ସଭାପତିଙ୍କ ଦୃଢ଼ୋକ୍ତି- ବିଜେପି ଲଢ଼ିବ ଏକାକୀ
Advertisement

ସଭାପତିଙ୍କ ଦୃଢ଼ୋକ୍ତି- ବିଜେପି ଲଢ଼ିବ ଏକାକୀ

ମନମୋହନ କହିଛନ୍ତି, ‘ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ି। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଓଡ଼ିଶାର ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ’। 

ସଭାପତିଙ୍କ ଦୃଢ଼ୋକ୍ତି- ବିଜେପି ଲଢ଼ିବ ଏକାକୀ

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲ ପୁଣିଥରେ ନିଜ ମତକୁ ଦୋହରାଇଛନ୍ତି।  ଓଡ଼ିଶାରେ କାହା ସହ ମିଶିକରି ନୁହେଁ ବିଜେପି ଏକୁଟିଆ ନିର୍ବାଚନ ଲଢ଼ିବ ଏବଂ ଜିତିବ। ଏହା ସହ ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଓଡ଼ିଶା ଫେରିବା ପରେ ଶ୍ରୀ ସାମଲ ଏହା କହି ବିଜେପି କର୍ମୀ ଓ ନେତାଙ୍କ ମଧ୍ୟ ଆଶା ସଞ୍ଚାର କରିଛନ୍ତି। ଆସନ୍ତା କାଲି ରାଜ୍ୟର ନିର୍ବାଚନ କମିଟି ବୈଠକ ବସିବ। ସବୁ ଆସନରେ କିପରି ନିର୍ବାଚନ ହେବ ଏବଂ କିଏ ପ୍ରାର୍ଥୀ ହେବେ ସେ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି। 

ମନମୋହନ କହିଛନ୍ତି, ‘ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ି। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଓଡ଼ିଶାର ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ’। 

୨୦୦୯ ମସିହାରେ ଯେଉଁପରି ଭାବେ ବିଜପି ମେଣ୍ଟ ପାଇଁ ବ୍ୟାକୁଳ ହେଉଥିଲା ଏବଂ କେନ୍ଦ୍ରୀୟ ନେତାମାନେ ନବୀନ ନିବାସରେ ଡେରା ପକାଇ ନବୀନଙ୍କଠାରୁ ନିରାଶ ହୋଇଥିଲେ ତାହା ଏଠାରେ ସ୍ମରଣୀୟ ହୋଇଛି। ଖାଲି ସେତିକି ନୁହେଁ, ଯଦି ମେଣ୍ଟ ପ୍ରସଙ୍ଗରେ ବିଜେପି ସଭାପତିଙ୍କ ବୟାନ କାଏମ ରହେ ତେବେ ଯେଉଁଭଳି ଭାବେ ବିଜେପି ନେତାଙ୍କୁ ସେତେବଳେ  ଭୁବନେଶ୍ୱରରୁ ପଡ଼ିଥିଲା ଠିକ୍‍ ସେହିଭଳି ଏବେ ବିଜେଡିକୁ ଠୋକର ଖାଇବାକୁ ପଡ଼ିବ। କାରଣ ନିଜର ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ବିଜେଡି ଏବେ ମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହୋଇଥିଲା। 

ଶ୍ରୀ ସାମଲ ଭୁବନେଶ୍ୱରଠାରେ କହିଛନ୍ତି, ‘କେନ୍ଦ୍ରରେ ତୃତୀୟ ଥର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ କରିବ’ । ଓଡ଼ିଶା ଅସ୍ମିତାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ଏବଂ ବିଜୟ ମନ୍ତ୍ର ଗ୍ରଅହଣ କରିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଅପରାହ୍ନରେ ନିର୍ବାଚନ କମିଟି ବସି ସବିଶେଷ ରିପୋର୍ଟ କେନ୍ଦ୍ରୀୟ ବିଜେପି ନେତାଙ୍କ ନିକଟକୁ ପଠାଯିବାର ସୂଚନା ରହିଛି। 

ଗଲା କିଛିଦିନ ହେଲା ଓଡ଼ିଶାର ପ୍ରଭାରୀ ଏବଂ ସଭାପତି ଦିଲ୍ଲୀରେ ଡେରା ପକାଇବା, ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଗଣମାଧ୍ୟମରେ ମେଣ୍ଟ ଚର୍ଚ୍ଚାକୁ ଖୋରାକି ଯୋଗାଇଥିଲା। ଖାଲି ସେତିକି ନୁହେଁ, ବିଜେଡିର ରଣନୀତିକାର ଏବଂ ସାଂଗଠନିକ ସମ୍ପାଦକ ମଧ୍ୟ ଦିଲ୍ଲୀ ଯିବା ପରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ମନମୋହନ ଆରମ୍ଭରୁ ଏ ବିଷୟକୁ ଖଣ୍ଡନ କରି ଆସିଛନ୍ତି। ଆଜି ଭୁବନେଶ୍ୱର ଆସିବା ପରେ ତାଙ୍କର ଦୃଢ଼ୋକ୍ତି ମେଣ୍ଟ ଚର୍ଚ୍ଚାକୁ ପାଣିଫୋଟକା ଭଳି ଫୁଟାଇଥିବା ନେଇ ମଧ୍ୟ ଆଲୋଚନା ହେଲାଣି। 

କିନ୍ତ ରାଜନୀତିକ ପଣ୍ଡିତଙ୍କ ମତରେ ଓଡ଼ିଶା ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାହା କହିୀବା ମୁସ୍କିଲ୍‍ । ଯେହେତୁ କେନ୍ଦ୍ରୀୟ ନେତୃତ୍ୱ ବା ବିଜେଡିର ହାଇକମାଣ୍ଡ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି, ଏଣୁ ଚର୍ଚ୍ଚା ଥମିବ ନାହିଁ। ଅର୍ଥାତ୍‍ ପ୍ରାର୍ଥୀପତ୍ର ଘୋଷଣା ନହେବା ଯାଏ ଏହି ଅଧ୍ୟାୟର ଯବନୀକା ପଡ଼ିବା ସମ୍ଭବ ନୁହେଁ।

Also Read- ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Also Read- ବଢିଲା ସର୍ବନିମ୍ନ ମଜୁରୀ, ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି