Ashwini Vaishnaw: ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ
Advertisement
Article Detail0/zeeodisha/odisha2109889

Ashwini Vaishnaw: ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ

Ashwini Vaishnaw: ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ (Rajya Sabha candidate) ହେଲେ ଅଶ୍ବିନୀ ବୈଷ୍ଣବ (Railways minister Ashwini Vaishnaw) । ଏନେଇ ଅଶ୍ବିନୀଙ୍କ ନାଁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି। 

Ashwini Vaishnaw: ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ

Ashwini Vaishnaw: ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ (Rajya Sabha candidate) ହେଲେ ଅଶ୍ବିନୀ ବୈଷ୍ଣବ (Railways minister Ashwini Vaishnaw) । ଏନେଇ ଅଶ୍ବିନୀଙ୍କ ନାଁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଗତ ଥର ମଧ୍ୟ ଅଶ୍ବିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଥିବା ବେଳେ ଚଳିତ ଥର ଅର୍ଥାତ୍ ଦ୍ବିତୀୟ ଥର ପାଇଁ ଅଶ୍ବିନୀ ରାଜ୍ୟସଭାକୁ ଯିବେ। ସେହିପରି , ମଧ୍ୟପ୍ରଦେଶରୁ ମଧ୍ୟପ୍ରଦେଶରୁ ଏଲ୍. ମୁଋଗନ୍, ଉମେଶ ମହାରାଜ୍, ମାୟା ନରୋଲିଆ,ବଂଶୀଲାଲ୍ ଗୁରଜର ପ୍ରାର୍ଥୀ ହୋଇଛନ୍ତି। ୨୦୧୯ ଭଳି ଅଶ୍ବିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। 

ALSO READ: Odisha News: ଆନ୍ତର୍ଜାତୀୟ ବଜାରରେ ବଢୁଛି ମିଶନ୍ ଶକ୍ତି ମହିଳାଙ୍କ ହାତ ତିଆରି ସାମଗ୍ରୀର ଚାହିଦା

ସୂଚନା ଅନୁସାରେ, ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ଜାନୁଆରୀ ୮ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଶେଷ ହେବାକୁ ଯାଉଛି। ଏନେଇ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।ସେପଟେ, ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଶେଷ ସୂତ୍ରରୁ ଜଣାପଡି଼ଛି ଯେ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ରେଳବାଇ ଓ ବିଏସଏନଏଲ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।