ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବେତୁକା ବୟାନ, ଏହା କହିଲେ
ରାଜ୍ୟ ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର।
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ଆଉ ୬ ମାାସ ସମୟ ବାକି ରହିଥିବା ବେଳେ ଏବେ ଠାରୁ ରାଜ୍ୟରେ ଅନୁଭୂତ ହୋଇଗଲାଣି ନିର୍ବାଚନ ତାତି। ଏପରିକି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି ଆକଳନ।
ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେପି (BJP) ନେତୃତ୍ୱାଧିନ ଏନଡିଏ ମେଣ୍ଟର (NDA Alliance) ପୂର୍ବତନ ଅଂଶୀଦାର ସୁହଲଦେବ ଭାରତୀୟ ସମାଜ ପାର୍ଟି-ଏସବିଏସପି (Suheldev Bharatiya Samaj Party -SBSP) ଦଳର ସୁପ୍ରିମୋ ତଥା ଉତ୍ତର ପ୍ରଦେଶ (Uttar Pradesh) ସରକାରଙ୍କ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ (Former UP Cabinet Minister) ଓମ ପ୍ରକାଶ ରାଜଭରଙ୍କ (Om Prakash Rajbhar) ବୟାନ।
Also Read: ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା
ଗତ ଶୁକ୍ରବାର ଏସବିଏସପି ସୁପ୍ରିମୋ କହିଥିଲେ ଯଦି ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ (Asaduddin Owaisi) ରାଜ୍ୟର ମତାଦାତା (Uttar Pradesh Voter) କରି ଦିଆଯାଏ ତାହାଲେ ସେ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ (UP Chief Minister) ହୋଇପାରିବେ।
Also Read: Azam Khan: ସମାଜବାଦୀ ପାର୍ଟି ହାତ ଛାଡି ଧରିପାରନ୍ତି AIMIM ହାତ!
ରାଜ୍ୟ ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର (Muslim Community)। ସରକାର ଗଠନରେ ସେମାନଙ୍କ ଭାଗୀଦାରିତା ରହିଛି। ମୁସଲମାନ କାହିଁକି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। କ'ଣ ମୁସଲମାନ ହେବା ପାପ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ରାଜଭର।
Also Read: 'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'
ସବୁବେଳେ ପାକିସ୍ତାନର ଭାଷା କହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ (Former Chief Minister) ମେବବୁବା ମୁଫତିଙ୍କ ସହ ବୁଝାମଣା କରି ବିଜେପି ଜାମ୍ମୁ କାଶ୍ମୀରରେ (Jammu& Kashmir) ସରକାର ଗଠନ କରିଥିଲା। ବର୍ତ୍ତମାନର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Incumbent UP CM) ଯୋଗୀ ଆଦିତ୍ୟନାଥଙ୍କ (Yogi Adityanatah) ନାଁ ନନେଇ କହିଛନ୍ତି ଏସବିଏସପି ସୁପ୍ରିମୋ କହିଛନ୍ତି ଉତ୍ତରାଖଣ୍ଡରୁ ସେ ଆସି ପ୍ରଥମେ ମତଦାତା ଏବଂ ତାପରେ ମୁଖ୍ୟମନ୍ତ୍ରୀ ହେଲେ।