KCR New Political Party: ୨୦୨୪ରେ ଖେଳ ବିଗାଡ଼ିବ ମୁଖ୍ୟମନ୍ତ୍ରୀଙ୍କ '୧୭୮' ସଂଖ୍ୟା, ଜାଣନ୍ତୁ କଣ ଏହି ୧୭୮
Advertisement
Article Detail0/zeeodisha/odisha1350450

KCR New Political Party: ୨୦୨୪ରେ ଖେଳ ବିଗାଡ଼ିବ ମୁଖ୍ୟମନ୍ତ୍ରୀଙ୍କ '୧୭୮' ସଂଖ୍ୟା, ଜାଣନ୍ତୁ କଣ ଏହି ୧୭୮

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି।  ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଅର୍ଥଶାସ୍ତ୍ର ଓ ବିଶେଷଜ୍ଞଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

KCR New Political Party: ୨୦୨୪ରେ ଖେଳ ବିଗାଡ଼ିବ ମୁଖ୍ୟମନ୍ତ୍ରୀଙ୍କ '୧୭୮' ସଂଖ୍ୟା, ଜାଣନ୍ତୁ କଣ ଏହି ୧୭୮

KCR New Political Party:  ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ ଗତ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୨୦୨୪ରେ ମୋଦିଙ୍କୁ କଡ଼ା ଟକ୍କର ଦେବ ଦକ୍ଷିଣ ଭାରତର ଏକ ଜାତୀୟ ଦଳ। ଯାହାର ଘୋଷଣା କରିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। 

କେସିଆର କହିଛନ୍ତି ଯେ ଏକ ଜାତୀୟ ଦଳ ଖୁବଶୀଘ୍ର ଗଠନ କରାଯିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ଦଳ ଗଠନ ହେବ। ବିରୋଧୀଙ୍କୁ ଏକଜୁଟ କରିବା ସହିତ ମୋଦିଙ୍କ ବିରୋଧରେ ଏକଜୁଟ ହୋଇ ନିର୍ବାଚନ ଲଢିବୁ। ଏନେଇ ସେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। କେସିଆର ବର୍ତ୍ତମାନ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ୨୦୨୪ ନିର୍ବାଚନ ପୂର୍ବରୁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। କେସିଆରଙ୍କର ଏହି ଇଚ୍ଛା ଆଗାମୀ ସମୟରେ କେଉଁ ରଙ୍ଗ ଦେଖାଇବ ତାହା ତ କେବଳ ସମୟ କହିବ।  କିନ୍ତୁ ଏହା ସ୍ପଷ୍ଟ ଯେ ଏହା ପୂର୍ବରୁ ଦକ୍ଷିଣ ଭାରତର କୌଣସି ନେତା ଏଭଳି ଜାତୀୟ ଯୋଜନା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଲୋଚନା କରିନାହାଁନ୍ତି। ଏଭଳି ପରିସ୍ଥିତିରେ ଯଦି ୨୦୨୪ ଲୋକସଭା ନିର୍ବାଚନରେ ​​କେସିଆର ନିଜର ପ୍ରଭାବ ବିସ୍ତାର କରନ୍ତି, ତେବେ ଏହା ଭାରତୀୟ ରାଜନୀତିରେ ଏକ ଐତିହାସିକ ଘଟଣା ହେବ।

ଗତ ରବିବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦ୍ୱାରା ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି।  ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଅର୍ଥଶାସ୍ତ୍ର ଓ ବିଶେଷଜ୍ଞଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ଦଳ ଏପ୍ରିଲରେ ଏହାର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏକ ସଂକଳ୍ପ ପାରିତ କରିଥିଲା ​​ଯେ ଦେଶର ବୃହତ ସ୍ୱାର୍ଥରେ ଦଳ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏଥିରୁ ସ୍ପଷ୍ଟ ଯେ କେସିଆର ବର୍ତ୍ତମାନ ତେଲେଙ୍ଗାନା ରାଜନୀତିରୁ ବାହାରି ଜାତୀୟ ରାଜନୀତିରେ ନିଜର ଆଭିମୁଖ୍ୟ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏହା ପୂର୍ବରୁ ଚେଷ୍ଟା କରି ଆସୁଛନ୍ତି। ଏଥିରେ ଶରଦ ପାୱାର, ଉଦ୍ଧବ ଠାକରେ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତାମାନେ ବିରୋଧୀ ଏକତା ପାଇଁ ସାକ୍ଷାତ କରିଛନ୍ତି। କ୍ରମାଗତ ଭାବେ ମୋଦି ସରକାରଙ୍କୁ ସମାଲୋଟନା କରି ଆସୁଛନ୍ତି କେସିଆର। କିନ୍ତୁ ଯଦି ଦକ୍ଷିଣ ଭାରତର ରାଜନୈତିକ ଇତିହାସ ଦେଖାଯାଏ, ତେବେ ଏପର୍ଯ୍ୟନ୍ତ କୌଣସି ଦଳ ଏହି ପର୍ଯ୍ୟାୟରେ ପାଦ ରଖିନାହାନ୍ତି।

ତେବେ ଯଦି ଆସନ ଗଣିତ ଦେଖାଯାଏ ତେବେ ଦକ୍ଷିଣ ଭାରତରେ ମୋଟ ୧୭୮ଟି ଲୋକସଭା ଆସନ ରହିଛି। ଯାହା ମୋଟ ୫୪୫ଟି ଆସନର ପାଖାପାଖି ଏକ ତୃତୀୟାଂଶ। ଏଭଳି ସ୍ଥିତିରେ ଯଦି କୌଣସି ଦଳ ୧୭୮ ଆସନରୁ ୧୦୦ ଆସନରେ ବିଜୟ ଲାଭ କରିବାର କ୍ଷମତା ରଖୁଛି, ତେବେ ଉକ୍ତ ରାଜନୈତିକ ଦଳକୁ ଜାତୀୟ ରାଜନୀତିରେ ଦବଦବା ରଖିବାରେ କେହି ଅଟକାଇ ପାରିବେ ନାହିଁ।କିନ୍ତୁ ସ୍ୱାଧୀନତା ପରେ ଇତିହାସକୁ ଦେଖିଲେ ପ୍ରାରମ୍ଭରେ ଦକ୍ଷିଣ ଭାରତର ତାମିଲନାଡ଼଼ୁ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଅବିଭକ୍ତ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଦବଦବା ରଖିଥିଲା। ଏବା ପରେ କେରଳରେ କମ୍ୟୁନିଷ୍ଟ ଦଳଗୁଡ଼ିକ ନିଜର ଦବଦବା ଦେଖାଇବା ସହିତ କ୍ଷମତାରୁ କଂଗ୍ରେସକୁ ଗାଦିଚ୍ୟୁତ କରିଥିଲା। କିନ୍ତୁ ଏପରି କରିବା କ୍ଷେତ୍ରରେ କମ୍ୟୁନିଷ୍ଟ ଦଳ ଏକ ମାତ୍ର ଦଳ ହୋଇ ରହିଗଲା। 

ଆସନ ଦୃଷ୍ଟିରୁ ତେଲଙ୍ଗାନାରେ ୧୭ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶରେ ୨୫ଟି, କର୍ଣ୍ଣାଟକରେ ୨୮ଟି, ତାମିଲନାଡ଼ୁରେ ୩୯ଟି, କେରଳରେ ୨୦ଟି, ମହାରାଷ୍ଟ୍ରରେ ୪୮ଟି ଓ ପଣ୍ଡିଚେରିରେ ଗୋଟିଏ ଲୋକସଭା ଆସନ ରହିଛି। 

ଅନ୍ୟାନ୍ୟ ରାଜ୍ୟ ଗୁଡ଼ିକରେ ଭାଷା ଏବଂ ଆଞ୍ଚଳିକ ବାଦ ଆଧାରରେ ଆଞ୍ଚଳିକ ଦଳଗୁଡିକ ଜନ୍ମ ନେଇଥିଲେ। ଡିଏମକେ, ଏଆଇଏଡିଏମକେ ତାମିଲନାଡୁରେ କଂଗ୍ରେସକୁ କ୍ଷମତାରୁ ହଟାଇ ଦେଇଥିଲା କିନ୍ତୁ ତାହା ମଧ୍ୟ ତାମିଲନାଡୁରେ ସୀମିତ ରହିଥିଲା। ସେହିଭଳି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କେବଳ ତେଲୁଗୁ ଦେଶମ ପାର୍ଟି, YSR କଂଗ୍ରେସ, ଟିଆରଏସ ପରି ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କର କ୍ଷମତାକୁ ବୃଦ୍ଧି କରିଥିଲେ। ସେହିଭଳି କର୍ଣ୍ଣାଟକରେ ଜେଡି (ଏସ) କଂଗ୍ରେସ, ବିଜେପି ପରେ ତୃତୀୟ ଶକ୍ତିଶାଳୀ ଦଳଭାବେ ଉଭା ହୋଇଥିଲା। କିନ୍ତୁ ତାହା ମଧ୍ୟ କର୍ଣ୍ଣାଟକରେ ସୀମିତ ରହିଯାଇଥିଲା। ମହାରାଷ୍ଟ୍ରର ଏନସିପି ଏବଂ ଶିବସେନାଙ୍କ ଅବସ୍ଥା ମଧ୍ୟ ସମାନ। ତେବେ ଏହି ଦଳ ଗୁଡ଼ିକ ନିଜ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକରେ ଦବଦବା ଦେଖାଇ ପାରିନଥିଲେ। 

ସେପଟେ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ଡିଏମକେ, ଏଆଇଡିଏମକେ, ତେଲୁଗୁ ଦେଶମ ପାର୍ଟି, ଏନସିପି ଓ ଶିବସେନା କେନ୍ଦ୍ରରେ ସରକାର ଗଢିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। କିନ୍ତୁ ସେତେଟା ପ୍ରଭାବ ପକାଇବାରେ ବିଫଳ ହେଉଛନ୍ତି। ଗୋଟିଏ ଥର ଏଆଇଡିଏମକେ ନେତ୍ରୀ ଜୟଲଳିତା ୧୯୯୯ ମସିହାରେ ବାଜପେୟୀ ନେତୃତ୍ୱାଧୀନ ଏନଡିଏ ସରକାର ଭାଙ୍ଗିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ସେହିସମୟରେ ଏହି ଦବଦବା କେବଳ ଆସନ ଗଣିତ ମଧ୍ୟରେ ସୀମିତ ରହିଯାଇଥିଲା।