Advertisement
Photo Details/zeeodisha/odisha2437681
photoDetails0hindi

Photo Gallery: ଫଟୋ ସହ ତଥ୍ୟରେ ବିଜେପିର ରାଜ୍ୟ ସ୍ତରୀୟ ଉତ୍ସବର ଝଲକ୍

ଆଜି ପୁରୀରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି।

1/8

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ୱାଇଁ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ପୁରୀ ସାଂସଦ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ଜଗତସିଂପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ, ସରକାରୀ ମୁଖ୍ୟ ସଚେତକ  ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ କୁମାର ପଟ୍ଟନାୟକ, ବିଧାୟିକା ବ୍ରହ୍ମଗିରି  ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ

 

2/8

ପୁରୀଠାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆୟୋଜିତ ବିକାଶ ମେଳା ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଗୁଡ଼ିକୁ ବୁଲି ଦେଖୁଛନ୍ତି

3/8

ପ୍ରଦର୍ଶନୀରେ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇଛି। 

4/8

ବୈଠକ ପରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଉପଲକ୍ଷେ ପୁରୀ ନିଳାଚଳ ହାଟ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ବିକାଶ ମେଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। 

5/8

ବିକାଶର ପ୍ରଥମ ପାହାଚ ହେଉଛି ଭିତ୍ତିଭୂମି । ଆମର ନୂଆ ସରକାର ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ପାଇଁ ଅପାର ସୁଯୋଗ ସୃଷ୍ଟି କରିଛି । ଏବେ ନିକଟରେ କେନ୍ଦ୍ର ସରକାର କେବଳ ରେଳ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଓଡ଼ିଶାକୁ ଉପହାର ଦେଇଛନ୍ତି। ରେଳ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇ ସାରିଥିବା ବେଳେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

6/8

ଆମେ କିଭଳି କାମ କରୁଛୁ, ସେକଥା ଲୋକେ କହିବେ ଓ ଲୋକେ ବିଚାର କରିବେ। ତେଣୁ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ନିର୍ଦିଷ୍ଟ ସମୟ ଭିତରେ ପୂରଣ କରିବା ପାଇଁ ପ୍ରଚେଷ୍ଟା କରି ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ କହିଥିଲେ

7/8

ନିଜ ଅଭିଭାଷଣରେ ସିଏମ ମୋହନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଆମେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲୁ। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନର ସୁରକ୍ଷା କରିବା ଆମର ପ୍ରଥମ ପଦକ୍ଷେପ ଥିଲା। ଭକ୍ତଙ୍କ ଭାବାବେଗ ସହିତ ସମ୍ପର୍କିତ ଏହି ନିଷ୍ପତ୍ତି ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରତିବନ୍ଧକ ସବୁକୁ ଦୂର କରିଥିଲା।

8/8

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନତାଙ୍କ ଆଶୀର୍ବାଦରେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ ପୂରଣ ହେବ । ଏହାର ମୂଳଦୁଆ ପ୍ରଥମ ୫ ବର୍ଷରେ ପଡିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇ ସାରିଛି। ବିକଶିତ ଭାରତରେ ଓଡିଶା ନିଶ୍ଚିତ ଭାବରେ ବିକାଶର ରେଳ ଗାଡିରେ ପ୍ରଥମ ବଗି ହେବ।