President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ
Advertisement
Article Detail0/zeeodisha/odisha1226049

President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ

ଆସନ୍ତା ୨୧ ତାରିଖରେ ଆୟୋଜିତ ହେଉଥିବା ଏହି ବୈଠକକୁ ଆୟୋଜନ କରୁଛି ଏନସିପି।

President Election 2022: ଶରଦ ପାୱାରଙ୍କ ବୈଠକରୁ ଦୂରେଇଗଲେ ମମତା ବାନାର୍ଜୀ

President Election 2022: ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ଦଳ ପକ୍ଷରୁ ସହମତି ଭତ୍ତିରେ ପ୍ରାର୍ଥୀ ଦେବାକୁ ଜୁନ ୧୫ ତାରିଖ ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହୋଇଥିଲା ଏକ ବୈଠକ। ଯାହାର ଆୟୋଜକ ରହିଥିଲା ଟିଏମସି। ଆସନ୍ତା ୨୧ ତାରିଖରେ ମୁମ୍ବାଇ ଠାରେ ବିରୋଧି ଦଳ ପକ୍ଷରୁ ଅନ୍ୟ ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକରେ ରାଷ୍ଚ୍ରପତି ନିର୍ବାଚନରେ ସହମତି ଭତ୍ତିରେ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ହେବ।
 
ଆସନ୍ତା ୨୧ ତାରିଖରେ ଆୟୋଜିତ ହେଉଥିବା ଏହି ବୈଠକକୁ ଆୟୋଜନ କରୁଛି ଏନସିପି। ମାତ୍ର ଏହି ବୈଠକରେ ଯୋଗ ଦେଇପାରିବେ ନାହିଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କାରଣ ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ସେ ରାଷ୍ଟ୍ରପତି ନିର୍ବାଚନ ଲାଗି ମୁମ୍ବାଇ ଠାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେଇପାରିବେ ନାହିଁ। ମାତ୍ର ଜଣେ ବରିଷ୍ଠ ଟିଏମସି ନେତା ଏହି ବୈଠକରେ ଯୋଗ ଦେବେ। ଏ ସମ୍ପର୍କରେ ମମତା ବାନାର୍ଜୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଅବଗତ କରାଇଥିବା ରବିବାର ଦଳ ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରପତି ନିର୍ବାଚନ ଲାଗି ଜୁନ ୧୫ ତାରିଖରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖୁଥିବା ଜଣେ ପ୍ରାର୍ଥୀଙ୍କୁ ବିରୋଧୀ ପ୍ରାର୍ଥୀ ଭାବେ ଚୟନ କରାଯିବ। 

ଟିଏମସି ନେତୃତ୍ୱରେ ଆୟୋଜିତ ହୋଇଥିବା ବୈଠକରୁ ବିଜେଡି, ଟିଆରଏସ, ଆମ ଆଦମୀ ପାର୍ଟି, ଶିରୋମଣି ଅକାଳୀ ଦଳ ଦୂରେଇ ରହିଥିଲେ। ଅନ୍ୟପଟେ ବିଏସପି, ଏଆଇଏମଆଇଏମ ଭଳି ଦଳକୁ ବୈଠକରେ ଯୋଗ ଦେବା ଲାଗି ନିମନ୍ତ୍ରଣ ମିଳି ନଥିଲା। ଅନ୍ୟପଟେ କଂଗ୍ରେସ, ସମାଜବାଦୀ ପାର୍ଟି, ଏନସିପି, ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ବାମଦଳ, ଶିବସେନା, ନ୍ୟାସନାଲ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି, ଜନତା ଦଳ ସେକ୍ୟୁଲାର, ରିଭୋଲ୍ୟୁସନାରୀ ସମାଜବାଦୀ ପାର୍ଟି, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍, ରାଷ୍ଟ୍ରୀୟ ଲୋକ ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଏହି ବୈଠକରେ ଯୋଗ ଦେଇଥିଲେ।

Also Read: Presidential Election 2022: ବିରୋଧ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଶିବସେନା

Also Read: Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ