ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ
Advertisement
Article Detail0/zeeodisha/odisha2268782

ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ

ବିଜେଡିର ୨୫ ବର୍ଷର ଶାସନରେ ଓଡ଼ିଶାବାସୀ ଫୁଲଷ୍ଟପ୍‌ ଲଗାଇବେ । ଜୁନ ୧୦ରେ ଓଡ଼ିଶା ମାଟିର ଓଡ଼ିଆ କହୁଥିବା ପୁଅ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ

PM Modi Odisha Visit: ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନସଭାରେ ଲୋକଙ୍କୁ ସମ୍ୱୋଧନ କରି ପିଏମ ମୋଦୀ କହିଥିଲେ ଯେ, ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦୋଖିବାକୁ ମିଳିଛି । ତୃତୀୟ ଥର ପାଇଁ ମୋଦୀ ସରକାର ବନିବା ନିଶ୍ଚିତ ହୋଇସାରିଛି । ଆଜି ଓଡ଼ିଶା ଲୋକେ ମୋଦୀ ଗ୍ୟାରେଣ୍ଟି ଚାହୁଁଛନ୍ତି । ଏଥିସହ ଦୁଇଥର ପଦ୍ମ ଏବଂ ଦୁଇ ଗୁଣ ବିକାଶ କଥା କହି ପ୍ରଧାନମନ୍ତ୍ରୀ ବାରିପଦା ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରିଛନ୍ତି ।

ମୟୁରଭଞ୍ଜ ମାଟି କଥା କହି ପିଏମ ମୋଦୀ କହିଥିଲେ ଯେ, ଏହା ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ । ଏଠାରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି । ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା ଏବଂ ଆମ ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ ବୋଲି ପିଏମ ମୋଦୀ ମତବ୍ୟକ୍ତ କରିଥିଲେ । ଏଥିସହ ସରକାରୀ ଯୋଜନା ସମ୍ପର୍କରେ ସଭାରେ କହିଥିଲେ ପିଏମ ମୋଦୀ । ବିଜେପି ସରକାର ଆଉଥରେ ଆସିବ ବୋଲି ପୁରା ଦେଶ ନିଷ୍ପତ୍ତି ନେଇ ସାରିଛି । ବର୍ତ୍ତମାନ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ଆଗାମି ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଜେଡିର ୨୫ ବର୍ଷର ଶାସନରେ ଓଡ଼ିଶାବାସୀ ଫୁଲଷ୍ଟପ୍‌ ଲଗାଇବେ । ଜୁନ ୧୦ରେ ଓଡ଼ିଶା ମାଟିର ଓଡ଼ିଆ କହୁଥିବା ପୁଅ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବାରିପଦା ପରେ ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ମୋଦୀଙ୍କ କାର୍ଯ୍ୟକ୍ରମ ରହିଛି ।

Also Read- ଦଳ ବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପିରୁ ବହିଷ୍କୃତ ହେଲେ ହିମାଂଶୁ ସାହୁ

Also Read- ଏସସିବି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟରେ ଯୋଡିହେବ ଅଣ୍ଡା ଓ ମାଛ ତରକାରୀ