ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ (Kamal Nath) ତାଙ୍କ ଗଡ଼ ଛିନ୍ଦୱାଡ଼ାରେ ସମର୍ଥକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେ ବର୍ତ୍ତମାନ ବିଶ୍ରାମ ଚାହୁଁଛନ୍ତି । କ୍ଷମତା ହରାଇବା ପରେ ଉପନିର୍ବାଚନରେ ମଧ୍ୟ କଂଗ୍ରେସ (Congress) ର ଶୋଚନୀୟ ​​ପରାଜୟରୁ ବ୍ୟାକଫୁଟରେ ଥିବା କମଲନାଥଙ୍କ ଏହି ବୟାନରୁ ତାଙ୍କ ରାଜନୀତିରୁ ଅବସର ନେବାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ଏସବୁ ମଧ୍ୟରେ କମଲନାଥଙ୍କ ଏହି ବୟାନ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) ପ୍ରତିକ୍ରିୟା ରଖିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ଟିକା ଲଗାଇବା ପରେ ହୋଇପାରେ ଏହି ୫ଟି ପାର୍ଶ୍ୱ ପ୍ରତିକ୍ରିୟା, ଚେତାବନୀ ଜାରି କଲେ ଡାକ୍ତର


କମଲନାଥଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ସିଏମ ଶିବରାଜ କହିଛନ୍ତି ଯେ ଆମେ କାହାକୁ ସନ୍ୟାସ କରାଇବୁ ନାହିଁ । ସେ କହିଛନ୍ତି ଯେ ଘରେ ବସିବା କିମ୍ବା ଅବସର ନେବା ତାଙ୍କ ପସନ୍ଦ । ଏହା ତାଙ୍କ ଘରର ବିଷୟ, ଏହା ଭିତରର ମାମଲା । ସେ ଏହାକୁ ନିଜେ ବିଚାର କରିବା ଉଚିତ୍ । ଆରୋପ-ପ୍ରତ୍ୟାରୋପର ପର୍ଯ୍ୟାୟ ତାଙ୍କ ଘରେ ହିଁ ଚାଲିଛି । ଏହାର ଉତ୍ତର ମଧ୍ୟ ସେ ଦିଅନ୍ତୁ ବୋଲି ସିଏମ ଶିବରାଜ କହିଛନ୍ତି ।


ଅଧିକ ପଢ଼ନ୍ତୁ:-ଭୀଷଣ ଯୁଦ୍ଧ ପାଇଁ ସେନା ପାଖରେ ଏବେ ରହିଛି ୧୫ ଦିନର ଗୁଳିଗୋଳା, ଜାଣନ୍ତୁ ଏହାର ଅର୍ଥ...


ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହୁରି କହିଛନ୍ତି ଯେ ସମାଧାନ ବାଟ ବାହାର କରନ୍ତୁ । ଏହା ମୋର ଶୁଭକାମନା । ସୂଚନାଯୋଗ୍ୟ ଯେ, ଛିନ୍ଦୱାଡାରେ ଏକ ସଭାରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ବର୍ତ୍ତମାନ ସେ ବିଶ୍ରାମ ନେବାକୁ ଚାହୁଁଛନ୍ତି ଏବଂ ଛିନ୍ଦୱାଡାର ଲୋକମାନେ ଚାହିଁଲେ ଅବସର ନେବେ । ପଦ ପାଇଁ ଲାଲାୟିତ ନୁହନ୍ତି । ତାଙ୍କ ରାଜନୈତିକ ଜୀବନରେ ଅନେକ କିଛି ହାସଲ କରିଛନ୍ତି ବୋଲି କମଲ ନାଥ କହିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କମଲନାଥ ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଏବଂ କ୍ଷମତା ହରାଇବା ପରେ ବିଧାନସଭାରେ ବିରୋଧୀ ଦଳର ନେତାଙ୍କ ଦାୟିତ୍ୱ ମଧ୍ୟ ତାଙ୍କ ପାଖରେ ରହିଛି ।