୁ ନିଲମ୍ବନ କରିବାରୁ ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଏହା ଉପରେ ସ୍ୱତଃ ରୋକ ଲାଗିଯିବ। ଏହି ବିଭାଗ ଅଧୀନରେ, ଆବେଦନ ବିଚାରାଧୀନ ଥିବା ଦଣ୍ଡକୁ ସ୍ଥଗିତ ରଖିବା ଏବଂ ଦୋଷୀକୁ ଜାମିନରେ ମୁକ୍ତ କରିବାର କ୍ଷମତା ରହିଛି।

ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଅପ୍ରେଲ ୧୩ ତାରିଖରେ କର୍ଣ୍ଣାଟକ କୋଲାର ଠାରେ ଏକ ରାଲିରେ ଯୋଗ ଦେବା ଅବସରରେ ରାହୁଲ ଗାନ୍ଧୀ ମୋଦୀ ଉପନାମ ଉପରେ ଭୁଲ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ରାହୁଲ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମୋଦୀ ଉପନାମ ରହିଥିବା ସମସ୍ତ ଲୋକ ଚୋର ହେଉଛନ୍ତି। ଏହି ମାମାଲାରେ ଗୁଜୁରାଟ ସୁରଟ ଜିଲ୍ଲାର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାଏର କରିଥିଲେ। ଏହି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ଆଇପିସି ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି କାରଣରୁ ସଂସଦ କେରଳ ୱାୟନାଡ଼ ଲୋକସଭା ଆସନର ସାଂସଦ ରାହୁଲ ଗାନ୍ଧୀଙ୍କ ସଂସଦୀୟ ସଦସ୍ୟତା ବାତିଲ କରିଦେଇଥିଲା।

ମୋଦୀ ଉପନାମ ମାମଲାରେ ରାହୁଲ ଗାନ୍ଧୀ ସୁରଟ କୋର୍ଟ ଦେଇଥିବା ରାୟକୁ ସେସନ୍ସ କୋର୍ଟ ଠାରେ ଚ୍ୟାଲେଞ୍ଜ କରିଛନ୍ତି। ସେ ଗତ ୩ ତାରିଖରେ ସେସନ୍ସ କୋର୍ଟ ଠାରେ ଦୁଇଟି ଆବେଦନ କରିଥିଲେ। ପ୍ରଥମେ ତାଙ୍କ ଦୋଷ ଉପରେ ଜାମିନ ପ୍ରଦାନ କରିବା ଏବଂ ଦ୍ୱିତୀୟରେ ତାଙ୍କ ଦୋଷକୁ ଖାରଜ କରିବା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସେସନ୍ସ କୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଥିବା ବେଳେ ଅପ୍ରେଲ ୨୦ ତାରିଖରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ ଠାରେ ଆବେଦନ କରିବାକୁ ସେସନ୍ସ କୋର୍ଟ ତାଙ୍କୁ ୩୦ ଦିନର ସମୟ ଦେଇଛନ୍ତି। ଏହା ପରେ ରାହୁଲ ଗୁଜୁରାଟ ହାଇକୋର୍ଟ ଠାରେ ଆବେଦନ କରିଥିଲେ। ଗତ ବୁଧବାର ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ଗୀତା ଗୋପୀ ରାହୁଲ ଗାନ୍ଧୀଙ୍କ ମାମଲାର ଶୁଣାଣି କରିବାରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ପରେ ଏହି ମାମଲା ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କ ଅଦାଲତକୁ ହସ୍ତାନ୍ତର କରାଯାଇଥିଲା। ଯିଏ ଆଜି ରାହୁଲ ଗା୍ନଧୀଙ୍କ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ଦେବାକୁ ମନା କରିଦେଇଥିଲେ ଏବଂ ଜୁନ୍ ୪ ତାରିଖ ପରେ ଏହି ମାମଲାର ଶୁଣାଣି କରିବାକୁ କହିଥିଲେ।