ଲକ୍ଷ୍ନୌ: ନିଜର ବୟାନକୁ ନେଇ ଚର୍ଚ୍ଚାର ପରିସର ରହୁଥିବା ଉତ୍ତର ପ୍ରଦେଶ ଉନ୍ନାଓ ଲୋକସଭା ସାଂସଦ ସାକ୍ଷୀ ମହାରାଜ କଂଗ୍ରେସ ବିରୁଦ୍ଧରେ ଏକ ଅଭିଯୋଗ ଆଣିଛନ୍ତି। ଏନେଇ ଟାର୍ଗେଟ କରି ସେ କହିଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ କଂଗ୍ରେସ ମାରିଛି। ଅନେକ ସମୟରେ ଚାଞ୍ଚଲ୍ୟକର ବୟାନବାଜି କରିବା କାରଣରୁ ଗଣମାଧ୍ୟମରେ ଶିରୋନାମା ପାଲଟିଥାନ୍ତି ବିଜେପିର ଏହି ଫାୟରବ୍ରାଣ୍ଡ ନେତା।


COMMERCIAL BREAK
SCROLL TO CONTINUE READING

ଗତ ଶନିବାର ଦେଶବ୍ୟାପୀ ପାଳିତ ହୋଇଥିଲା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତୀ। ଏହି ଦିନ ସାର୍ବଜନୀନ ରାଲିକୁ ସମ୍ବୋଧିନ କରିବା ଅବସରରେ ବିରୋଧି କଂଗ୍ରେସ ବିରୁଦ୍ଧରେ ଅଭିଯୋଗ ଆଣି ବିଜେପି ସାଂସଦ କହିଛନ୍ତି, "ସୁବାଷ ବୋଷଙ୍କୁ କଂଗ୍ରେସ ମାରିଛି। ଗାନ୍ଧୀ ନେହେରୁଙ୍କ ଠାରୁ ନେତାଜୀ ଅଧିକ ଲୋକପ୍ରିୟ ଥିଲେ। ନେତାଜୀଙ୍କ ଲୋକପ୍ରିୟତା ଆଗରେ ଉଭୟ ଗାନ୍ଧୀ-ନେହେରୁ କିଛି ନଥିଲେ। "  


ଚଳିତ ବର୍ଷ ୧୨୫ତମ ନେତାଜୀ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।     


Also Read: ନେତାଜୀ କାହାର?


୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡିଶାର କଟକ ଠାରେ ଜନ୍ମଗ୍ରହଣ କରିଥିଲେ ଭାରତ ବର୍ଷର ଅଦ୍ୱିତୀୟ ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ସ୍ୱାଧିନତା ଲାଗି ସେ ଭାରତରୁ ଆତ୍ମଗୋପନ କରି ସୁଦୂର ସିଙ୍ଗାପୁର ଠାରେ ନିର୍ବାଚିତ ଆଜାଦ ହିନ୍ଦ ଫୌଜ (Azad Hind Fauj) ନାମରେ ଏକ ନିର୍ବାସିତ ସାମରିକ ସରକାର ଗଠନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗଠିତ ହୋଇଥିବା ଏହି ସରକାରର କାର୍ଯ୍ୟକାଳ ୧୯୪୩ ମସିହା ଅକ୍ଟୋବର ୧ ତାରିଖରୁ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲା।  


ସ୍ୱଳ୍ପ ସମୟ ଲାଗି ବିଦେଶରେ ଗଠିତ ହୋଇଥିବା ଭାରତର ପ୍ରଥମ ନିର୍ବାସିତ ସରକାରକୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସାମରିକ ଶକ୍ତିରେ ବଳୀୟାନ ଥିବା ତତ୍କାଳୀନ ନାଜି ଜର୍ମାନୀ, ଜାପାନ ସାମ୍ରାଜ୍ୟ, ଫାଶିବାଦୀ ଇଟାଲୀ, କୋଏସିଆ, ଥାଇଲ୍ୟାଣ୍ଡ, ବର୍ମା, ମାଞ୍ଚୁକୋ, ଫିଲିପାଇନ୍ସ,, କୋରିଆ, ଚୀନ, ଆୟରଲ୍ୟାଣ୍ଡ ପ୍ରଭୃତି ଦେଶ ସ୍ୱୀକୃତି ପ୍ରଦାନ କରିଥିଲେ।  


Also Read: 'ନେତାଜୀ ଜଣେ ସଚ୍ଚା ହିନ୍ଦୁ ଥିଲେ; ହେଲେ ସେ ସବୁ ଧର୍ମକୁ ସମ୍ମାନ କରୁଥଲେ'


 


୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ଥିଲା ଏହି ସରକାରର ଶେଷ ଦିନ। ଏହି ଦିନ ସେତେବେଳର ତାଇପେଇ ଆଜିର ଆଧୁନିକ ତାଇୱାନ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ସୁବାଷ ବୋଷଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପର ଠାରୁ ଆଜି ପର୍ଯ୍ୟନ୍ତ ଚାଲିଆସିଛି। ଭାରତ ସରକାର  ୨୦୧୭ରେ ସୂଚନା ଅଧିକାର ଆଇନ ମାଧ୍ୟମରେ ସ୍ପଷ୍ଟ କରିଥିଲେ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଛି।