Ujjain Temple Ruckus: ନିକଟରେ ମଧ୍ୟ ପ୍ରଦେଶର ଉଜ୍ୱୈନସ୍ଥିତ ମହାକାଳ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ ଫିଲ୍ମ ବ୍ରହ୍ମାସ୍ତ୍ର ଟିମ।  ମାତ୍ର ସେମାନଙ୍କ ଆଗମନ ବାବଦରେ ଖବର ପାଇବା ମାତ୍ରେ ସୃଷ୍ଟି ହୋଇଥିଲା ବିବାଦ। ଯେଉଁ ଖବର ବର୍ତ୍ତମାନ ଚାରିଆଡେ ବ୍ୟାପିଯାଇଛି। ଏହି ଘଟଣାରେ ମିଳିଥିବା ଖବର ଅନୁଯାୟୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଉଜ୍ୱୈନସ୍ଥିତ ମହାକାଳ ମନ୍ଦିରର ଆରାଧ୍ୟସ ଦେବତା ବାବା ମହାକାଳଙ୍କ ଦର୍ଶନ କରିପାରିନାହାଁନ୍ତି। ଯଦିଓ ବ୍ରହ୍ମାସ୍ତ୍ର ଫିଲ୍ମ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବାବା ମହାକାଳଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଉଜ୍ୱୈନସ୍ଥିତ ମହାକାଳ ମନ୍ଦିରକୁ (Ujjain Mahakal Mandir) ଫିଲ୍ମ ବ୍ରହ୍ମାସ୍ତ୍ର ଟିମ (Film Brahmastra Team) ପରିଦର୍ଶନ କରିବାକୁ ଆସିବା ସମୟରେ ସୃଷ୍ଟି ହୋଇଥିବା ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା (Madhya Pradesh Minister Narottam Mishra)। ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଦର୍ଶନ ଲାଗି ଟିମ ବ୍ରହ୍ମାସ୍ତ୍ର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Also Read: Comedy Show ପାଇଁ ରାହୁଲ ଗାନ୍ଧୀଙ୍କୁ ଡାକନ୍ତୁ ଦିଗବିଜୟ ସିଂହ: ଡ.ନରୋତ୍ତମ ମିଶ୍ରା


ସେପ୍ଟମ୍ବର ୬ ତାରିଖ ମଙ୍ଗଳବାର ଆୟାନ ମୁଖାର୍ଜୀ, ଆଲିଆ ଭଟ୍ଟ ଏବଂ ରଣବୀର କପୁର ବାବା ମହକାଳଙ୍କ (Baba Mahakal) ଉଜ୍ୱୈନସ୍ଥିତ ମହାକାଳ ମନ୍ଦିରରେ (Ujjain Mahakal Temple) ପହଞ୍ଚିଥିଲେ। ହେଲେ ନିକଟରେ ରଣବୀର କପୁର ଗୋମାଂସ ବାବଦରେ ଦେଇଥିବା ବୟାନ ସୃଷ୍ଟି କରିଥିଲା ବିବାଦ। ସେମାନେ ଉଜ୍ୱୈନ ଗସ୍ତରେ ଆସୁଥିବା ନେଇ ଖବର ପାଇବା ପରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଯାହା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ (Ranbir Kapoor and Alia Bhatt) ବାବା ମହାକାଳଙ୍କ ଦର୍ଶନ କରିପାରି ନଥିଲେ। ଅନ୍ୟପଟେ ବ୍ରହ୍ମାସ୍ତ୍ର ଫିଲ୍ମ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବାବା ମହାକାଳଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। 


ଏହି ଘଟଣାରେ ପ୍ରତିକ୍ରିୟା ରଖି ମଧ୍ୟ ପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ଏନେଇ ମୁଁ ପ୍ରଶାସନ ସହ କଥା ହୋଇଛି। ତାଙ୍କର ମନ୍ଦିର ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲ। ମାତ୍ର ମନ୍ଦିର ଦର୍ଶନ ନ କରିବାକୁ ନିଷ୍ପତ୍ତି ନିଜେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନେଇଥିଲେ। ବିରୋଧ ପ୍ରଦର୍ଶନ କାରଣରୁ ସେମାନେ ହୁଏତ ମନ୍ଦିର ଦର୍ଶନ ନ କରିବାକୁ  ନିଷ୍ପତ୍ତି ନେଇ ଥାଇ ପାରନ୍ତି। ଫିଲ୍ମ ବ୍ରହ୍ମାସ୍ତ୍ର ଟିମ କୁ  ମନ୍ଦିର ଦର୍ଶନରୁ ଅଟକା ଯାଇ ନଥିଲା। ମୁଁ ଆପଣଙ୍କୁ କହିବି ଯେ ଆୟାନ୍ ମୁଖାର୍ଜୀଙ୍କ ସମସ୍ତେ ମନ୍ଦିର ଦର୍ଶନ କରିଥିଲେ। ମାତ୍ର ରଣବୀର ଏବଂ ଆଲିଆ ଦର୍ଶନ କରିବାରୁ ଦୂରେଇ ରହୁଥିଲେ। 


Also Read: ରାମ ମନ୍ଦିର ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠାଇଲେ ଦିଗବିଜୟ ସିଂହ, ଜ୍ୟୋତିଷ ପରାମର୍ଶ କେନ୍ଦ୍ର ଖୋଲିବାକୁ କହିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ


ପରାମର୍ଶ ଦେଇ ମନ୍ତ୍ରୀ ମିଶ୍ରା କହିଛନ୍ତି ଯେ କଳାକାର, ଏପରି ବିବାଦୀୟ ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ, ଯାହା ଲୋକଙ୍କ ଭାବନାକୁ ଆଘାତ ଦେଇଥାଏ। ସେ ଟ୍ୱିଟର ହ୍ୟାଣ୍ଡେଲ ଯୋଗେ ଏକ ଭିଡିଓ ସେୟାର କରି ରହିଛନ୍ତି ଯେ, ଚଳଚ୍ଚିତ୍ର ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମହାକାଳ ଦର୍ଶନ ପାଇଁ ପୂରା ବ୍ୟବସ୍ଥା ଉଜ୍ୱୈନ ପ୍ରଶାସନ (Ujjain Administration) ଦ୍ୱାରା କରାଯାଇଥିଲା। ହେଲେ ପ୍ରଶାସନର ଅନୁରୋଧ ସତ୍ତ୍ୱେ ରଣବୀର ଏବଂ ଆଲିଆ ଦର୍ଶନ ପାଇଁ ଯାଇ ନ ଥିଲେ।