ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଜଣେ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧି। ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଏନେଇ ସିଧାସଳଖ ଶାସକ ବିଜେଡି ଏବଂ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ଏ ପ୍ରସଙ୍ଗରେ ଟାର୍ଗେଟ କରିଛି। 


COMMERCIAL BREAK
SCROLL TO CONTINUE READING

ବିଜେଡି ଏଠି ପଶ୍ଚିମବଙ୍ଗ ଭଳି ଶାସନ କରୁଛି ବୋଲି ଦଳ ଅଭିଯୋଗ କରିଛି। ନୃତ୍ତାଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ହେଉଥିବା କଥା ଉଠାଇବାର ଏହା ହେଉଛି ପରିଣତି। ଏହା ଘୃଣ୍ୟ ଓ ନିନ୍ଦନୀୟ ଘଟଣା ବୋଲି ଦଳ କହିଛି। ଶାସକ ଦଳ ଲୋକ ପଠେଇ ମାରୁଛି ଆଉ ଏପଟେ ଧରିବୁ ବୋଲି କହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ୨୦୧୮ରେ ବିଜେପିର ବିକାଶ ଜେନାଙ୍କୁ ହତ୍ୟା କରାଗଲା। ଏ ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ହୋଇନାହାନ୍ତି। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି। ଏପରିକି ପ୍ରତି ଗାଁରେ କିଏ ବଡ ବଡିଆ ବିଜେଡି ନେତା ପ୍ରଧାନମନ୍ତ୍ରୀ ଆବାସ ହାତେଇଛନ୍ତି, ତାହାର ତାଲିକା ପ୍ରତି ଗାଁରେ ମରାଯିବ, କିଏ କଣ କରିବ ତାହା ଦେଖାଯିବ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। 


ସେପଟେ କଂଗ୍ରେସ ମଧ୍ୟ ହତ୍ୟାକାଣ୍ଡକୁ ନିନ୍ଦା କରିଛି। ରାଜ୍ୟରେ ନାରୀ ନିର୍ଯ୍ୟାତନ ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢିଚାଲିଛି। ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି। ତାଙ୍କ ଦଳର ଲୋକଙ୍କ ସହ ମଧ୍ୟ ଏହା ଘଟିପାରେ। ରାଜନୈତିକ ହତ୍ୟାକୁ ଯଦି ଉତ୍ସାହିତ କରାଯାଏ ତାହେଲେ ଏହା ବ୍ୟାପିଯିବ। କୌଣସି ଦୁର୍ବଳ ମନା ଅସାମାଜିକ ଲୋକ ଏହା କରିଛନ୍ତି।


Also Read: ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କୁ ଜବାବ ଦେଲେ ଆଇନ ମନ୍ତ୍ରୀ, କହିଲେ-ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ...


 ସେମାନଙ୍କ ରାଜନୀତି କରିବାର ଅଧିକାର ନାହିଁ। ସେଠାକାର ଲୋକ ଏହାର ଉଚିତ ଜବାବ ଦେବେ ବୋଲି ପିସିସି ସଭାପତି କହିଛନ୍ତି। ଦୋଷୀ ଯେକୌଣସି ଦଳର ହୁଅନ୍ତୁନା କାହିଁକି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି କଂଗ୍ରେସ।


Also Read: ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିରୋଧି


 


ସେପଟେ ବିଜେପି ନେତାଙ୍କ ହତ୍ୟା ମାମଲାରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ନିଜର ମତ ରଖିଛନ୍ତି। କୁଳମଣି ବରାଳ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ। ତାଙ୍କ ହତ୍ୟାକୁ ଯେତିକି ନିନ୍ଦା କଲେ କମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଦୋଷୀ କିପରି ଗିରଫ ହେବ ସେ ନିଜେ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ବିଜେପି ରାଜ୍ୟରେ ବିରୋଧି ଦଳ ଭାବେ ଥିବାରୁ ଏ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କରିବା ସ୍ୱାଭାବିକ। ହେଲେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ସରପଞ୍ଚଙ୍କ ସ୍ୱାମୀ। ସେ ତାଙ୍କୁ ପୂର୍ବରୁ ଦେଖା କରିଛନ୍ତି ହେଲେ ହତ୍ୟା ପୂର୍ବରୁ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କ ସହିତ ଆଇନ ମନ୍ତ୍ରୀଙ୍କ ଫଟୋ ରହିବା ସ୍ୱାଭାବିକ ବୋଲି ପ୍ରତାପ ଜେନା କହିଛନ୍ତି। ପଶ୍ଚିମବଙ୍ଗ ଭଳି ଓଡିଶାରେ ରାଜନୈତିକ ହିଂସା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଜେନା।