'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'
Advertisement
Article Detail0/zeeodisha/odisha795887

'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'

ଉଭୟ ଟିଆରଏସ-ଏଆଇଏମଆଇଏମ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। 

'ନିଜାମଙ୍କ କବଳରୁ ମୁକ୍ତ ହେବ ହାଇଦ୍ରାବାଦ'

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ-ଜିଏଚଏମସି (GHMC-Greater Hyderabad Municipal Corporation) ନିର୍ବାଚନରେ ବାଜିମାତ କରିବା ଲାଗି ପୁରା ତାକତ ଲଗାଇ ଦେଇଛି ବିଜେପି (BJP) । ଏପରିକି ଦଳର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଦଳ ଲାଗି ପ୍ରଚାର କରିବାକୁ ହାଇଦ୍ରାବାଦରେ ପହଞ୍ଚି ରୋଡ ଶୋ କରିଛନ୍ତି। 

ପ୍ରଥମେ ସହରରେ ଅବସ୍ଥିତ ଭାଗ୍ୟଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନ କରିବା ସହ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଦଳୀୟ ପ୍ରଚାର କରିବା ବେଳେ ରାଜ୍ୟରେ କ୍ଷମତାସୀନ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ (TRS-Telengana Rastra Samiti) ଏବଂ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen) ବିରୁଦ୍ଧରେ ବର୍ଷିଛନ୍ତି ବିଜେପି ଚାଣକ୍ୟ ଶାହ।

Also Read: ଦିଲ୍ଲୀରୁ ନିଖୋଜ ଅମିତ ଶାହା!

 

ଏନେଇ ସେ କହିଛନ୍ତି ଉଭୟ ଟିଆରଏସ-ଏଆଇଏମଆଇଏମ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି। ସେମାନଙ୍କ ସମ୍ପର୍କକୁ ନେଇ ମୋର କୌଣସି ଆପତ୍ତି ନାହିଁ ହେଲେ ଉଭୟ ଦଳ କାହିଁକିଁ ଲୁଚାଛପାରେ ନିଜ ନିଜ ମଧ୍ୟରେ ଭାବପ୍ରୀତି ବଢାଉଛନ୍ତି। କାହିଁକି ଟିଆରଏସ ଖୋଲାଖୋଲି ଭାବେ କହୁନାହିଁ ଏଆଇଏମଆଇଏମ ସହ ଆମର ସମ୍ପର୍କ ରହିଛି। ସର୍ଦ୍ଦାର ପଟେଲଙ୍କ କାରଣରୁ ସ୍ୱାଧିନତା ପରେ ହାଇଦ୍ରାବାଦ ଭାରତୀୟ ସଂଘ ସହ ମିଶିଥିଲା। ହେଲେ ଯେଉଁମାନେ ପାକିସ୍ତାନ ସହ ମିଶିବାକୁ ଚାହୁଁଥିଲେ ସୋମନଙ୍କ ନିଜାମ ସଂସ୍କୃତି କବଳରୁ ହାଇଦ୍ରାବାଦ ସହରକୁ ମୁକ୍ତ କରିବାକୁ ଚାହୁଁଛୁ। 

ଗୃହମନ୍ତ୍ରୀ ଶାହା ଆହୁରି କହିଛନ୍ତି ଟିଆରଏସ-ମଜଲିସ୍ ୧୦୦ ଦିନରେ କାମ କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାର ହିସାବ ହାଇଦ୍ରବାଦ ଜନସାଧାରଣ ମାଗୁଛନ୍ତି। ଯଦି ଆପଣ ୫ ବର୍ଷରେ କିଛି କରିଛନ୍ତି, ତାହେଲେ ଏହାକୁ ସାର୍ବଜନୀଜ କରନ୍ତୁ। ଆମେ ହାଇଦ୍ରାବାଦକୁ ନବାବ, ନିଜାମ ସଂସ୍କୃତିରୁ ମୁକ୍ତ କରିବାକୁ ଚାହୁଁଛୁ। ଆମେ ନିଜାମ ସଂସ୍କୃତିରୁ ମୁକ୍ତ କରି ହାଇଦ୍ରାବାଦକୁ ଏକ ଆଧୁନିକ ସହର କରିବାକୁ ଚାହୁଁଛୁ। ସେ  ହାଇଦ୍ରାବାଦବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଜିଏଚଏମସି ନିର୍ବାଚନରେ ​​ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ପରବର୍ତ୍ତୀ ମେୟର ଆମ ଦଳର ହେବ।

Also Read:ହାଇଦ୍ରାବାଦର ନା' ହେବ ଭାଗ୍ୟନଗର!

 

ପ୍ରଚାର ସମୟରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ (Asaduddin Owaisi) ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ବେଆଇନ ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମୁସଲମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଥା ଉଠିଲେ ସେମାନେ ଚିତ୍କାର କରି ଉଠୁଛନ୍ତି। ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଦେଶରୁ ବାହାରି କରିବା କରିବା ପାଇଁ ବିରୋଧି ଦଳ ଦାବି ଉଠାଇବା ଦରକାର  ଆଉ ଏହା ପରେ ମୁଁ କିଛି କରିବି।

Also Read:କ୍ଷମତା ଲୋଭି ବିଜେପି ! ଟାର୍ଗେଟରେ ନିଜାମ ସହର

 

ହାଇଦ୍ରାବାଦ ଆଇଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଦ୍ୱାରା ବହୁତ ଲାଭବାନ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଯୁବକପିଢିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ଏହା ଭାରତରେ ବିଦେଶୀ ନିବେଶକଙ୍କ ଦ୍ୱାରା ଦେଖାଯାଇଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି। ହାଇଦ୍ରାବାଦ ଏକ ଆଇଟି ହବ୍ ହେବାର ସାମର୍ଥ୍ୟ ରଖିଛି। ଏ ସମ୍ପର୍କିତ ଭିତ୍ତିଭୂମିର ବିକାଶ ମ୍ୟୁନିସିପାଲ କର୍ପୋରେସନ୍ ଦ୍ୱାରା କରିବାକୁ ହେବ। ସେ ଟିଆରଏସ ଏବଂ କଂଗ୍ରେସକୁ ଜିଏଚଏମସି ବିକାଶ ପାଇଁ ସବୁଠୁ ବଡ ପ୍ରତିବନ୍ଧକ ବୋଲି ବର୍ଣ୍ଣନା କରିଛନ୍ତି।

ଜିଏଚଏମସି ନିର୍ବାଚନରେ ବାଜିମାତ କରିବାକୁ ବିଜେପି ପ୍ରାଣୂମୂର୍ଚ୍ଛା ଉଦ୍ୟମ ଚଳାଇଛି। ଏପରିକି ଦଳର ବରିଷ୍ଠ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ​​ବିଜେପିର ସକ୍ରିୟତା ଓୱେସିଙ୍କ ପାଇଁ ଏକ କଠିନ ଆହ୍ୱାନ। ଜିଏଚଏମସିର ମୋଟ ୧୫୦ଟି ୱାର୍ଡ ପାଇଁ ଚଳିତ ବର୍ଷ ଡିସେମ୍ବର ପହିଲାରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ସେହି ମାସ ୪ ତାରିଖରେ ଫଳାପଳ ପ୍ରକାଶ ପାଇବ।