ଅକାଳୀ ଦଳକୁ ଅକାଳେ ଲାଗିଲା ବଡ଼ ଝଟକା; ଦଳ ଛାଡିଲେ ଏହି ବରିଷ୍ଠ ନେତା
Advertisement

ଅକାଳୀ ଦଳକୁ ଅକାଳେ ଲାଗିଲା ବଡ଼ ଝଟକା; ଦଳ ଛାଡିଲେ ଏହି ବରିଷ୍ଠ ନେତା

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ​​ସିରସାଙ୍କ ଯୋଗଦାନ ଦଳ ପାଇଁ ବହୁତ ଲାଭଦାୟକ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। 

ଅକାଳୀ ଦଳକୁ ଅକାଳେ ଲାଗିଲା ବଡ଼ ଝଟକା; ଦଳ ଛାଡିଲେ ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଶିରୋମଣି ଅକାଳୀ ଦଳକୁ ମିଳିଛି ଏକ ବଡ଼ ଝଟକା। ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ବିଦାୟୀ ସଭାପତି ମନଜିନ୍ଦର ସିଂହ ସିରସା ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂ ଶେଖୱାତ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଶିରୋମଣି ଅକାଳୀ ଦଳ (Shiromani Akali Dal) ଛାଡି଼ ବିଜେପି (BJP) ହାତ ଧରିବା ପରେ ମନଜିନ୍ଦର ସିଂହ ସିରସା (Manjinder Singh Sirsa) କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଦିଲ୍ଲୀସ୍ଥିତ (Delhi Assembly Constituency) ରଜୌରୀ ଗାଡେନ (Rajouri Garden Assembly Constituency) ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (Delhi Sikh Gurdwara Management Committee) ଡିଏସଜିଏମସି (DSGMC) ର ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) ପୂର୍ବରୁ ​​ସିରସାଙ୍କ ଯୋଗଦାନ ଦଳ ପାଇଁ ବହୁତ ଲାଭଦାୟକ ହେବ ବୋଲି ବିଜେପି ନେତାଙ୍କ ପକ୍ଷରୁ କୁହାଯାଇଛି। 

Also Read: ଏନଡିଏକୁ ଝଟକା: ମେଣ୍ଟରୁ ବାହାରି ଗଲା ଶିରୋମଣି ଅକାଳୀ ଦଳ

ବିଜେପି ହାତ ଧରିବା ପରେ ସିରସା କହିଛନ୍ତି ଶିଖଙ୍କ ସମସ୍ତ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଆଶ୍ୱସନା ଦେଇଥିଲେ। ହେଲେ ଏହା ରାଜନୈତିକ କାରଣରୁ ବଳି ଚଢିଯାଇଛି। ସେଥିପାଇଁ ମୁଁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ପଦରୁ ଇସ୍ତଫା ଦେଇ ବିଜେପି ହାତ ଧରିଛି।

ବିଜେପି ହାତ ଧରିବା ପୂର୍ବରୁ ସିରସା ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ କହିଛନ୍ତି ବ୍ୟକ୍ତିଗତ କାରଣରୁ ମୁଁ ଏହି ପଦରୁ ଇସ୍ତଫା ଦେଉଛି। ଦେଶ ଏବଂ ବିଶ୍ୱର ଶିଖ ବହୁତ ସମ୍ମାନ ଦେଇଛନ୍ତି। ଆଗାମୀ ନିର୍ବାଚନରୁ ମୁଁ ମୋ ନିଜକୁ ଦୂରେଇ ରଖିବି। ମୁଁ ମୋର ସମର୍ଥକ ଏବଂ ଶୁଭେଛୁଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ସମର୍ଥନ କରି ଆସିଛନ୍ତି।