ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା
Advertisement
Article Detail0/zeeodisha/odisha792612

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା

 

ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଜିଏଚଏମସି ଲାଗି ହେବାକୁ ଯାଉଥିବା ନିର୍ବାଚନ ଲାଗି ଦଳୀୟ କରିବାରେ ଲାଗିଛନ୍ତି ଯୁବ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ।

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଅବତାର ହେଉଛନ୍ତି ଓୱେସୀ: ତେଜସ୍ୱୀ ସୂର୍ଯ୍ୟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ (Bihar Assembly Poll 2020)  ​​ଜିତିବା ପରେ ଏବେ ଦକ୍ଷିଣ ଭାରତରେ (South India)ପ୍ରବେଶ ସହ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଯୋଜନା କରିଛି କେନ୍ଦ୍ରରେ କ୍ଷମତାସୀନ ବିଜେପି (BJP)। ଏହି କାରଣରୁ ତେଲେଙ୍ଗାନା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଆଦି ଦାକ୍ଷିଣାତ୍ୟ ରାଜ୍ୟର ବିଜେପି ନେତା ମଧ୍ୟ ଗଣମାଧ୍ୟମର ଶିରୋନାମା ପାଲଟିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଚାଞ୍ଚଲ୍ୟକର ବିବୃତ୍ତି ଦେବାରେ ଲାଗିଛନ୍ତି। 

ଏହିକ୍ରମରେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରୁ ଲୋକସଭା (Bangalore South Lok Sabha)ଆସନର ବିଜେପି ସାଂସଦ (BJP MP) ତେଜସ୍ୱୀ ସୂର୍ଯ୍ୟାଙ୍କ (Tejasvi Surya)ଏକ ବିବୃତ୍ତି ସାମ୍ନାକୁ ଆସିଛି। ଯେଉଁଥିରେ ସେ ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP)ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ-ଏଆଇଏମଆଇଏମ (AIMIM-All India Majlis-e-Ittehadul Muslimeen)ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ (Asaduddin Owaisi)ଟାର୍ଗେଟ କରିଛନ୍ତି।

ଏଆଇଏମଆଇଏମ ମୁଖ୍ୟଙ୍କୁ କଟାକ୍ଷ କରି ବିଜେପି ସାଂସଦ ତାଙ୍କୁ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan)ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ (Muhammad Ali Jinnah)ଅବତାର ବୋଲି ଦର୍ଶାଇଛନ୍ତି। ତେଜସ୍ୱୀ ସୂର୍ଯ୍ୟାଙ୍କ କହିବା ଅନୁସାରେ ଅସାଦୁଦ୍ଦିନ ଓୱେସୀଙ୍କୁ ଭୋଟ୍ ଦେବା ଅର୍ଥ ଭାରତ ବିରୋଧରେ ଭୋଟ୍ ଦେବା। କାରଣ ସେ ବିକାଶ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ | ପୁରୁଣା ହାଇଦ୍ରାବାଦରେ ବିକାଶ କିମ୍ବା ନୂତନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସେ ଅନୁମତି ଦେଇନାହାଁନ୍ତି। ଓୱେସୀ କେବଳ ଗୋଟିଏ ଜିନିଷକୁ ଅନୁମତି ଦେଇଥିଲେ ତାହା ହେଉଛି ରୋହିଙ୍ଗ୍ୟା ମୁସଲମାନ। ହାଇଦ୍ରାବାଦରେ ପ୍ରଚାର କରିବା ଅବସରରେ ଏହା କହିଛି ବିଜେପି ଯୁବ ମୋର୍ଚ୍ଚା (BJP Yuva Morcha)ରାଷ୍ଟ୍ରୀୟ ଅଧ୍ୟକ୍ଷ।

ତେଜସ୍ୱୀ ସୂର୍ଯ୍ୟା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  କେ ଚନ୍ଦ୍ରଶେଖର ରାଓଙ୍କୁ (Telengana CM KCR)ମଧ୍ୟ ଟାର୍ଗେଟ କରି କହିଛନ୍ତି  ସେ ରାଜଧାନୀ ହାଇଦ୍ରାବାଦ ଇସ୍ତାନବୁଲ କରିବାକୁ ଚାହୁଁଛନ୍ତି।  ତୁର୍କୀ ରାଷ୍ଟ୍ରପତି ଭାରତ ବିରୋଧରେ କହୁଛନ୍ତି ଏବଂ କେସିଆର ହାଇଦ୍ରାବାଦକୁ ଏହି ଦେଶର ରାଜଧାନୀ ଇସ୍ତାନବୁଲ କରିବାକୁ ଚାହୁଁଛନ୍ତି। ସେ ଓୱେସିଙ୍କ ସହ ମିଶି ହାଇଦ୍ରାବାଦରେ ପାକିସ୍ତାନ ପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି।

ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଗ୍ରେଟର ହାଇଦ୍ରାବାଦ ନିଗର ନିଗମ-ଜିଏଚଏମସି (GHMC-Greater Hyderabad Municipal Corporation) ଲାଗି ହେବାକୁ ଯାଉଥିବା ନିର୍ବାଚନ ଲାଗି ଦଳୀୟ କରିବାରେ ଲାଗିଛନ୍ତି ଏହି ଯୁବ ବିଜେପି ସାଂସଦ। ପ୍ରତ୍ୟେକ ଭାରତୀୟ ଓୱେସି ଭାଇଙ୍କ ସାମ୍ପ୍ରଦାୟିକ ରାଜନୀତି ବିରୁଦ୍ଧରେ ଠିଆ ହେବା ଆବଶ୍ୟକ। ଯେତେବେଳେ  ଜାତୀୟ ବିପର୍ଯ୍ୟୟ ଘଟେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏନେଇ ତତ୍ପର ହୋଇଉଠନ୍ତି। ହେଲେ ଏବେ ତେଲେଙ୍ଗାନାରେ ଲଢେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ଏବଂ କେସିଆରଙ୍କ ଫାର୍ମହାଉସ ଶାସନ ମଧ୍ୟରେ ଚାଲିଛି। ଆଗାମୀ ଦିନରେ ବିଜେପି ତେଲେଙ୍ଗାନାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର ଗଠନ କରିବ।