AIMIM MLA Akhtarul Iman: ବିହାର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରନ୍ତୁ ଜଣେ ମୁସଲିମ
Advertisement

AIMIM MLA Akhtarul Iman: ବିହାର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରନ୍ତୁ ଜଣେ ମୁସଲିମ

Muslim for Bihar Deputy Chief Minister: ଯେଉଁ ସମ୍ପ୍ରଦାୟର ଯେତିକି ଜନସଂଖ୍ୟା ରହିଛି ରାଜନୀତିରେ ସେମନଙ୍କୁ ସେତିକି ପ୍ରତିନିଧିତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଆମକୁ ଚାକିରିରେ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ। 

AIMIM MLA  Akhtarul Iman: ବିହାର ଉପମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରନ୍ତୁ ଜଣେ ମୁସଲିମ

AIMIM on Bihar Deputy CM: ଆରଜେଡି-କଂଗ୍ରେସ ସମର୍ଥନରେ ବିହାରରେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିଛି ଜେଡିୟୁ। ଏହି ସରକାରରେ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ପଦ ଉପରେ ଏକ ବଡ଼ ଦାବି କରିଛନ୍ତି ରାଜ୍ୟର ଏକମାତ୍ର ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ। ଏନେଇ ସେ କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ଜଣେ ମୁସଲମାନଙ୍କୁ ପ୍ରଦାନ କରାଯାଉ କେବଳ ଏତିକି ନୁହେଁ ମୁସଲିମ ସମ୍ପ୍ରଦାୟର ନେତାଙ୍କୁ ଅତି କମରେ ଦୁଇଟି ମନ୍ତ୍ରଣାଳୟ ପ୍ରଦାନ କରିବାକୁ ଦାବି କରିଛନ୍ତି ସେ। 

ପୂର୍ବରୁ ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ (AIMIM MLA  Akhtarul Iman) ଜେଡିୟୁ-ଆରଜେଡି (JDU-RJD) ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ଉଭୟ ଦଳର କଥା ଆଉ କାମରେ ପାର୍ଥକ୍ୟ ରହିଛି। ଯେଉଁ ସମ୍ପ୍ରଦାୟର ଯେତିକି ଜନସଂଖ୍ୟା ରହିଛି ରାଜନୀତିରେ ସେମନଙ୍କୁ ସେତିକି ପ୍ରତିନିଧିତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଆମକୁ ଚାକିରିରେ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ। ଏହା ବ୍ୟତୀତ ମୁସଲମାନଙ୍କୁ ଦୁଇଟି ମନ୍ତ୍ରଣାଳୟ ଦିଆଯିବା ଦରକାର। ଏହା ହେଉଛି ଆମର ସଂଗ୍ରାମ। ଯଦି ଆମର କଥା ଗ୍ରହଣ କରାଯାଏ ନାହିଁ ତାହେଲେ ମୁସଲମାନଙ୍କ ଶୁଭେଚ୍ଛୁ ବୋଲି ନିଜକୁ ଦର୍ଶାଉଥିବା ଲୋକଙ୍କ କଥା ଆଉ କାମରେ ପାର୍ଥକ୍ୟ ରହିଛି ବୋଲି ଜଣାପଡ଼ିବ।  

Also Read: ରାଷ୍ଟ୍ରଗୀତ ଗାନ କରିବାକୁ ମନାକଲେ ବିଧାୟକ; BJP କହିଲା ପାକିସ୍ତାନ ଯାନ୍ତୁ AIMIM ନେତା

ଏଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ କହିଛନ୍ତି ଯେ ମୁସଲମାନଙ୍କୁ ଉପମୁଖ୍ୟମନ୍ତ୍ରୀ (Muslim for Bihar Deputy Chief Minister) କରିବା ଲାଗି ସରକାରଙ୍କ ପାଖରେ ଦାବି କରୁଛି ଦଳ। ପୂର୍ବରୁ ରାଜ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟ (Minority Community) ଆଧାରରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଆବଶ୍ୟକ। ଅନ୍ୟ ରାଜ୍ୟରେ ମଧ୍ୟ ୨ ଜଣରୁ ଅଧିକ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଆମ ଲୋକଙ୍କୁ ଆମଠାରୁ ଛଡ଼ାଇ ନିଆଗଲା। ଆମ ଘରକୁ ଉଜାଡ଼ି ଦିଆଗଲା। ଆମ ଲଢେଇ ଆରମ୍ଭରୁ ହୋଇଛି।

ବିହାର ବିଧାନସଭାରେ (Bihar Assembly) ଅଖତରୁଲ ଇମାନ ହେଉଛନ୍ତି ଏକମାତ୍ର ଏଆଇଏମଆଇଏମ ବିଧାୟକ। ସେ ଏଆଇଏମଆଇଏମ ବିହାର ଶାଖା (Bihar AIMIM Unit) ସଭାପତି ଅଛନ୍ତି। ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2022) ଏଆଇଏମଆଇଏମ ୫ ଆସନ ପାଇଥିଲା। ମାତ୍ର ନିକଟ ଅତୀତରେ ୪ ଜଣ ଏଆଇଏମଆଇଏମ ବିଧାୟକ ଦଳ ଛାଡ଼ି ଆରଜେଡି ହାତ ଧରି ସାରିଛନ୍ତି। ସେମାନେ ହେଉଛନ୍ତି ମହମ୍ମଦ ଶାହାନୱାଜ ଆଲମ (Mohammed Shahnawaz Alam), ମହମ୍ମଦ ଅନଜାର ନୟୀମି (Mohammad Anzar Nayeemi), ମହମ୍ମଦ ଇଜହାର ଅସଫି (Muhammad Izhar Asfi), ସୟଦ ରୁକନଦ୍ଦିନ ଅହମ୍ମଦ (Syed Ruknuddin Ahmad)। 

Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା

ବିହାରର ମୋଟ ଜନସଂଖ୍ୟାର (Bihar Population) ପ୍ରାୟ ୧୬ ପ୍ରତିଶତ ହେଉଛନ୍ତି ମୁସଲମାନ (Bihari Muslim Community)। ଆଇଏମଆଇଏମ ବିଧାୟକ ଅଖତରୁଲ ଇମାନ ଆରଜେଡି-ଜେଡିୟୁ ଉଦ୍ଦେଶ୍ୟରେ ଚ୍ୟାଲେଞ୍ଜ କରି ଜଣେ ମୁସଲିମଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି କରି କହିଛନ୍ତି ଯେ ଯଦି ଉଭୟେ ନିଜକୁ ମୁସଲମାନଙ୍କ ହିତୈଷୀ ବୋଲି କହୁଛନ୍ତି ମୁସଲିମ ସମ୍ପ୍ରଦାୟକୁ ସେମାନଙ୍କ ସରକାରରେ ପ୍ରତିନିଧିତ୍ୱ ପ୍ରଦାନ କରନ୍ତୁ।