BJP Sankalp Patra: ଲୋକସଭା ନିର୍ବାଚନ ପାଇଁ ରବିବାର ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି ।
Trending Photos
BJP Sankalp Patra: ବିଜେପି ମୁଖ୍ୟାଳୟରେ ‘ସଂକଳ୍ପ ପତ୍ର’ (Sankalp Patra) ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ମସିହା ନିର୍ବାଚନ ନିମନ୍ତେ ବିଜେପିର ସଙ୍କଳ୍ପ ପତ୍ରରେ ଫୋକସରେ ରହିଛି GYAN। ଏହା ମଧ୍ୟରେ G 'Gareeb' (poor), ଗରୀବ, Y Yuva' (youth), ଯୁବବର୍ଗ, A 'Annadaata' (farmers) ଅନ୍ନଦାତ ଓ 'Nari' (women) ନାରୀଙ୍କୁ ସୂଚାଉଛି।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ରବିବାର ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । 'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖାସ୍ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ଇସ୍ତାରରେ କ’ଣ ସବୁ ଘୋଷଣା କରିଛି ବିଜେପି?
ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ନୂଆ ଦେଶ ଫୁଲ୍ ରେସ୍ରେ ଦୌଡୁଛି। ଏହାକୁ ରୋକିବା ଅସମ୍ଭବ । ଚନ୍ଦ୍ରଯାନର ସଫଳତା ପରେ ଦେଶବାସୀ ଗଗନଯାନର ସଫଳତା ଦେଖିବେ । ଦେଶବାସୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ସଙ୍କଳ୍ପ ପତ୍ର ଆଣିଛୁ। ଏହି ସଙ୍କଳ୍ପ ପତ୍ରକୁ ଲାଗୁ କରିବାକୁ, ଦେଶକୁ ଆହୁରି ଆଗକୁ ନେବାକୁ ଆମକୁ ଦେଶବାସୀଙ୍କ ଆଶୀର୍ବାଦ ଲୋଡ଼ା’।