Odisha Politics: ଟିଟଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡ଼ି
Advertisement
Article Detail0/zeeodisha/odisha2076948

Odisha Politics: ଟିଟଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡ଼ି

Titlagarh Assembly Constituency: ଟିଟଲାଗଡ଼ ବିଧାନସଭା ଆସନ ପାଇଁ ବିଜେଡ଼ି ପକ୍ଷରୁ ଦଳୀୟ ସଙ୍ଗଠନରେ କରାଯାଇଛି ନୂନନ ନିଯୁକ୍ତି।

Odisha Politics: ଟିଟଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡ଼ି

BJD Appoints New Observer for Titlagarh AC: ଚଳିତ ବର୍ଷ ରାଜ୍ୟରେ ବିଧାନସଭା ସହ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ବିଭିନ୍ନ ଦଳ ପକ୍ଷରୁ ଦଳୀୟ ସଙ୍ଗଠନକୁ ସଜାଡ଼଼ିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଏପରିକି ଦଳ ପକ୍ଷରୁ ନୂତନ ଦଳୀୟ ସଙ୍ଗଠକଙ୍କୁ ମଧ୍ୟ ନିଯୁକ୍ତ କରାଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ସଙ୍ଗଠନକୁ ବିଭିନ୍ନ ଆସନରେ ସକ୍ରିୟ କରିବାରେ ଲାଗି ପଡ଼ିଛନ୍ତି ବିଭିନ୍ନ ଦଳ।

ଏହି କ୍ରମରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଟିଟଲାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ନୂତନ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଟିଟଲାଗଡ଼ ବିଧାନସଭା ଆସନ ପାଇଁ ଅଜୟ କୁମାର ନାଏକଙ୍କୁ ପର୍ଯ୍ୟବେକ୍ଷକ ଏବଂ ସ୍ନେହାଞ୍ଚଳି ମହାନ୍ତିଙ୍କୁ ସହ ପର୍ଯ୍ୟବେକ୍ଷେକ ଭାବେ ନିଯୁକ୍ତ କରାଯାଇଛି। ସି.ଭୋଲୋମନ ନାୟାରଙ୍କୁ ଟିଟଲାଗଡ଼ ବ୍ଲକ ସହ ପର୍ଯ୍ୟବେକ୍ଷେକ, ଶିଶିର ପରିଜାଙ୍କୁ ଟିଟଲାଗଡ଼ ପୌରପାଳିକା ସହ ପର୍ଯ୍ୟବେକ୍ଷେକ, ଲୋଟସ ଷଡଙ୍ଗୀଙ୍କୁ ସଇଁତଳା ବ୍ଲକ ସହ ପର୍ଯ୍ୟବେକ୍ଷେକ, ଅଶୋକ ଜେନାଙ୍କୁ ଗୁଡଭେଲା ବ୍ଲକ ସହ ପର୍ଯ୍ୟବେକ୍ଷେକ, ଚିରାଗ ସିଂହଦେଓଙ୍କୁ ତୁଷରା ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ପର୍ଯ୍ୟବେକ୍ଷେକ ଭାବେ ନିଯୁକ୍ତ କରିଛି ବିଜେଡ଼ି।