Question on Kashmir: କାଶ୍ମୀର ଉପରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ସପ୍ତମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ହୋଇଛି ହଙ୍ଗାମା। ବିହାର କିଶନଗଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ସପ୍ତମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ ଏକ ପ୍ରଶ୍ନକୁ ନେଇ ଦେଖାଦେଇଛି ଉତ୍ତେଜନା। ପ୍ରଶ୍ନରେ କାଶ୍ମୀରକୁ ଏକ ପୃଥକ ଦେଶ ଭାବରେ ବର୍ଣ୍ଣନା କରାଯାଇଛି। ଏହି ପରୀକ୍ଷାରେ ଛାତ୍ରଙ୍କୁ ପଚରା ଯାଇଥିଲା ଯେ ଚୀନ୍, ନେପାଳ, ଇଂଲଣ୍ଡ, କାଶ୍ମୀର ଏବଂ ଭାରତ ଏହି ପାଞ୍ଚଟି ଦେଶର ଲୋକଙ୍କୁ କ'ଣ କୁହାଯାଏ?  


COMMERCIAL BREAK
SCROLL TO CONTINUE READING

ସପ୍ତମ ଶ୍ରେଣୀ ପରୀକ୍ଷାରେ କାଶ୍ମୀର (Question on Kashmir) ଉପରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି (Bihar Politics)। ଏହି ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି (BJP) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar Chief Minister Nitish Kumar) ନେତୃତ୍ୱାଧୀନ ମହାମେଣ୍ଟ ସରକାର (Bihar Grand Alliance Government) ବିରୋଧରେ ତୁଷ୍ଟିକରଣ  ରାଜନୀତି କରୁଥିବାର (Appeasement Politics) ଅଭିଯୋଗ ଆଣିଛି।


ଏନେଇ ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୈସ୍ୱାଲ (Bihar BJP President Sanjay Jaiswal) କହିଛନ୍ତି ଯେ ଜେଡିୟୁ (JDU) କାଶ୍ମୀରକୁ (Kashmir) ଭାରତର (India) ଏକ ଅଂଶ ଭାବେ ଗ୍ରହଣ କରୁନାହିଁ। ରାଜ୍ୟର ସୀମାଞ୍ଚଳ କ୍ଷେତ୍ରରେ (Seemanchal Region of Bihar) ହିନ୍ଦୀ ବିଦ୍ୟାଳୟ (Hindi Medium School) ବନ୍ଦ କରା ଯାଉଥିବା ଅଭିଯୋଗ କରିଛନ୍ତି ସେ। ବିଜେପି ଜିଲ୍ଲା ସଭାପତି ସୁଶାନ୍ତ ଗୋପେ କହିଛନ୍ତି, ମହାମେଣ୍ଟ ସରକାରଙ୍କ ଏହି ପ୍ରୟାସ ତୁଷ୍ଟୀକରଣ ରାଜନୀତିକୁ ପ୍ରଶୟ ଦେବା ପାଇଁ ଏକ ପ୍ରୟାସ। କାଶ୍ମୀର ଏବଂ ଭାରତ ଅଲଗା ବୋଲି ପିଲାଙ୍କୁ କୁହାଯାଇଛି। ଏହା କୌଣସି ଭୁଲ ନୁହେଁ। ଆସନ୍ତା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଷଡଯନ୍ତ୍ରର ଏକ ଅଂଶବିଶେଷ।


Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା


ବିଜେପି ପକ୍ଷରୁ ଅଣା ଯାଇଥିବା ଏହି ଅଭିଯୋଗ ଉପରେ ଜବାବ ରଖିଛି ଜେଡିୟୁ। ଏନେଇ ଜେଡିୟୁ ନେତା ସୁନୀଲ ସିଂହ (JDU Leader Sushil Singh) କହିଛନ୍ତି ଯେ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ଅସ୍ୱୀକାର କରିପାରିବ ନାହିଁ। ହେଲେ ବିଜେପି ଏହାକୁ ଏକ ଅନାବଶ୍ୟକ ପ୍ରସଙ୍ଗ କରୁଛି।


ସରକାରୀ ବିଦ୍ୟାଳୟ (Bihar Govt School) ପାଇଁ ଏହି ପ୍ରଶ୍ନପତ୍ର (Question Paper) ବିହାର ଶିକ୍ଷା ବୋର୍ଡ (Bihar Education Board) ସ୍ଥିର କରିଛି ବୋଲି କହିଛି ବିଦ୍ୟାଳୟ ପ୍ରଶାସନ। ପ୍ରକୃତ ପ୍ରଶ୍ନ ଥିଲା କାଶ୍ମୀରର ଲୋକଙ୍କୁ କ'ଣ କୁହାଯାଏ? କିନ୍ତୁ ମାନବୀୟ ତ୍ରୁଟି ହେତୁ ପ୍ରଶ୍ନପତ୍ରରେ ଭୁଲ ହୋଇଗଲା। 


ପରୀକ୍ଷାରେ ଏଭଳି ପ୍ରଶ୍ନ ପଚରାଯିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଗତ ୨୦୧୭ ବର୍ଷରେ ମଧ୍ୟ ସମାନ ପ୍ରଶ୍ନ ଛାତ୍ରଙ୍କ ସାମ୍ନାରେ ଆସିଥିଲା। ଏଆଇଏମଆଇଏମ ନେତା ଶାହିଦ ରବ୍ବାନୀ (AIMIM Leader Shahid Rabbani) କହିଛନ୍ତି, 'ଯଦି ଭୁଲ ଅଛି, ତାହେଲେ ଏହାକୁ ସଂଶୋଧନ କରାଯିବା ଆବଶ୍ୟକ। ଯଦି ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏଥିରେ ସରକାରଙ୍କ କୌଣସି ଭୂମିକା ନାହିଁ। ଏହାକୁ ନେଇ କୌଣସି ରାଜନୀତି କରିବା ଠିକ ନୁହେଁ।