ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡିରେ ସାଙ୍ଗଠନିକ ପରିବର୍ତ୍ତନ: କିଏ ପାଇଛନ୍ତି କ'ଣ
Advertisement

ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡିରେ ସାଙ୍ଗଠନିକ ପରିବର୍ତ୍ତନ: କିଏ ପାଇଛନ୍ତି କ'ଣ

କେନ୍ଦ୍ରାପଡା ଜିଲ୍ଲା ପାଇଁ ୫ ଜଣ ମୋର୍ଚ୍ଚା ମୁଖ୍ୟ, ୫ ଜଣ ଉପ-ସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୪ ଜଣ ସମ୍ପାଦକ ଓ ଜଣେ  କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିଛନ୍ତି। 

Naveen Pattnaik BJD Zee Odisha.TV

ଭୁବନେଶ୍ୱର: ବିଜୁ ଜନତା ଦଳର ସୁପରିଚାଳନା ପାଇଁ ଓ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ରପଡା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ବିଭିନ୍ନ ପଦ ଓ ପଦବୀର ଦାୟିତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ପାଇଁ ୫ ଜଣ ମୋର୍ଚ୍ଚା ମୁଖ୍ୟ, ୫ ଜଣ ଉପ-ସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୪ ଜଣ ସମ୍ପାଦକ ଓ ଜଣେ  କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିଛନ୍ତି। 

ଏହା ବ୍ୟତୀତ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ନିମ୍ନଲିଖିତ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦଳର ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ଦାୟିତ୍ୱ ନିର୍ବାହ କରିବେ।

ଜିଲ୍ଲା ମୋର୍ଚ୍ଚା ପ୍ରମୁଖ

୧. ପ୍ରଫୁଲ୍ଲ ଦାସ- ମହାକାଳପଡା-କୃଷକ ସେଲ ମୁଖ୍ୟ
୨.ଦଶରଥ ମଲ୍ଲିକ-ଆଳି-ତଫସିଲଭୁକ୍ତ ଜାତି ସେଲ ମୁଖ୍ୟ
୩.ସୁରେନ୍ଦ୍ର ପ୍ରସାଦ ରାଉତ-ରାଜନଗର-ଓବିସି ସେଲ ମୁଖ୍ୟ 
୪.ଦୁର୍ଗାଶିଷ ମହାନ୍ତି-କେନ୍ଦ୍ରାପଡା-ଶ୍ରମିକ ସେଲ ମୁଖ୍ୟ 
୫.ରୋସ୍ନା ସାହୁ-କେନ୍ଦ୍ରାପଡା-ମହିଳା ସେଲ ମୁଖ୍ୟ 

ଉପସଭାପତି
୧. ଗଙ୍ଗାଧର ପରିଡା-ମହାକାଳପଡା 
୨.ଗୋବର୍ଦ୍ଧନ ପତିଆରୀ-ରାଜନଗର 
୩.ପଦ୍ମଲୋଚନ ପରିଡା-ଆଳି
୪.ଶ୍ରୀମନ୍ତ ରାଉତରାୟ-ପାଟକୁରା 
୫.ଦେବବାସ ମହାନ୍ତି-କେନ୍ଦ୍ରାପଡା

ସାଧାରଣ ସମ୍ପାଦକ
୧. ଅଶୋକ କୁମାର ମହାପାତ୍ର-ମହାକାଳପଡା
୨.ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ-ରାଜନଗର
୩.ଜଗଦମ୍ବା ବଳ-ଆଳି
୪.ଅମିୟ କୁମାର ପରିଡା-ପାଟକୁରା
୫.ମହେନ୍ଦ୍ର କୁମାର ସିଂହ-ପାଟକୁରା
୬.ମୋହନି ଚରଣ ଆଚାର୍ଯ୍ୟ-କେନ୍ଦ୍ରାପଡା

ସମ୍ପାଦକ
୧. ଅମରେନ୍ଦ୍ର ସାମଲ-ମହାକାଳପଡା
୨.ଜ୍ୟୋତିରଞ୍ଜନ ଖଟୁଆ-ମହାକାଳପଡା
୩.ଳକ୍ଷ୍ମୀଧର ବାରିକ-ରାଜନଗର
୪.ବିଦୁଲତା ଜେନା-ରାଜନଗର
୫.ହେମନ୍ତ କୁମାର ସାହୁ-ରାଜନଗର
୬.ସୁରେଶ ଜେନା-ଆଳି
୭.ସାରଙ୍ଗଧର ସାହୁ- ଆଳି
୮.ଅଶ୍ୱିନୀ ମହାନ୍ତି-ପାଟକୁରା
୯.ହେମନ୍ତ କୁମାର ସେଠୀ-ପାଟକୁରା
୧୦.ଅମିୟ କୁମାର ମିଶ୍ର-ପାଟକୁରା 
୧୧.ବିଜୟ ପତି-କେନ୍ଦ୍ରାପଡା
୧୨.ଜିତେନ୍ଦ୍ର ପ୍ରସାଦ ପାଗଳ-କେନ୍ଦ୍ରାପଡା
୧୩.ରାଜୁ କୁବେର-କେନ୍ଦ୍ରାପଡା
୧୪.ଆଡଭୋକେଟ ତମସା ପାତ୍ର-କେନ୍ଦ୍ରାପଡା

କୋଷାଧ୍ୟକ୍ଷ
ଶୈଳେନ୍ଦ୍ର ମହାନ୍ତି-ପାଟକୁରା