ଦଶନ୍ଧି ପରେ ଦରିଆ ଡେଇଁଲେ ମୁଖ୍ୟମନ୍ତ୍ରୀ, ବିଦେଶରେ ରଚିବେ ଏହି ଇତିହାସ
Advertisement

ଦଶନ୍ଧି ପରେ ଦରିଆ ଡେଇଁଲେ ମୁଖ୍ୟମନ୍ତ୍ରୀ, ବିଦେଶରେ ରଚିବେ ଏହି ଇତିହାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ଦୁଇ ରାତି ରହିବା ପରେ ଅର୍ଥାତ ୨୦ ତାରିଖରେ ଇଟାଲୀ ଗସ୍ତ କରିଛନ୍ତି। ଇଟାଲୀର ରୋମ ସହରରେ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ (delegation team) ମଧ୍ୟ ବିଦେଶ ଗସ୍ତ କରିଛନ୍ତି ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଦେଶ ଗସ୍ତ କରିଛନ୍ତି । ସୋମବାର ସକାଳେ ସେ ଦିଲ୍ଲୀ ବିମାନବନ୍ଦରରୁ ଇଟାଲୀ ଅଭିମୁଖେ ଉଡାଣ ଭରିଛନ୍ତି। ଗତ ୨୨ ବର୍ଷ ମଧ୍ୟରେ ଏହା ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଇଟାଲୀ, ରୋମ ସହର ସହ ଦୁବାଇ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଦ୍ୱିତୀୟ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ଏକ ଇତିହାସ ରଚିବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ଦୁଇ ରାତି ରହିବା ପରେ ଅର୍ଥାତ ୨୦ ତାରିଖରେ ଇଟାଲୀ ଗସ୍ତ କରିଛନ୍ତି। ଇଟାଲୀର ରୋମ ସହରରେ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ (delegation team) ମଧ୍ୟ ବିଦେଶ ଗସ୍ତ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର (Chief Secretary Suresh Mohapatra), ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା (5T) ସଚିବ ଭି କେ ପାଣ୍ଡିଆନ୍ (Secretary to CM V K Pandian), ମୁଖ୍ୟ ଶାସନ ସଚିବ ଖାଦ୍ୟ ଏବଂ ସିଭିଲ୍ ସାମଗ୍ରୀ ଭି ଭି ଯାଦବ, ମୁଖ୍ୟ ଶାସନ ସଚିବ ଇଣ୍ଡଷ୍ଟ୍ରିଜ୍ ହେମନ୍ତ ଶର୍ମା, ନୂଆଦିଲ୍ଲୀ ରେ ଥିବା ରେସିଡେଣ୍ଟ କମିଶନର ରବି କାନ୍ତ ପ୍ରମୁଖ ଅଛନ୍ତି। ବିଦେଶ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶନିବାର ସକାଳୁ ପୁରୀ ଗସ୍ତ କରି ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । 

Also Read: Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ

ଜୁନ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ୧୧ ଦିନିଆ ବିଦେଶ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରୋମରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। ସେଥିମଧ୍ୟରୁ ଜାତିସଂଘର  ଖାଦ୍ୟ କାର୍ଯ୍ୟକ୍ରମ (The World Food Programme) ଅନ୍ୟତମ। ଜାତିସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି WFP (The World Food Programme) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ଉପସ୍ଥାପନ କରିବେ। ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ, ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି ସେ ସମ୍ପର୍କରେ WFPକୁ ମୁଖ୍ୟମନ୍ତ୍ରୀ ଅବଗତ କରାଇବେ। ଗତ ଫେବୃଆରୀରେ WFPର କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ। 

ମୁଖ୍ୟମନ୍ତ୍ରୀ ଜୁନ ୨୦ରୁ ଜୁନ୍ ୨୬ ଯାଏ ରୋମରେ ରହିବେ। ଇଟାଲିର ଭାଟିକାନସିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋପ୍ ଫାନ୍ସିସଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ଅଛି। ଯଦି ଏପରି ହୁଏ ତେବେ ନବୀନ, ପୋପଙ୍କୁ ଭେଟିବାରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ। ରୋମରେ ମୁଖ୍ୟମନ୍ତ୍ରୀ, ୟୁରୋପର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଓଡିଆ ପ୍ରତିନିଧି ମଣ୍ଡଳୀଙ୍କୁ ମଧ୍ୟ ଭେଟି ପାରନ୍ତି। ଇଟାଲୀ ପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବେ। ସେଠାରେ ସେ ୫ ଦିନ ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଭାରତ ସରକାର ଏବଂ ଫିଜି ପକ୍ଷରୁ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ।

Also Read: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

୨୬ ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଦୁବାଇରେ ୨୯ ତାରିଖରେ ଓଡ଼ିଶା ସରକାର ଓ ଫିକି ପକ୍ଷରୁ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ଦେଶର ନିବେଶକମାନଙ୍କ ସହ ଆଲୋଚନା କରିବେ। ଓଡ଼ିଶାରେ ନିବେଶକାରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଓଡ଼ିଶାରେ ଖଣି, ଖଣି ଭିତ୍ତିକ ଶିଳ୍ପ, ପେଟ୍ରୋ କେମିକାଲ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ୍‌, ଆପାରେଲ୍‌ ଗାର୍ମେଣ୍ଟସ, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶକଙ୍କ ପାଇଁ ସୁଯୋଗ ରହିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ପ୍ରାୟ ୨ ଘଣ୍ଟା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୩୦ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଓ ସେହିଦିନ ରାତିରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ରହିଛି।