President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ଉପରେ ଚର୍ଚ୍ଚା କରିବା ଲାଗି ବିରୋଧି ଦଳ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହେଉଛି ଏକ ବୈଠକ। ଏନସିପି ନେତୃତ୍ୱରେ ଆୟୋଜିତ ହେଉଥିବା   ଏହି ବୈଠକରେ ଯୋଗ ଦେବା ଲାଗି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ ମିଳିଛି ନିମନ୍ତ୍ରଣ। 


COMMERCIAL BREAK
SCROLL TO CONTINUE READING

ଜୁନ ୨୧ ତାରିଖ ମଙ୍ଗଳବାର ମଙ୍ଗଳବାର ଏନସିପି ନେତୃତ୍ୱରେ ଆୟୋଜିତ ହେଉଥିବା ଏହି ବୈଠକରେ ବିରୋଧି ଦଳ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ଉପରେ ଚର୍ଚ୍ଚା କରାଯିବ। ଏହି ବୈଠକରେ ଯୋଗଦେବା ଲାଗି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କୁ ନିମନ୍ତ୍ରଣ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ବିରୋଧି ବୈଠକରେ ଯୋଗେ ଦେବା ଲାଗି ନିମନ୍ତ୍ରଣ ପଠାଇଥିବାରୁ ଏନସିପି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଆଇଏମଆଇଏମ ମୁଖ୍ୟ। 


ହେଲେ ଏହି ବୈଠକରେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ବଦଳରେ ଦଳର ଲୋକସଭା ସାଂସଦ ଇମତିଆଜ ଜଲୀଲ ସାମିଲ ହେବେ। ଅନ୍ୟପଟେ ମଙ୍ଗଳବାର ଆୟୋଜିତ ହେଉଥିବା ବିରୋଧି ବୈଠକରେ ସାମିଲ ହୋଇପାରିବେ ନାହିଁ  ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ବଦଳରେ ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ସାମିଲ ହେବେ।   


ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏପରି ଏକ ବୈଠକ ଜୁନ ୧୫ ତାରିଖରେ ଦିଲ୍ଲୀ ଠାରେ କରି ସାରିଛନ୍ତି। ମାତ୍ର ଏହି ବୈଠକରେ ଯୋଗ ଦେବା ଲାଗି ଏଆଇଏମଆଇଏମ ମୁଖ୍ୟଙ୍କୁ ନିମନ୍ତ୍ରଣ କରିନଥିଲେ ଟିଏମସି ମୁଖ୍ୟ। ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ବୈଠକରେ  ମମତା ବାନାର୍ଜୀଙ୍କ ସମେତ ବିଭିନ୍ନ ବିରୋଧି ଦଳର ନେତା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ରଖିଥିଲେ। ମାତ୍ର ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କ ପରେ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ  ତଥା ନ୍ୟସନାଲ କୱଫରେନ୍ସ ଅଧ୍ୟକ୍ଷ ଫାରୁଖ ଅବଦୁଲ୍ଲାଙ୍କୁ ବିରୋଧି ପକ୍ଷର ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ମାତ୍ର ସେ ମଧ୍ୟକୁ ପ୍ରାର୍ଥୀ ହେବାକୁ ମନା କରିଥିଲେ। 


ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଟିଏମସି ପକ୍ଷରୁ ଡକାଯାଇଥିବା ବିରୋଧୀ ବୈଠକ ଯୋଗ ନ ଦେବାକୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ନିଷ୍ପତ୍ତି ନେଇଥିଲେ। ଏନେଇ  ସେ କହିଥିଲେ ଯେ ତାଙ୍କୁ ଏହି ବୈଠକରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇ ନାହିଁ। ଏପରିକି ତାଙ୍କୁ ଡକା ଯାଇଥିଲେ ମଧ୍ୟ ସେ ବୈଠକରେ ଯୋଗଦେଇ ନଥାନ୍ତେ। ମୋତେ ଡାକିଥିଲେ ମଧ୍ୟ ମୁଁ ବୈଠକକୁ ଯାଇ ନ ଥାନ୍ତି। ଆଉ ଏହାର କାରଣ ହେଉଛି କଂଗ୍ରେସ। ଯଦି ଟିଏମସି ଆମକୁ ମିଛ କହି ଡାକିଥାନ୍ତା ତଥାପି ଆମେ ଯାଇ ନ ଥାନ୍ତୁ। କାରଣ ସେମାନେ ଏହି ବୈଠକକୁ କଂଗ୍ରେସ ଡାକିଥିଲେ।


Also Read: President Election 2022: ବିରୋଧି ପକ୍ଷକୁ ଲାଗିଲା ଝଟକା


Also Read: President Election 2022: ପ୍ରାର୍ଥୀ ହେବାକୁ ନେଇ ନାସ୍ତିବାଣୀ ଶୁଣାଇଲେ ଫାରୁକ ଅବଦୁଲ୍ଲା-ଶରଦ ପାୱର


Also Read: President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ