ଚଣ୍ଡିଗଡ: ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଗଠନ କରିପାରେ ବିଜେପି। ଏନେଇ ମତ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଏ ପ୍ରସଙ୍ଗରେ ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଏବଂ ଶିରୋମଣି ଅକାଳୀ ଦଳର ପୂର୍ବତନ ନେତା ସୁଖଦେବ ସିଂହ ଢିଣ୍ଡସାଙ୍କ ସହ ଆଲୋଚନା ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ଶନିବାର ଏନେଇ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister)  ଅମିତ ଶାହ (Amit Shah) କହିଛନ୍ତି ଆମେ କ୍ୟାପ୍ଟେନ ସାହେବ (Captain Saab) ଅର୍ଥାତ ଅମରିନ୍ଦର ସିଂହ (Captain Amarinder Singh) ଏବଂ ଢିଣ୍ଡସା ସାହେବ (Dhindsa saab) ଅର୍ଥାତ ସୁଖଦେବ ସିଂହ ଢିଣ୍ଡସାଙ୍କ (Sukhdev Singh Dhindsa) ସହ କଥାବର୍ତ୍ତା କରୁଛୁ। ଏକ ସମ୍ଭାବନା ଅଛି ଯେ ଆମେ ସେମାନଙ୍କ ଦଳ ସହିତ ମେଣ୍ଟ କରିପାରିବୁ। ଆମେ ଉଭୟ ଦଳ ସହିତ ଏକ ସକାରାତ୍ମକ ମନୋଭାବରେ କଥା ହେଉଛୁ। 


କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ଏକ ଉଦାର ହୃଦୟ ପ୍ରଦର୍ଶନ କରିଛନ୍ତି। ଏବେ ପଞ୍ଜାବରେ ଅନ୍ୟ କୌଣସି ସମସ୍ୟା ବାକି ରହିଥିବା ଭଳି ମୋତେ ମନେ ହେଉନାହିଁ। ଯୋଗ୍ୟତା ଆଧାରରେ ନିର୍ବାଚନ ଲଢାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ। ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ କ୍ୟାପ୍ଟେନ କଂଗ୍ରେସ ଠାରୁ ଅଲଗା ହୋଇଯାଇଛନ୍ତି। କିଛି ଦିନ ପୂର୍ବ ସେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଢିଥିଲେ। ସେହିପରି ଢିଣ୍ଡସା ଶିରୋମଣି ଅକାଳୀ ଦଳ ଠାରୁ ଅଲଗା ହେବା ପରେ ଶିରୋମଣି ଅକାଳୀ ଦଳ ସଂଯୁକ୍ତ ନାମରେ ଅନ୍ୟ ଦଳ ଗଢିଥିଲେ।  


Also Read: ଅକାଳୀ ଦଳକୁ ଅକାଳେ ଲାଗିଲା ବଡ଼ ଝଟକା; ଦଳ ଛାଡିଲେ ଏହି ବରିଷ୍ଠ ନେତା


ବେଶ ଲମ୍ବା ସମୟ ଧରି ପଞ୍ଜାବ ରାଜନୀତିରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ସମ୍ପର୍କ ରଖିଥିଲା ବିଜେପି। ହେଲେ କେନ୍ଦ୍ରୀୟ କୃଷି ଆଇନ କାରଣରୁ ଅନେକ ବର୍ଷର ପୁରୁଣା ଏହି ମେଣ୍ଟ ଭାଙ୍ଗିଯାଇଥିଲା। ପୁନଃର୍ବାର ଉଭୟ ଦଳ ମଧ୍ୟରେ ମେଣ୍ଟ ହେବ ନା ନାହିଁ ତାହା ଭବିଷ୍ୟତରେ ଜଣାପଡି଼ବ।