ସଦ୍ୟ ଦେଶ ପାଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଡୟନ୍ତୀ। ଚଳିତ ବର୍ଷ ଜାନୁଆରୀ ୨୩ ତାରିଖ ଶୁକ୍ରବାର କୋଲକାତା ଠାରେ ପାଳିତ ହୋଇଥିବା ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।
Trending Photos
ନୂଆଦିଲ୍ଲୀ: ସଦ୍ୟ ଦେଶ ପାଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଡୟନ୍ତୀ। ଏହି କାର୍ଯ୍ୟକ୍ରମ ପାଳନ ଏବେ ଭାରତୀୟ ରାଜନୀତିରେ ଏକ ଉଷ୍ମ ପ୍ରସଙ୍ଗ ଭାବେ ଉଭା ହୋଇଛି। ଚଳିତ ବର୍ଷ ଜାନୁଆରୀ ୨୩ ତାରିଖ ଶୁକ୍ରବାର କୋଲକାତା ଠାରେ ପାଳିତ ହୋଇଥିବା ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।
ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କୋଲକାତା ଠାରେ ପାଳିତ ହୋଇଥିବା ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୌପଚାରିକ ଭାବେ ନିର୍ବାଚନ ବିଗୁଲ ବଜାଇ ସାରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହି ସମାରୋହ ଆୟୋଜନ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି।
ଆସନ୍ତା ଏପ୍ରିଲ-ମେ ମାସରେ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଏହି ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି ଜର୍ମାନୀରେ ଅବସ୍ଥାପିତ ଥିବା ତାଙ୍କ ଝିଅ ଅନିତା ବୋଷ ଫାପଙ୍କ (Anita Bose Pfaff) ବୟାନ।
Also Read: ଦିଦିଙ୍କ ଗଡରେ ମୋଦିଙ୍କ ଭାଷଣ, ମୁଖ୍ୟମନ୍ତ୍ରୀଙ୍କୁ ଜନତାଙ୍କ ବିରୋଧ
ଏନେଇ ସେ କହିଛନ୍ତି "ନେତାଜୀ ଜଣେ ସଚ୍ଚା ହିନ୍ଦୁ ଥିଲେ ହେଲେ ସେ ସବୁ ଧର୍ମକୁ ସମ୍ମାନ କରୁଥଲେ। ନିଜେ ଗଠନ କରିଥିବା ଭାରତୀୟ ଜାତୀୟ ବାହିନୀରେ ସାମିଲ ଥିବା ସୈନିକ, ପରିବାରବର୍ଗ ଏବଂ ନିଜ ବନ୍ଧୁଙ୍କ ଦ୍ୱାରା ସେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। "
Message by Prof. Dr. Anita Bose Pfaff, daughter of Netaji Subhas Chandra Bose on the occasion of #ParakramDiwas Diwas (Part 1) #Indien pic.twitter.com/9wKUS8rJE2
— India in Munich (@cgmunich) January 23, 2021
ନେତାଜୀ ସୁବାଷ ବୋଷଙ୍କ ଝିଅ ଅନିତା ବୋଷଙ୍କ ଏପରି ବୟାନର ଭିଡିଓ ଜର୍ମାନୀର ମ୍ୟୁନିକ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି।
Message by Prof. Dr. Anita Bose Pfaff, daughter of Netaji Subhas Chandra Bose on the occasion of #ParakramDiwas Diwas (Part 2) #Indien pic.twitter.com/3ALLukdtKM
— India in Munich (@cgmunich) January 23, 2021
ଏହା ସହିତ ସେ ଆହୁରି କହିଛନ୍ତି ବାପା ତାଙ୍କ ଜୀବନରେ ଏକତା,ସହନଶୀଳତାକୁ ସମର୍ଥନ କରିବା ସ୍ୱୀକାର କରିଥିଲେ। ସେ କଥାକୁ କାମରେ ପରିଣତ କରିବାର ଜଣେ ମଣିଷ ଥିଲ। ସେ ଆଧୁନିକ ଭାରତର ପରିକଳ୍ପନା କରିଥିଲେ। ଏପରିକି ସେ ଭାରତୀୟ ଇତିହାସ, ଦର୍ଶନ, ଧାର୍ମିକ ବିଶ୍ୱାସକୁ ଗ୍ରହଣ କରିଥିଲେ। ଆମେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର।
Also Read: ନେତାଜୀ ଅନ୍ତରାଜ୍ୟ ବସ ଟର୍ମିନସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଥିବା ଏହି ରାଜ୍ୟର ଶାସନ ଗାଦି ଦଖଲ କରିବାକୁ ଜାତୀୟ ତଥା ଆଞ୍ଚଳିକ ଦଳ ଲକ୍ଷ୍ୟ ରଖିଛନ୍ତି। ଏହି ତାଲିକାରେ ସର୍ବାଗ୍ରେ ଅଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ରାଜ୍ୟରେ ୧୦ ବର୍ଷ ଧରି ଶାସନ କରୁଥିବା ଟିଏମସି।
ମିଶନ ପୂର୍ବୋଦୟ ମାଧ୍ୟମରେ ପୂର୍ବ ଭାରତକୁ ଦଖଲ କରିବାକୁ ଯୋଜନା କରିଛି ଶାସକ ବିଜେପି। ଏଥିଲାଗି ଦଳର ମଙ୍ଗୁଆଳଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହିଁ ଏବେ ପଶ୍ଚିମବଙ୍ଗ ଉପରେ ରହିଛି। ନେତାଜୀ ଜୟନ୍ତୀ ହେଉ କିମ୍ବା ଦୁର୍ଗାପୂଜା ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜେପି ନେତା ପଶ୍ଚିମବଙ୍ଗ ଅଭିଯାନକୁ ଜୋରଦାର କରିଛନ୍ତି। ଏହାକୁ ଅନେକାଂଶରେ କାର୍ଯ୍ୟକାରି କରିବାରେ ମଧ୍ୟ ଦଳକୁ ସଫଳତା ମିଳିଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ରାଜ୍ୟର ୧୮ଟି ଲୋକସଭା ଆସନ ଗ୍ରହଣ କରିବା ସହ ଦଳୀୟ ବିଜୟ ରଥକୁ ସାଥିରେ ନେଇ ଆଗକୁ ମାଡିଚାଲିଛି ବିଜେପି।